ସାଇନା ସଲୋନିକା

ଉଇକିପିଡ଼ିଆ‌ରୁ
ସାଇନା ସଲୋନିକା
ଦେଶ ଭାରତ
ଜନ୍ମ୨୦୦୩
ଉପାଧୀମହିଳା ଅନ୍ତର୍ଜାତୀୟ ମାଷ୍ଟର (୨୦୨୨)

ସାଇନା ସଲୋନିକା, ଜଣେ ଭାରତୀୟ ଚେସ ଖେଳାଳି ।[୧] ୨୦୨୨ ମସିହା ଜୁନ ମାସରେ ସେ ୧୮ ବର୍ଷ ବୟସରେ ମହିଳା ଅନ୍ତର୍ଜାତୀୟ ମାଷ୍ଟର (ଡବ୍ଲ୍ୟୁଆଇଏମ) ଟାଇଟେଲ ହାସଲ କରିଥିଲେ । ମହିଳା ଅନ୍ତର୍ଜାତୀୟ ମାଷ୍ଟର ଟାଇଟେଲ ହାସଲ କରିବାରେ ସେ ତୃତୀୟ ଓଡ଼ିଆ ମହିଳା । ତାଙ୍କ ପୂର୍ବରୁ ପଦ୍ମିନୀ ରାଉତକିରଣ ମନୀଷା ମହାନ୍ତି ଏହି ଟାଇଟେଲ ହାସଲ କରିସାରିଛନ୍ତି ।[୨]

କୃତିତ୍ତ୍ୱ[ସମ୍ପାଦନା]

  • ୨୦୧୦ ମସିହାରେ ୭ ବର୍ଷରୁ କମ୍ ବିଭାଗରେ ସେ ଜାତୀୟ ଚାମ୍ପିଆନ
  • ୨୦୧୩ ମସିହାରେ ୟୁଏଇରେ ଆୟୋଜିତ ୧୦ ବର୍ଷରୁ କମ୍ ବାଳିକା ବର୍ଗରେ ବିଶ୍ବ ଚାମ୍ପିଆନ
  • ୨୦୧୯ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ସେ ‘ମୁଁ ହିରୋ ମୁଁ ଓଡ଼ିଶା’ ପୁରସ୍କାର
  • ୨୦୧୨ ମସିହାରେରେ ସେ ସର୍ବକନିଷ୍ଠ ଓଡ଼ିଶା ଝିଅ ଭାବେ ଅନ୍ତର୍ଜାତୀୟ ମହିଳା କ୍ୟାଣ୍ଡିଡେଟ ମାଷ୍ଟର୍ (ଡବ୍ଲ୍ୟୁସିଏମ) ଟାଇଟେଲ
  • ୨୦୧୬ ମସିହାରେ ତାଙ୍କୁ ଅନ୍ତର୍ଜାତୀୟ ମହିଳା ଫିଡେ ମାଷ୍ଟର୍ (ଡବ୍ଲ୍ୟୁଏଫାଐଅ) ଟାଇଟେଲ
  • ୨୦୧୬ ମସିହାରେ ୨୦୯୩ ରେଟିଂ ସହ ସେ ନିଜ ବୟସ ବର୍ଗରେ ଦେଶ ତଥା ଏସିଆ ମହାଦେଶର ଏକ ନମ୍ବର ଚେସ ଖେଳାଳି
  • ୨୦୨୨ ମସିହା ଫେବୃଆରୀରେ ସେ ଓଡ଼ିଶା ରାଜ୍ୟ ବରିଷ୍ଠ ମହିଳା ଚାମ୍ପିଆନସିପରେ ବିଜୟ

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ସାଇନା ୨୦୦୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗଣେଶ୍ବର ଜେନା ଓ ମାତାଙ୍କ ନାମ ବବିତା ଜେନା । ପିତାମାତାଙ୍କ ପ୍ରୋତ୍ସାହନ ପାଇ ସେ ଚେସ ଖେଳିବା ଆରମ୍ଭ କରିଥିଲେ । ସେ ବର୍ତ୍ତମାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ଚେସ ବ୍ୟତିତ ତାଙ୍କୁ ମଡେଲିଂ ଓ ଆଙ୍କରିଂ କରିବାକୁ ଭଲଲାଗେ ।[୩]

ଆଧାର[ସମ୍ପାଦନା]

  1. "profile info Salonika, Saina". www.fide.com. fide.com. Archived from the original on 27 June 2022. Retrieved 27 June 2022.
  2. "Teenager Saina Salonika Odisha's Third Woman IM; Know Others To Get The Title". www.odishabytes.com. odisha bytes. Archived from the original on 27 June 2022. Retrieved 27 June 2022.
  3. "ଚେସ୍‌ବୋର୍ଡର ରାଣୀ ସାଇନା". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 27 June 2022. Retrieved 27 June 2022.

ଅଧିକ ତଥ୍ୟ[ସମ୍ପାଦନା]