ସାଇନା ଅମିନ
ସାଇନା ଅମିନ | |
---|---|
শায়না আমিন | |
ଜନ୍ମ | ମହମଦ ଅମିନ ସାଇନା ମକାଃ, ସାଉଦି ଆରବିଆ |
ଜାତୀୟତା | ବାଂଲାଦେଶୀ |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ |
ସକ୍ରିୟ ବର୍ଷ | ୨୦୦୫- ଏବେଯାଏଁ |
ପିତାମାତା(s) | ନୁରୁଲ ଅମିନ ହସନା ଅମିନ |
ମହମଦ ଅମିନ ସାଇନା ଜଣେ ବଙ୍ଗଳାଦେଶୀ ଦୂରଦର୍ଶନ ଓ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ ।[୧] ୨୦୦୫ରେ ସେ ଜଣେ ମଡେଲ ଭାବରେ କିଛି ବିଜ୍ଞାପନରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।[୨] ସେ ମୁଖ୍ୟତଃ ସାଇନା ଅମିନ ନାମରେ ପରିଚିତା । ୨୦୦୬ରେ ସେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ସେ କ୍ରସ କନେକ୍ସନ ଧାରାବାହିକ ଜରିଆରେ ଦୂରଦର୍ଶନ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ କିଛି ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଆସୁଛନ୍ତି ।
୨୦୧୧ରେ ସାଇନା ଅମିନ ଚଳଚ୍ଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ନିର୍ଦ୍ଦେଶକ ରୁବାଇୟତଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ମେହେରାଜନ ଚଳଚ୍ଚିତ୍ର ଜରିଆରେ ସେ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ ।[୩] ସେ ଏହି ଚଳଚ୍ଚିତ୍ରରେ ଜଣେ ଯୁବା ମେହେରାଜନ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ୨୦୧୨ରେ ଏବଂ ୨୦୧୫ରେ ଆଉ ଦୁଇଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ଦୁଇଟି ହେଉଛି ପିତା- ଦ ଫାଦର ଏବଂ ପୁତ୍ରୋ ଏଖୁନ ପୋୟଶାଳା । ପିତା ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ମସୁଦ ଅଖଣ୍ଡ ଏବଂ ପୁତ୍ରୋ ଏଖୁନ ପୋୟଶାଳାର ନିର୍ଦ୍ଦେଶନା ଦେଇଥିଲେ ନର୍ଗିସ ଅଖତାର ।[୩]
ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା
[ସମ୍ପାଦନା]ସାଇନା ସାଉଦି ଆରବିଆର ମକାଃଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାମାତା ବଙ୍ଗଳାଦେଶର ଅଧିବାସୀ ଥିଲେ ।[୨][୪] [୫] ତାଙ୍କ ବାପା ନୁରୁଲ ଅମିନ ଜଣେ ବ୍ୟବସାୟୀ ଏବଂ ମାଆ ହାସନା ଅମିନ ଜଣେ ଗୃହିଣୀ ।[୬] ତାଙ୍କୁ ଦେଢ଼ ବର୍ଷ ହୋଇଥିଲା ବେଳେ, ତାଙ୍କ ପିତାମାତା ବଙ୍ଗଳାଦେଶକୁ ସ୍ଥାନାନ୍ତରିତ ହୋଇଯାଇଥିଲେ ଏବଂ ଲାଲମାଟିଆରେ ଅବସ୍ଥାନ କରିଥିଲେ ।[୫] ସେ ଶିବ୍ଲି ମହମଦଙ୍କଠାରୁ ନୃତ୍ୟ ଶିକ୍ଷା କରିଥିଲେ ଏବଂ ନୃତ୍ୟାଙ୍ଗ ନାମକ ଏକ ନୃତ୍ୟ ଶିକ୍ଷା ବିଦ୍ୟାଳୟରେ ଯୋଗ ଦେଇଥିଲେ ।[୫][୭] ସେ ଲାଲମାଟିଆ ମହିଳା ମହାବିଦ୍ୟାଳୟରେ ପଢ଼ୁଥିଲେ ଏବଂ ପରେ ଢକାରେ ପଢ଼ୁଥିଲେ ।[୮]
ଅଭିନୟ ଜୀବନ
[ସମ୍ପାଦନା]ମଡେଲିଂ ଏବଂ ଦୂରଦର୍ଶନ
[ସମ୍ପାଦନା]୨୦୦୫ରେ ସାଇନା ଜଣେ ମଡେଲ ଭାବରେ ତାଙ୍କର ପେଷା ଆରମ୍ଭ କରିଥିଲେ । ସେ ସନ୍ସିଲ୍କ ସାମ୍ପୋର ଦୂରଦର୍ଶନ ବିଜ୍ଞାପନରେ ଜଣେ ମଡେଲ ଭାବରେ ଅଭିନୟ କରିଥିଲେ ।[୧] ସେତେବେଳେ ସେ ଦଶମ ଶ୍ରେଣୀରେ ପଢ଼ୁଥିଲେ । ଏହା ପରବର୍ଷ, ୨୦୦୬ରେ ସେ ଦୂରଦର୍ଶନ ଧାରାବାହିକରେ ଅଭିନୟ ଆରମ୍ଭ କରିଥିଲେ । ବଦ୍ରୁଲ ଇସଲାମ ସାଉଦଙ୍କ ନିର୍ଦ୍ଦେଶିତ ଧାରାବାହିକ କ୍ରସ କନେକ୍ସନରେ ସେ ଅଭିନୟ କରିଥିଲେ ।[୯] ଏହାପରଠାରୁ ସେ ଦୂରଦର୍ଶନ ଧାରାବାହିକ ଏବଂ ବିଜ୍ଞାପନରେ ଅଭିନୟ କରିଆସୁଛନ୍ତି । ୨୦୦୮ରେ ସେ ପ୍ରେମର ଅଙ୍ଗକୁ ଶୀର୍ଷକ ଧାରାବାହିକରେ ଅଭିନୟ କରିଥିଲେ । ଏହି ଧାରାବାହିକଟିର ନିର୍ଦ୍ଦେଶନା ଦେଇଥିଲେ ଆବୁଲ ଅଲ ସାୟେଦ । ମୋନ ଉଚଟୋନ ଧାରାବାହିକରେ ସେ ମଧ୍ୟ ଅଭିନୟ କରିଥିଲେ ।
୨୦୧୧ରେ ସାଇନା ଲାଇଫ୍ ଇଜ୍ ବିଉଟିଫୁଲ, କିମିଙ୍ଗ୍ ସୁନ୍ ଏବଂ ଲୋକଲୋୟ ଭଳି ଧାରାବାହିକରେ ଅଭିନୟ କରିଥିଲେ । ସେ ଅନ୍ତୁ କରିମଙ୍କ ସହ ଏକ ଆଲବମ୍ ଗୀତରେ ମଧ୍ୟ ଅଭିନୟ କରିଥିଲେ । ଏହି ଆଲବମ୍ ଗୀତଟିର ନାମ ଥିଲା ଏକ ଜୀବନ । ଶାହିଦ ଏହି ଗୀତଟି ଲେଖିଥିଲେ ଏବଂ ଶୁଭସ୍ମିତା ବାନାର୍ଜୀ ଓ ଶାହିଦ ଏହି ଗୀତଟି ଗାଇଥିଲେ ।[୧୦][୧୧] ୨୦୧୧ରେ ଏହି ଗୀତଟି ସବୁଠି ଅଧିକ ଲୋକପ୍ରିୟ ହୋଇଥିଲା ।
୨୦୧୨ ଏବଂ ୨୦୧୩ ମଧ୍ୟରେ, ଅମିନ ଅପ୍ରତିଷ୍ଠାନିକ ଶିକ୍ଷା ସଫର, ପିୟ ମାଅ, କଲେଜ, ରିଲେସନ, ଅନ୍ତହୀନ ଏବଂ ଜିନୀ ମେଡ୍ ଇନ୍ ଜିନିଜିରା ଭଳି ଧାରାବାହିକରେ ଅଭିନୟ କରିଥିଲେ ।
୨୦୧୪ରେ ଅମିନ ଏକ ଭାଲେନଣ୍ଟାଇନ ଡେ ପାଇଁ ସ୍ୱତନ୍ତ୍ର ଧାରାବାହିକରେ ଅଭିନୟ କରିଥିଲେ । ଏହି ଧାରାବାହିକଟୀର ଶୀର୍ଷକ ଥିଲା "ମାଇଁ ଏକ୍ସ ଗାର୍ଲଫ୍ରେଣ୍ଡ" । କଲର୍ ଏବଂ ଦାଗ ନାମକ ଦୁଇଟି ଦୂରଦର୍ଶନ ଧାରାବାହିକରେ ସେ ଅଭିନୟ ମଧ ଅଭିନୟ କରିଥିଲେ । ଏହିସହ ସ୍ୱପ୍ନର ସୁରୁ ଓ ଶେଷ, ପ୍ରେୟାଷି, ସେଇ ମେୟେତି, ଇନ୍ ଏ ରିଲେସନସିପ୍ ଏବଂ ସାଧାରଣ ଜ୍ଞାନ ଭଳି ଧାରାବାହିକରେ ଅଭିନୟ କରିଥିଲେ ।
ଚଳଚ୍ଚିତ୍ର
[ସମ୍ପାଦନା]୨୦୧୧ରେ ସାଇନା ଅମିନ ଚଳଚ୍ଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସେ ମେହେରଜାନ ନାମକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଭାରତୀୟ ନିର୍ଦ୍ଦେଶକ ଭିକ୍ଟର ବାନାର୍ଜୀ, ଜୟା ବଚ୍ଚନ ଏବଂ ବଙ୍ଗଳାଦେଶୀ ଅଭିନେତା ହୁମାୟୁନ ଫରିଦି ଅଭିନୟ କରିଥିଲେ । ୨୦୧୨ରେ ସେ ପିତା- ଦ ଫାଦର ଶୀର୍ଷକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୨] ଏହି ଦୁଇଟିଯାକ ଚଳଚ୍ଚିତ୍ର ୧୯୭୧ର ବଙ୍ଗଳାଦେଶ ସ୍ୱାଧୀନ ଯୁଦ୍ଧ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟିରେ ସେ ଜଣେ ହିନ୍ଦୁ ଗର୍ଭବତୀ ମହିଳା ଭୂମିକାରେ ଅଭିନୟ କରିଥିଲେ ।[୧୩] ୨୮ ଡିସେମ୍ବର ୨୦୧୨ରେ ଏହି ଚଳଚ୍ଚିତ୍ରଟି ବଙ୍ଗଳାଦେଶରେ ମୁକ୍ତିଲାଭ କରିଥିଲା ।[୧୪][୧୫] ଏହାପରେ ସେ ଏକ ଚଳଚ୍ଚିତ୍ର ପାଇଁ ଚୁକ୍ତିବଦ୍ଧ ହୋଇଥିଲେ ମାତ୍ର କୌଣସି ଅସୁବିଧା କାରଣରୁ ଏହାର ମୁକ୍ତିଲାଭରେ ବିଳମ୍ବ ହୋଇଥିଲା । ୨୦୧୫ରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ପୁତ୍ରୋ ଏଖୁନ ପୋୟଶାଳା ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ୧୫ ଜାନୁଆରୀ ୨୦୧୫ରେ ମୁକ୍ତିଲାଭ କରିଥିଲା ।[୧୬]
ଅଭିନୀତ ଚଳଚ୍ଚିତ୍ର
[ସମ୍ପାଦନା]- ମେହରାଜନ
- ପିତା
- ପୁତ୍ରୋ ଏଖୁନ ପୋୟଶାଳା
ଅଭିନୀତ ଧାରାବାହିକ
[ସମ୍ପାଦନା]- କ୍ରସ କନେକ୍ସନ
- ପ୍ରେମର ଅଙ୍ଗକୋ
- ମୋନ ଉଚ୍ଚତୋନ
- ଲାଇଫ ଇଜ୍ ବିଉଟିଫୁଲ
- କମିଙ୍ଗ୍ ସୁନ୍
- ଲୋକାଲୟ
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Glitz and glamour - Shaina Amin makes it big". The Daily Star. 7 August 2011. Archived from the original on 11 February 2015. Retrieved 10 February 2015.
- ↑ ୨.୦ ୨.୧ "Shaina Amin - Talented actress, model in Bangladesh". Retrieved 19 December 2014.
- ↑ ୩.୦ ୩.୧ "I have high expectations from myself -- Shaina". The Daily Star. 4 April 2014. Retrieved 12 December 2014.
- ↑ আর যে সয় না - Daily Jugantor. Daily Jaijaidin (in Bengali). 25 April 2014. Archived from the original on 11 February 2015. Retrieved 19 December 2014.
{{cite news}}
: Invalid|script-title=
: missing prefix (help) - ↑ ୫.୦ ୫.୧ ୫.୨ চলচ্চিত্রে শায়নার যুদ্ধ. Daily Jaijaidin (in Bengali). 18 December 2012. Retrieved 19 December 2014.
{{cite news}}
: Invalid|script-title=
: missing prefix (help) - ↑ শায়নার খেরোখাতা. Daily Kalerkantho (in Bengali). 3 June 2011. Archived from the original on 11 February 2015. Retrieved 19 December 2014.
{{cite news}}
: Invalid|script-title=
: missing prefix (help) - ↑ নাচের মেয়ে অভিনয়ে. Prothom Alo (in Bengali). Archived from the original on 7 May 2019. Retrieved 10 February 2015.
{{cite news}}
: Invalid|script-title=
: missing prefix (help) - ↑ ধারাবাহিক থেকে দূরে শায়না. Jaijaidin (in Bengali). Retrieved 10 February 2015.
{{cite news}}
: Invalid|script-title=
: missing prefix (help) - ↑ শায়না কাহিনী Story of Shaina. Amar Desh (in Bengali). 8 March 2014. Retrieved 11 February 2015.
{{cite news}}
: Invalid|script-title=
: missing prefix (help) - ↑ "Shaina, Antu in a music video". 14 July 2011. Retrieved 16 December 2014.
- ↑ শহীদের গানে মডেল শায়না. Prothom Alo (in Bengali). 11 July 2011. Archived from the original on 2 August 2017. Retrieved 10 February 2015.
{{cite news}}
: Invalid|script-title=
: missing prefix (help) - ↑ "Camera rolls for "Pita"". The Daily Star. 22 August 2011. Archived from the original on 11 February 2015. Retrieved 11 February 2015.
- ↑ "Pita: Story of war-time father releases today". The Daily Star. 21 December 2012. Archived from the original on 11 February 2015. Retrieved 11 February 2015.
- ↑ পিতা (Pita) - বাংলা মুভি ডাটাবেজ (in Bengali). Bangla Movie Database. Retrieved 11 February 2015.
{{cite web}}
: Invalid|script-title=
: missing prefix (help) - ↑ আমেরিকার প্রেক্ষাগৃহে শায়না. Daily Jaijaidin (in Bengali). 3 May 2013. Retrieved 12 December 2014.
{{cite news}}
: Invalid|script-title=
: missing prefix (help) - ↑ পাঁচ তারকার ‘পুত্র এখন পয়সাওয়ালা’. Bdnews24.com (in Bengali). 11 January 2015. Retrieved 11 February 2015.
{{cite news}}
: Invalid|script-title=
: missing prefix (help)