ସାଇ ଭୋସଲେ

ଉଇକିପିଡ଼ିଆ‌ରୁ
ମହାରାଣୀ ସାଇବାଇ ଭୋସଲେ
ମହାରାଣୀ ମରାଠା ସାମ୍ରାଜ୍ୟ
ରାଜମାତା ଶ୍ରୀମନ୍ଥ ଛତ୍ରପତି ସାଇବାଇ ଶିବାଜିରାଜ ଭୋସଲେ

ଏକ କଳାକାରଙ୍କ ୨୦୧୨ ମସିହାର ପରିବେଷଣ
ଶାସନକାଳ ୧୬୪୦-୧୬୫୯
ଉତ୍ତରାଧିକାରୀ ମହାରାଣୀ ସୋୟାରାବାଇ
ଜୀବନସାଥୀ ଶ୍ରୀମନ୍ଥ ଛତ୍ରପତି ଶିବାଜିରାଜ ଭୋସଲେ
ବଂଶ ନିମ୍ବଲକର
ଭୋସଲେ
ବାପା ମୁଧୋଜି ରାଓ ନାଏକ ନିମ୍ବଲକର
ମାଆ ରୁବାଇ
ଜନ୍ମ ସାଇବାଇ ନିମ୍ବଲକର
୨୯ ଅକ୍ଟୋବର ୧୬୩୩
ଫାଲ୍ଟାନ, ଅହମ୍ମଦନଗର ସୁଲତାନ (ବର୍ତ୍ତମାନର ମହାରାଷ୍ଟ୍ର, ଭାରତ)
ମୃତ୍ୟ ସେପ୍ଟେମ୍ବର ୫, ୧୬୫୯ (ବୟସ ୨୬)
ରାଜଗଡ ଦୁର୍ଗ, ପୁଣେ, ମରାଠା ସାମ୍ରାଜ୍ୟ (ବର୍ତ୍ତମାନର ମହାରାଷ୍ଟ୍ର, ଭାରତ)
ଧର୍ମ ହିନ୍ଦୁ ଧର୍ମ

ମହାରାଣୀ ସାଇବାଇ ଭୋସଲେ (ଖ୍ରୀ: ୧୬୩୩[୧] - ୫ ସେପ୍ଟେମ୍ବର ୧୬୫୯) ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଶିବାଜୀଙ୍କ ପ୍ରଥମ ପତ୍ନୀ ତଥା ମୁଖ୍ୟ ସହଯୋଗୀ ଥିଲେ । ସେ ତାଙ୍କ ସ୍ୱାମୀଙ୍କ ଉତ୍ତରାଧିକାରୀ ସମ୍ଭାଜୀଙ୍କ ମାତା ଥିଲେ ।

ପରିବାର[ସମ୍ପାଦନା]

ସାଇବାଇ ନିମ୍ବଲକର ପରିବାରର ଜଣେ ସଦସ୍ୟ ଥିଲେ, ଯାହାର ସଦସ୍ୟମାନେ ପବାର ରାଜବଂଶ ସମୟରୁ ଫଲଟନର ଶାସକ ଏବଂ ଡେକାନ ସୁଲତାନ ଓ ମୋଗଲ ସାମ୍ରାଜ୍ୟର ସେବା କରିଥିଲେ । ସେ ଫଲଟନର ୧୫ତମ ରାଜା ମୁଧୋଜିରାଓ ନାୟକ ନିମ୍ବଲକରଙ୍କ ଝିଅ ଏବଂ ୧୬ତମ ରାଜା ବାଜାଜୀ ରାଓ ନାଏକ ନିମ୍ବଲକରଙ୍କ ଭଉଣୀ ଥିଲେ ।[୨] ସାଇବାଇଙ୍କ ମାତା ରୁବାଇ ଶିର୍କେ ପରିବାରର ଥିଲେ ।

ବିବାହ[ସମ୍ପାଦନା]

ସାଇବାଇ ଏବଂ ଶିବାଜୀ ୧୬ ମଇ ୧୬୪୦ ମସିହାରେ ପୁଣେର ଲାଲ ମହଲରେ ନିଜର ପିଲାଦିନେ ବିବାହ କରିଥିଲେ ।[୩][୪] ଏହି ବିବାହକୁ ତାଙ୍କ ମା ଜିଜାବାଇ ପରିଚାଳନା କରିଥିଲେ; କିନ୍ତୁ ବୋଧହୁଏ ତାଙ୍କ ପିତା ଶାହାଜୀ କିମ୍ବା ତାଙ୍କ ଭାଇ ସମ୍ବାଜୀ ଏବଂ ଇକୋଜି ଉପସ୍ଥିତ ନଥିଲେ । ଏହିପରି, ଶାହାଜୀ ଶୀଘ୍ର ତାଙ୍କର ନୂଆବୋହୂ, ପୁଅ ଏବଂ ତାଙ୍କ ମା ଜିଜାବାଇଙ୍କୁ ବାଙ୍ଗାଲୋରକୁ ଡାକିଥିଲେ, ଯେଉଁଠାରେ ସେ ତାଙ୍କର ଦ୍ୱିତୀୟ ପତ୍ନୀ ତୁକବାଇଙ୍କ ସହ ରହୁଥିଲେ ।[୫] ଶାହାଜୀ ବାଙ୍ଗାଲୋରରେ ଏକ ବିରାଟ ବିବାହ ଉତ୍ସବ କରିଥିଲେ ।[୬]

ସାଇବାଇ ଏବଂ ଶିବାଜୀ ପରସ୍ପର ସହ ଘନିଷ୍ଠ ସମ୍ପର୍କ ବାଣ୍ଟିଥିଲେ । ସେ ଜଣେ ଜ୍ଞାନୀ ମହିଳା ଏବଂ ତାଙ୍କ ପ୍ରତି ଜଣେ ବିଶ୍ୱସ୍ତ ସହଯୋଗୀ ଥିଲେ ।[୭] ସାଇବାଇ ଜଣେ ସୁନ୍ଦର, ଉତ୍ତମ ସ୍ୱଭାବ ଏବଂ ସ୍ନେହୀ ମହିଳା ଥିଲେ ।

ମୃତ୍ୟୁ[ସମ୍ପାଦନା]

ସାଇବାଇ ୧୬୫୯ ମସିହାରେ ରାଜଗଡ଼ ଦୁର୍ଗରେ ମୃତ୍ୟୁ ବରଣ କରିଥିବାବେଳେ ଶିବାଜୀ ମହାରାଜ ପ୍ରତାପଗଡ଼ରେ ଆଫଜାଲ ଖାନଙ୍କ ସହ ସାକ୍ଷାତ ପାଇଁ ପ୍ରସ୍ତୁତି ଚଳାଇଥିଲେ । ସେ ସମ୍ଭାଜୀଙ୍କୁ ଜନ୍ମ ଦେବା ପରଠାରୁ ବହୁତ ଅସୁସ୍ଥ ହୋଇଯାଇଥିଲେ ଏବଂ ମୃତ୍ୟୁ ପୂର୍ବରୁ ତାଙ୍କ ଅସୁସ୍ଥତା ଅଧିକ ଗୁରୁତର ହୋଇଯାଇଥିଲା ।

ପରେ ସମ୍ଭାଜୀଙ୍କୁ ତାଙ୍କର ବିଶ୍ୱସ୍ତ ଧରାଉ ଯତ୍ନ ନେଇଥିଲେ । ସାଇଙ୍କ ମୃତ୍ୟୁ ସମୟରେ ସମ୍ଭାଜୀଙ୍କୁ ମାତ୍ର ଦୁଇ ବର୍ଷ ହୋଇଥିଲା ଏବଂ ସେ ତାଙ୍କ ଜେଜେମା ଜିଜାବାଈଙ୍କଦ୍ୱାରା ପାଳିତ ହୋଇଥିଲେ ।[୮] ସାଇବାଇଙ୍କର ସମାଧୀ ରାଜଗଡ଼ ଦୁର୍ଗରେ ଅବସ୍ଥିତ ।

ଆଧାର[ସମ୍ପାଦନା]

  1. Tare, Kiran (June 16, 2012). "First-ever portrait of Shivaji's queen to be unveiled soon". India Today. Retrieved February 27, 2013.
  2. Katamble, V.D. (2003). Shivaji the Great. Pune: Dattatraya Madhukar Mujumdar, Balwant Printers. p. 36. ISBN 9788190200004.
  3. Balkrishna Deopujari, Murlidhar (1973). Shivaji and the Maratha Art of War. Vidarbha Maharashtra Samshodhan Mandal. p. 35.
  4. Gordon, Stewart (1993). The Marathas 1600-1818. Cambridge University. p. 60. ISBN 9780521268837.
  5. Rana, Bhawan Singh (2004). Chhatrapati Shivaji (1st ed.). New Delhi: Diamond Pocket Books. p. 19. ISBN 9788128808265.
  6. B. Muddachari (1966). "Maratha Court in the Karnatak". Proceedings of the Indian History Congress. Indian History Congress. 28: 177–179. JSTOR 44140420.
  7. Sen, Surendra Nath (1930). Foreign Biographies of Shivaji Volume 2 of Extracts and Documents relating to Maratha History. K. Paul, Trench, Trubner & Company Limited. p. 165.
  8. Mehta, J. L. (2005). Advanced study in the history of modern India, 1707-1813. Slough: New Dawn Press, Inc. pp. 45, 47. ISBN 9781932705546.