ସର୍ଜିକାଲ ମାସ୍କ
ସର୍ଜିକାଲ ମାସ୍କ ଶଲ୍ୟ ଚିକିତ୍ସା ସମୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କଦ୍ୱାରା ବ୍ୟବହାର କରାଯାଉଥିବା ଏକ ବ୍ୟକ୍ତିଗତ ସୁରକ୍ଷା ସାଧନ ଅଟେ । ଏହା ରୋଗୀର ପାଟି ଓ ନାକରୁ ନିର୍ଗତ ହେଉଥିବା ରୋଗଜନକ ପଦାର୍ଥରୁ ସୁରକ୍ଷା ପ୍ରଦାନ କରିଥାଏ ।[୧] ବ୍ୟବହାରକାରୀକୁ ଜୀବାଣୁ ଓ ଭୂତାଣୁଠାରୁ ରକ୍ଷା କରିବାକୁ ଅସକ୍ଷମ ହୋଇଥିବାରୁ ଏହା ଅନ୍ୟ ମାସ୍କ ବା ଶ୍ୱାସଯନ୍ତ୍ରମାନଙ୍କଠାରୁ ନିକୃଷ୍ଟତର ।[୨]
ବ୍ୟବହାର[ସମ୍ପାଦନା]
ସ୍ୱାସ୍ଥ୍ୟକର୍ମୀ[ସମ୍ପାଦନା]

ସର୍ଜିକାଲ ମାସ୍କ ଚିକିତ୍ସକମାନଙ୍କଦ୍ୱାରା ଶଲ୍ୟ ଏବଂ ଅନ୍ୟ ଚିକିତ୍ସାଜନିତ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ ।[୩] ଏହା ରୋଗୀ ନାକ ଓ ପାଟିରୁ ନିର୍ଗତ ତରଳ ପଦାର୍ଥ ଓ ଏରୋସଲରୁ ରକ୍ଷା କରେ ଯଦିଓ ସର୍ଜରୀ ପରେ ହେଉଥିବା ସଂକ୍ରମଣରୁ ଏହି ମାସ୍କ ରକ୍ଷା କରିବାର କୌଣସି ସଠିକ ପ୍ରମାଣ ନାହିଁ ।[୪]
ସ୍ୱାସ୍ଥ୍ୟକର୍ମୀମାନଙ୍କଦ୍ୱାରା ସର୍ଜିକାଲ ମାସ୍କକୁ ପିନ୍ଧିବା ଏବଂ ପ୍ରତ୍ୟେକ ବ୍ୟବହାର ପରେ ନଷ୍ଟ କରିବାର ଅଭ୍ୟାସ କରାଯାଏ । ଠିକଭାବେ ଫିଟ ହେଉଥିବା ଏବଂ ପରୀକ୍ଷଣ କରାଯାଇଥିବା ଏନ୯୫ ବା ଏଫଏଫଏଫ୩ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଥାଏ ଯାହାଦ୍ୱାରା ସଂକ୍ରମଣରୁ ନିଜକୁ ସୁରକ୍ଷା ମିଳିଥାଏ ।
ଜନସାଧାରଣ[ସମ୍ପାଦନା]
ସାଧାରଣତଃ ଘର ବାହାରରେ ଏପରି ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଏନାହିଁ ।[୫] ପୂର୍ବ-ଏସୀୟ ଦେଶମାନଙ୍କରେ ସାର୍ବଜନିକ ସ୍ଥାନରେ ମାସ୍କ ପିନ୍ଧିବା ସାଧାରଣ କଥା ଅଟେ । ଚୀନ, ଦକ୍ଷିଣ କୋରିଆ ଏବଂ ତାଇୱାନ ପରି ଦେଶରେ ବାୟୁଦ୍ୱାରା ସଂକ୍ରମିତ ରୋଗମାନଙ୍କଠାରୁ ନିଜକୁ ଓ ଅନ୍ୟମାନଙ୍କ ସୁରକ୍ଷା ପାଇଁ ପ୍ରାୟ ଲୋକମାନେ ମାସ୍କ ପିନ୍ଧନ୍ତି । ଏହାଦ୍ୱାରା ବାୟୁ ପ୍ରଦୂଷଣ କାରଣରୁ ଉତ୍ପନ୍ନ ଧୂଳିଧୂଆଁରୁ ବଞ୍ଚିବା ସହ ସହଜରେ ନିଶ୍ୱାସ ନେବା ସମ୍ଭବ ହୁଏ ।[୬]
ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ଧୂଆଁ ଏବଂ ପ୍ରଦୂଷଣର ବୃଦ୍ଧି ହେତୁ ଭାରତ, ନେପାଳ, ଥାଇଲାଣ୍ଡର ପ୍ରମୁଖ ସହରରେ ମଧ୍ୟ ଏହି ମାସ୍କର ବ୍ୟବହାର କରାଯାଉଛି ।[୭][୮] ଏହାବ୍ୟତୀତ ଇଣ୍ଡୋନେସିଆ, ମାଲେସିଆ ଏବଂ ସିଙ୍ଗାପୁରରେ ଦକ୍ଷିଣ-ପୂର୍ବ ଏସିଆ ଗ୍ରୀଷ୍ମଋତୁରେ ଏହାର ବ୍ୟବହାର ଦେଖିବାକୁ ମିଳେ । ନିଶ୍ୱାସବାୟୁରୁ ପରିଷ୍କୃତ କରୁଥିବା ସର୍ଜିକାଲ ମାସ୍କର ବ୍ୟବହାରର ଚାହିଦା ଏସିଆରେ ବହୁତ ଅଧିକ ହୋଇଥିବାରୁ କମ୍ପାନୀମାନେ ସାଧା ମାସ୍କ ସହ ସୁନ୍ଦର ଡିଜାଇନ ଥିବା ମାସ୍କ ପ୍ରସ୍ତୁତ କରି ବିକିଥାନ୍ତି ।[୯]
ଆଧାର[ସମ୍ପାଦନା]
- ↑ "Transmission-Based Precautions". U.S. National Institute for Occupational Safety and Health.
- ↑ "Effectiveness of N95 respirators versus surgical masks in protecting health care workers from acute respiratory infection: a systematic review and meta-analysis". National Center for Biotechnology Information.
- ↑ "Interim Guidance on Planning for the Use of Surgical Masks and Respirators in Health Care Settings during an Influenza Pandemic" (PDF). United States Department of Health and Human Services.
- ↑ "Disposable surgical face masks for preventing surgical wound infection in clean surgery". Cochrane.
- ↑ "The surgical mask is a bad fit for risk reduction". National Center for Biotechnology Information.
- ↑ "A quick history of why Asians wear surgical masks in public". Quartz.
- ↑ "In photos: Anti-pollution masks are now an essential accessory in Delhi". Quartz India.
- ↑ "Traffic police get high-tech masks". Nepali Times.
- ↑ "How surgical masks became a fashion statement". Dazed.