ସାଇକ୍ଲୋପେଣ୍ଟୋଲେଟ

ଉଇକିପିଡ଼ିଆ‌ରୁ
ସାଇକ୍ଲୋପେଣ୍ଟୋଲେଟ
Clinical data
SynonymsCyclopentolate hydrochloride
AHFS/Drugs.commonograph
Pregnancy
category
  • C
Identifiers
  • (RS)-2-(dimethylamino)ethyl (1-hydroxycyclopentyl)(phenyl)acetate
ECHA InfoCard100.007.398 Edit this at Wikidata
Chemical and physical data
FormulaC17H25NO3
Molar mass୨୯୧.୩୯ g·mol−1
3D model (JSmol)
  • O=C(OCCN(C)C)C(c1ccccc1)C2(O)CCCC2
  • InChI=1S/C17H25NO3/c1-18(2)12-13-21-16(19)15(14-8-4-3-5-9-14)17(20)10-6-7-11-17/h3-5,8-9,15,20H,6-7,10-13H2,1-2H3 checkY
  • Key:SKYSRIRYMSLOIN-UHFFFAOYSA-N checkY

ସାଇକ୍ଲୋପେଣ୍ଟୋଲେଟ ହେଉଛି ଏକ ଔଷଧ ଯାହା ଚକ୍ଷୁ ପରୀକ୍ଷଣରେ ସାହାଯ୍ୟ କରିବା ପାଇଁ ଆଖିକୁ ବିସ୍ତାର କରିଥାଏ[୧] ଏହା ୟୁଭାଇଟିସର (ଆଇରାଇଟିସ୍) ଯନ୍ତ୍ରଣାରେ ସାହାଯ୍ୟ କରିବା ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ । [୨] ଏହା ଆଖି ବୁନ୍ଦା ଭାବରେ ପ୍ରୟୋଗ କରାଯାଏ ।[୨] ସର୍ବାଧିକ ପ୍ରଭାବ ଏକ ଘଣ୍ଟା ମଧ୍ୟରେ ଘଟିଥାଏ ଏବଂ ସାଧାରଣତଃ ପ୍ରାୟ ଏକ ଦିନ ରହିଥାଏ । [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖିର ଚାପ ବୃଦ୍ଧି, ଆଖିର ଉତ୍ତେଜନା, ଅସ୍ପଷ୍ଟ ଦୃଷ୍ଟିଶକ୍ତି ଏବଂ ଆଲୋକ ପ୍ରତି ସମ୍ବେଦନଶୀଳତା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଚରଣ ପରିବର୍ତ୍ତନ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । [୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୧] ଏହା ଏକ ମସ୍କାରିନିକ୍ ବିରୋଧୀ ଔଷଧ ।[୧]

୧୯୭୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସାଇକ୍ଲୋପେଣ୍ଟୋଲେଟ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଟ୍ରପିକାମାଇଡର ବିକଳ୍ପ ଭାବରେ ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୧୦ ମିଲି (୨୦ମାତ୍ରା/୨୦ ଡୋଜ) ଔଷଧର ମୂଲ୍ୟ ପ୍ରାୟ ୧୧ ପାଉଣ୍ଡ ଅଟେ ।[୨] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୮ ଡଲାର ଅଟେ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Cyclopentolate Monograph for Professionals". Drugs.com (in ଇଂରାଜୀ). Archived from the original on 29 September 2021. Retrieved 7 January 2022.
  2. ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. p. 1222. ISBN 978-0857114105.
  3. ୩.୦ ୩.୧ "Cyclopentolate Prices, Coupons & Savings Tips - GoodRx". GoodRx. Retrieved 7 January 2022.
  4. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.