ସାମାଜିକ ଆନ୍ଦୋଳନ
Jump to navigation
Jump to search
ସାମୂହିକ ଭାବେ କିଛି ବ୍ୟକ୍ତିବିଶେଷ ଅଥବା ଅନୁଷ୍ଠାନ ଏକ ମହତ କାର୍ଯ୍ୟ ସମ୍ପାଦନ ଏବଂ ଏହାର ବୃହତ୍ତର ଲକ୍ଷ୍ୟ ପୂରଣ କରିବାକୁ ଏକ ପ୍ରକାର ଉଦ୍ୟମ ବଜାୟ ରଖିବାକୁ ସାମାଜିକ ଆନ୍ଦୋଳନ (ସୋସିଆଲ ମୁଭମେଣ୍ଟ) କୁହାଯାଏ । ଆନ୍ଦୋଳନକୁ ସଂମ୍ପୂର୍ଣ କରିବାର ପ୍ରୟାସ ଏହାର ସଦସ୍ୟମାନଙ୍କଠାରେ ଏକ ପ୍ରକାର ନିଶା ଦେଖାଯାଇଥାଏ । ଦାବିଗୁଡିକ ସମୟୋପଯୋଗୀ ହୋଇଥିଲେ ସାମାଜିକ ଆନ୍ଦୋଳନର ଫଳାଫଳ ପ୍ରାୟତଃ ବାଞ୍ଛନୀୟ ହୋଇଥାଏ ।[୧] ବର୍ତ୍ତମାନ (୨୦୧୬) ସମୟରେ ଦେଖାଯାଉଥିବା ସାମାଜିକ ଆନ୍ଦୋଳନଗୁଡିକ ହେଲା ଶ୍ରମିକ ସଙ୍ଗଠନ ଆନ୍ଦୋଳନ [୨], ଓଡ଼ିଆ ଭାଷା ସାହିତ୍ୟ ଆନ୍ଦୋଳନ, ନୟାଗଡ଼ ଚାଷୀ ଆନ୍ଦୋଳନ, ମହାନଦୀ ଜଳ ବଞ୍ଚାଅ ଆନ୍ଦୋଳନ, ଭବିଷ୍ୟତ ପାଇଁ ଖଣି ଓ ପାଣି ଆନ୍ଦୋଳନ ଓ ନାରୀ ନିର୍ଯ୍ୟାତନା ଆନ୍ଦୋଳନ । ସାମାଜିକ ଆନ୍ଦୋଳନ ଗୁଡିକ ସର୍ବଦା ଯୁଗୋପଯୋଗୀ ହେବା ଦରକାର । ଅହିଂସାଭାବ ଆଧାରିତ ଓ ଶାନ୍ତିପୂର୍ଣ ଆନ୍ଦୋଳନ ଗୁଡିକ ସମାଜ, ବୁଦ୍ଧିଜୀବୀ ତଥା ତୃତୀୟ ମହଲାରେ ବିଶେଷ ପ୍ରଭାବ ପକାଇଥାଏ ।