Jump to content

ସାରିଲୁମାବ

ଉଇକିପିଡ଼ିଆ‌ରୁ
ସାରିଲୁମାବ
Monoclonal antibody
TypeWhole antibody
SourceHuman
TargetIL-6R
Clinical data
Trade namesKevzara
AHFS/Drugs.commonograph
MedlinePlusa617032
data
Pregnancy
category
  • US: N (Not classified yet)
    Routes of
    administration
    Subcutaneous
    Legal status
    Legal status
    • AU: S4 (Prescription only)
    • US: ℞-only
    • EU: Rx-only
    Pharmacokinetic data
    Bioavailability80%
    MetabolismLikely proteases
    Elimination half-life8-10 days (concentration dependant)[]
    Chemical and physical data
    FormulaC6388H9918N1718O1998S44
    Molar mass୧,୪୪,୧୬୪.୨୮ g·mol−1
      (verify)

    ସାରିଲୁମାବ (ଇଂରାଜୀ ଭାଷାରେ Sarilumab), କେଭଜାରା ନାମରେ ବିକ୍ରି ହୁଏ, ଏକ ଔଷଧ ଯାହା ରିମାଟଏଡ ଆର୍ଥ୍ରାଇଟିସ (RA)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ମଧ୍ୟମରୁ ଗୁରୁତର ରୋଗରେ ଅନ୍ୟ କୌଣସି ଚିକିତ୍ସା କାମ ନକଲେ ବ୍ୟବହୃତ ହୁଏ ।[] ଟୋସିଲିଜୁମାବ ଉପଲବ୍ଧ ନ ଥିଲେ ଏହା ଗୁରୁତର କୋଭିଡ-୧୯ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[] ଏହା ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ସବୁଠାରୁ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ହେଉଛି ସଂକ୍ରମଣ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ରକ୍ତ ନିଉଟ୍ରୋଫିଲ୍, କମ୍ ପ୍ଲାଟେଲେଟ୍, ଅସ୍ୱାଭାବିକ ଲିପିଡ୍, ଯକୃତ ସମସ୍ୟା, ଆଲର୍ଜି ପ୍ରତିକ୍ରିୟା ଏବଂ କର୍କଟ ହୋଇପାରେ ।[] [] ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଣ୍ଟରଲିଉକିନ୍-୬ ରିସେପ୍ଟର ସ‌ହିତ ସଂଲଗ୍ନ ହୁଏ ଏବଂ ତାକୁ ଅବରୋଧ କରେ ।[]

    ୨୦୧୭ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସାରିଲୁମାବ ଅନୁମୋଦନ କରାଯାଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହି ଚିକିତ୍ସା ବାବଦ ମାସକୁ ପ୍ରାୟ ୭,୭୦୦ ଡଲାର ଖର୍ଚ୍ଚ ହୋଇଥାଏ ।[] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୧୮୦୦ ଡଲାର ଅଟେ ।[] କାନାଡ଼ାରେ ୨୦୧୭ ସୁଦ୍ଧା ମାସିକ ଖର୍ଚ୍ଚ ପ୍ରାୟ ୧୫୦୦ ସିଏଡି ଅଟେ ।[]

    ସନ୍ଦର୍ଭ

    [ସମ୍ପାଦନା]
    1. 1 2 3 Shagroni, T.; Cazares, Ramirez; Kim, J. A.; Furst, Daniel E. (2020). "36. Nonsteroidal anti-inflammatory drugs, disease-modifying antirheumatic drugs, nonopioid analgesics, & drugs used in gout". In Katzung, Bertram G.; Trevor, Anthony J. (eds.). Basic and Clinical Pharmacology (in ଇଂରାଜୀ) (15th ed.). New York: McGraw-Hill. p. 678. ISBN 978-1-260-45231-0. Archived from the original on 2021-10-10. Retrieved 2021-11-06.
    2. 1 2 3 4 5 6 "Kevzara". Archived from the original on 13 September 2021. Retrieved 11 October 2021.
    3. "Clinical Management Summary". COVID-19 Treatment Guidelines (in ଇଂରାଜୀ). Archived from the original on 5 November 2021. Retrieved 19 January 2022.
    4. 1 2 "Sarilumab Monograph for Professionals". Drugs.com (in ଇଂରାଜୀ). Archived from the original on 17 April 2021. Retrieved 11 October 2021.
    5. "Kevzara Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 April 2021. Retrieved 11 October 2021.
    6. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1161. ISBN 978-0-85711-369-6.{{cite book}}: CS1 maint: date format (link)
    7. "Sarilumab" (PDF). CADTH. January 2017. Archived (PDF) from the original on 18 October 2018. Retrieved 11 October 2021.