ସାଇନା ଅମିନ

ଉଇକିପିଡ଼ିଆ‌ରୁ
ସାଇନା ଅମିନ
শায়না আমিন
Born
ମହମଦ ଅମିନ ସାଇନା

ମକାଃ, ସାଉଦି ଆରବିଆ
Nationalityବାଂଲାଦେଶୀ
Occupation(s)ଅଭିନେତ୍ରୀ, ମଡେଲ
Years active୨୦୦୫- ଏବେଯାଏଁ
Parent(s)ନୁରୁଲ ଅମିନ
ହସନା ଅମିନ

ମହମଦ ଅମିନ ସାଇନା ଜଣେ ବଙ୍ଗଳାଦେଶୀ ଦୂରଦର୍ଶନ ଓ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ ।[୧] ୨୦୦୫ରେ ସେ ଜଣେ ମଡେଲ ଭାବରେ କିଛି ବିଜ୍ଞାପନରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।[୨] ସେ ମୁଖ୍ୟତଃ ସାଇନା ଅମିନ ନାମରେ ପରିଚିତା । ୨୦୦୬ରେ ସେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ସେ କ୍ରସ କନେକ୍ସନ ଧାରାବାହିକ ଜରିଆରେ ଦୂରଦର୍ଶନ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ କିଛି ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଆସୁଛନ୍ତି ।


୨୦୧୧ରେ ସାଇନା ଅମିନ ଚଳଚ୍ଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ନିର୍ଦ୍ଦେଶକ ରୁବାଇୟତଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ମେହେରାଜନ ଚଳଚ୍ଚିତ୍ର ଜରିଆରେ ସେ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ ।[୩] ସେ ଏହି ଚଳଚ୍ଚିତ୍ରରେ ଜଣେ ଯୁବା ମେହେରାଜନ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ୨୦୧୨ରେ ଏବଂ ୨୦୧୫ରେ ଆଉ ଦୁଇଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ଦୁଇଟି ହେଉଛି ପିତା- ଦ ଫାଦର ଏବଂ ପୁତ୍ରୋ ଏଖୁନ ପୋୟଶାଳା । ପିତା ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ମସୁଦ ଅଖଣ୍ଡ ଏବଂ ପୁତ୍ରୋ ଏଖୁନ ପୋୟଶାଳାର ନିର୍ଦ୍ଦେଶନା ଦେଇଥିଲେ ନର୍ଗିସ ଅଖତାର ।[୩]

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା[ସମ୍ପାଦନା]

ସାଇନା ସାଉଦି ଆରବିଆର ମକାଃଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାମାତା ବଙ୍ଗଳାଦେଶର ଅଧିବାସୀ ଥିଲେ ।[୨][୪] [୫] ତାଙ୍କ ବାପା ନୁରୁଲ ଅମିନ ଜଣେ ବ୍ୟବସାୟୀ ଏବଂ ମାଆ ହାସନା ଅମିନ ଜଣେ ଗୃହିଣୀ ।[୬] ତାଙ୍କୁ ଦେଢ଼ ବର୍ଷ ହୋଇଥିଲା ବେଳେ, ତାଙ୍କ ପିତାମାତା ବଙ୍ଗଳାଦେଶକୁ ସ୍ଥାନାନ୍ତରିତ ହୋଇଯାଇଥିଲେ ଏବଂ ଲାଲମାଟିଆରେ ଅବସ୍ଥାନ କରିଥିଲେ ।[୫] ସେ ଶିବ୍ଲି ମହମଦଙ୍କଠାରୁ ନୃତ୍ୟ ଶିକ୍ଷା କରିଥିଲେ ଏବଂ ନୃତ୍ୟାଙ୍ଗ ନାମକ ଏକ ନୃତ୍ୟ ଶିକ୍ଷା ବିଦ୍ୟାଳୟରେ ଯୋଗ ଦେଇଥିଲେ ।[୫][୭] ସେ ଲାଲମାଟିଆ ମହିଳା ମହାବିଦ୍ୟାଳୟରେ ପଢ଼ୁଥିଲେ ଏବଂ ପରେ ଢକାରେ ପଢ଼ୁଥିଲେ ।[୮]

ଅଭିନୟ ଜୀବନ[ସମ୍ପାଦନା]

ମଡେଲିଂ ଏବଂ ଦୂରଦର୍ଶନ[ସମ୍ପାଦନା]

୨୦୦୫ରେ ସାଇନା ଜଣେ ମଡେଲ ଭାବରେ ତାଙ୍କର ପେଷା ଆରମ୍ଭ କରିଥିଲେ । ସେ ସନ୍‌ସିଲ୍କ ସାମ୍ପୋର ଦୂରଦର୍ଶନ ବିଜ୍ଞାପନରେ ଜଣେ ମଡେଲ ଭାବରେ ଅଭିନୟ କରିଥିଲେ ।[୧] ସେତେବେଳେ ସେ ଦଶମ ଶ୍ରେଣୀରେ ପଢ଼ୁଥିଲେ । ଏହା ପରବର୍ଷ, ୨୦୦୬ରେ ସେ ଦୂରଦର୍ଶନ ଧାରାବାହିକରେ ଅଭିନୟ ଆରମ୍ଭ କରିଥିଲେ । ବଦ୍ରୁଲ ଇସଲାମ ସାଉଦଙ୍କ ନିର୍ଦ୍ଦେଶିତ ଧାରାବାହିକ କ୍ରସ କନେକ୍ସନରେ ସେ ଅଭିନୟ କରିଥିଲେ ।[୯] ଏହାପରଠାରୁ ସେ ଦୂରଦର୍ଶନ ଧାରାବାହିକ ଏବଂ ବିଜ୍ଞାପନରେ ଅଭିନୟ କରିଆସୁଛନ୍ତି । ୨୦୦୮ରେ ସେ ପ୍ରେମର ଅଙ୍ଗକୁ ଶୀର୍ଷକ ଧାରାବାହିକରେ ଅଭିନୟ କରିଥିଲେ । ଏହି ଧାରାବାହିକଟିର ନିର୍ଦ୍ଦେଶନା ଦେଇଥିଲେ ଆବୁଲ ଅଲ ସାୟେଦ । ମୋନ ଉଚଟୋନ ଧାରାବାହିକରେ ସେ ମଧ୍ୟ ଅଭିନୟ କରିଥିଲେ ।

୨୦୧୧ରେ ସାଇନା ଲାଇଫ୍ ଇଜ୍ ବିଉଟିଫୁଲ, କିମିଙ୍ଗ୍ ସୁନ୍ ଏବଂ ଲୋକଲୋୟ ଭଳି ଧାରାବାହିକରେ ଅଭିନୟ କରିଥିଲେ । ସେ ଅନ୍ତୁ କରିମଙ୍କ ସ‌‌ହ ଏକ ଆଲବମ୍ ଗୀତରେ ମଧ୍ୟ ଅଭିନୟ କରିଥିଲେ । ଏହି ଆଲବମ୍ ଗୀତଟିର ନାମ ଥିଲା ଏକ ଜୀବନ । ଶାହିଦ ଏହି ଗୀତଟି ଲେଖିଥିଲେ ଏବଂ ଶୁଭସ୍ମିତା ବାନାର୍ଜୀ ଓ ଶାହିଦ ଏହି ଗୀତଟି ଗାଇଥିଲେ ।[୧୦][୧୧] ୨୦୧୧ରେ ଏହି ଗୀତଟି ସବୁଠି ଅଧିକ ଲୋକପ୍ରିୟ ହୋଇଥିଲା ।

୨୦୧୨ ଏବଂ ୨୦୧୩ ମଧ୍ୟରେ, ଅମିନ ଅପ୍ରତିଷ୍ଠାନିକ ଶିକ୍ଷା ସଫର, ପିୟ ମାଅ, କଲେଜ, ରିଲେସନ, ଅନ୍ତ‌ହୀନ ଏବଂ ଜିନୀ ମେଡ୍ ଇନ୍ ଜିନିଜିରା ଭଳି ଧାରାବାହିକରେ ଅଭିନୟ କରିଥିଲେ ।

୨୦୧୪ରେ ଅମିନ ଏକ ଭାଲେନଣ୍ଟାଇନ ଡେ ପାଇଁ ସ୍ୱତନ୍ତ୍ର ଧାରାବାହିକରେ ଅଭିନୟ କରିଥିଲେ । ଏହି ଧାରାବାହିକଟୀର ଶୀର୍ଷକ ଥିଲା "ମାଇଁ ଏକ୍ସ ଗାର୍ଲଫ୍ରେଣ୍ଡ" । କଲର୍ ଏବଂ ଦାଗ ନାମକ ଦୁଇଟି ଦୂରଦର୍ଶନ ଧାରାବାହିକରେ ସେ ଅଭିନୟ ମଧ ଅଭିନୟ କରିଥିଲେ । ଏହିସ‌ହ ସ୍ୱପ୍ନର ସୁରୁ ଓ ଶେଷ, ପ୍ରେୟାଷି, ସେଇ ମେୟେତି, ଇନ୍ ଏ ରିଲେସନସିପ୍ ଏବଂ ସାଧାରଣ ଜ୍ଞାନ ଭଳି ଧାରାବାହିକରେ ଅଭିନୟ କରିଥିଲେ ।

ଚଳଚ୍ଚିତ୍ର[ସମ୍ପାଦନା]

୨୦୧୧ରେ ସାଇନା ଅମିନ ଚଳଚ୍ଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ମେହେରଜାନ ନାମକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଭାରତୀୟ ନିର୍ଦ୍ଦେଶକ ଭିକ୍ଟର ବାନାର୍ଜୀ, ଜୟା ବଚ୍ଚନ ଏବଂ ବଙ୍ଗଳାଦେଶୀ ଅଭିନେତା ହୁମାୟୁନ ଫରିଦି ଅଭିନୟ କରିଥିଲେ । ୨୦୧୨ରେ ସେ ପିତା- ଦ ଫାଦର ଶୀର୍ଷକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୨] ଏହି ଦୁଇଟିଯାକ ଚଳଚ୍ଚିତ୍ର ୧୯୭୧ର ବଙ୍ଗଳାଦେଶ ସ୍ୱାଧୀନ ଯୁଦ୍ଧ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟିରେ ସେ ଜଣେ ହିନ୍ଦୁ ଗର୍ଭବତୀ ମହିଳା ଭୂମିକାରେ ଅଭିନୟ କରିଥିଲେ ।[୧୩] ୨୮ ଡିସେମ୍ବର ୨୦୧୨ରେ ଏହି ଚଳଚ୍ଚିତ୍ରଟି ବଙ୍ଗଳାଦେଶରେ ମୁକ୍ତିଲାଭ କରିଥିଲା ।[୧୪][୧୫] ଏହାପରେ ସେ ଏକ ଚଳଚ୍ଚିତ୍ର ପାଇଁ ଚୁକ୍ତିବଦ୍ଧ ହୋଇଥିଲେ ମାତ୍ର କୌଣସି ଅସୁବିଧା କାରଣରୁ ଏହାର ମୁକ୍ତିଲାଭରେ ବିଳମ୍ବ ହୋଇଥିଲା । ୨୦୧୫ରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ପୁତ୍ରୋ ଏଖୁନ ପୋୟଶାଳା ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ୧୫ ଜାନୁଆରୀ ୨୦୧୫ରେ ମୁକ୍ତିଲାଭ କରିଥିଲା ।[୧୬]

ଅଭିନୀତ ଚଳଚ୍ଚିତ୍ର[ସମ୍ପାଦନା]

  • ମେହରାଜନ
  • ପିତା
  • ପୁତ୍ରୋ ଏଖୁନ ପୋୟଶାଳା

ଅଭିନୀତ ଧାରାବାହିକ[ସମ୍ପାଦନା]

  • କ୍ରସ କନେକ୍ସନ
  • ପ୍ରେମର ଅଙ୍ଗକୋ
  • ମୋନ ଉଚ୍ଚତୋନ
  • ଲାଇଫ ଇଜ୍ ବିଉଟିଫୁଲ
  • କମିଙ୍ଗ୍ ସୁନ୍
  • ଲୋକାଲୟ

ଆଧାର[ସମ୍ପାଦନା]

  1. ୧.୦ ୧.୧ "Glitz and glamour - Shaina Amin makes it big". The Daily Star. 7 August 2011. Archived from the original on 11 February 2015. Retrieved 10 February 2015.
  2. ୨.୦ ୨.୧ "Shaina Amin - Talented actress, model in Bangladesh". Retrieved 19 December 2014.
  3. ୩.୦ ୩.୧ "I have high expectations from myself -- Shaina". The Daily Star. 4 April 2014. Retrieved 12 December 2014.
  4. আর যে সয় না - Daily Jugantor. Daily Jaijaidin (in Bengali). 25 April 2014. Archived from the original on 11 February 2015. Retrieved 19 December 2014. {{cite news}}: Invalid |script-title=: missing prefix (help)
  5. ୫.୦ ୫.୧ ୫.୨ চলচ্চিত্রে শায়নার যুদ্ধ. Daily Jaijaidin (in Bengali). 18 December 2012. Retrieved 19 December 2014. {{cite news}}: Invalid |script-title=: missing prefix (help)
  6. শায়নার খেরোখাতা. Daily Kalerkantho (in Bengali). 3 June 2011. Archived from the original on 11 February 2015. Retrieved 19 December 2014. {{cite news}}: Invalid |script-title=: missing prefix (help)
  7. নাচের মেয়ে অভিনয়ে. Prothom Alo (in Bengali). Archived from the original on 7 May 2019. Retrieved 10 February 2015. {{cite news}}: Invalid |script-title=: missing prefix (help)
  8. ধারাবাহিক থেকে দূরে শায়না. Jaijaidin (in Bengali). Retrieved 10 February 2015. {{cite news}}: Invalid |script-title=: missing prefix (help)
  9. শায়না কাহিনী Story of Shaina. Amar Desh (in Bengali). 8 March 2014. Retrieved 11 February 2015. {{cite news}}: Invalid |script-title=: missing prefix (help)
  10. "Shaina, Antu in a music video". 14 July 2011. Retrieved 16 December 2014.
  11. শহীদের গানে মডেল শায়না. Prothom Alo (in Bengali). 11 July 2011. Archived from the original on 2 August 2017. Retrieved 10 February 2015. {{cite news}}: Invalid |script-title=: missing prefix (help)
  12. "Camera rolls for "Pita"". The Daily Star. 22 August 2011. Archived from the original on 11 February 2015. Retrieved 11 February 2015.
  13. "Pita: Story of war-time father releases today". The Daily Star. 21 December 2012. Archived from the original on 11 February 2015. Retrieved 11 February 2015.
  14. পিতা (Pita) - বাংলা মুভি ডাটাবেজ (in Bengali). Bangla Movie Database. Retrieved 11 February 2015. {{cite web}}: Invalid |script-title=: missing prefix (help)
  15. আমেরিকার প্রেক্ষাগৃহে শায়না. Daily Jaijaidin (in Bengali). 3 May 2013. Retrieved 12 December 2014. {{cite news}}: Invalid |script-title=: missing prefix (help)
  16. পাঁচ তারকার ‘পুত্র এখন পয়সাওয়ালা’. Bdnews24.com (in Bengali). 11 January 2015. Retrieved 11 February 2015. {{cite news}}: Invalid |script-title=: missing prefix (help)