Jump to content

ସରୋଜ ଖାନ

ଉଇକିପିଡ଼ିଆ‌ରୁ
ସରୋଜ୍ ଖାନ୍
ଜନ୍ମ
ନିର୍ମଳା ନାଗପାଲ୍

(1948-11-22)୨୨ ନଭେମ୍ବର ୧୯୪୮
Died୩ ଜୁଲାଇ ୨୦୨୦(2020-07-03) (ବୟସ ୭୧)
ମୁମ୍ବାଇ
ପେଷାନୃତ୍ୟ ନିର୍ଦ୍ଦେଶକ
କାର୍ଯ୍ୟକାଳ୧୯୫୮- ୨୦୨୦

ସରୋଜ ଖାନ (୨୨ ନଭେମ୍ବର ୧୯୪୮ - ୩ ଜୁଲାଇ ୨୦୨୦), ହିନ୍ଦୀ ସିନେମା ଜଗତର ଜଣେ ନୃତ୍ୟ ନିର୍ଦ୍ଦେଶିକା ଭାବେ ଜଣାଶୁଣା ଥିଲେ । ସେ ୨୦୦୦ରୁ ଅଧିକ ଗୀତରେ ନିର୍ଦ୍ଦେଶନା ଦେଇଥିଲେ । ସେ କିଷନ‌ଚାନ୍ଦ ସାଧ୍ୟ ସିଂ ଓ ନୋନି ସାଧୁ ସିଂଙ୍କଠାରୁ ଜନ୍ମ ହୋଇଥିଲେ । ସେ ବିବାହିତା ଅଟନ୍ତି ।

ଏକ ପାକିସ୍ଥାନୀ ଦୂରଦର୍ଶନ କାର୍ଯ୍ୟକ୍ରମରେ କରିଥିବା ସ୍ୱୀକାରୋକ୍ତି ଅନୁଯାୟୀ, ବିବାହ ପୁର୍ବରୁ ସେ ଇସଲାମ୍ ଗ୍ରହଣ କରିଥିଲେ ଓ ଏବେ ମଧ୍ୟ ସେ ମୁସଲ୍‌ମାନ ଅଟନ୍ତି । ତେର ବର୍ଷ ବୟସରେ ସେ ବି ସୋହନ୍‌ଲାଲ୍‌ଙ୍କୁ ବିବାହ କରିଥିଲେ, ଯିଏ ସେ ସମୟରେ ଜଣେ ଜଣାଶୁଣା ନୃତ୍ୟ ଶିକ୍ଷକ ଥିଲେ । ସୋହନ୍‌ଲାଲ‌ ୪୧ ବର୍ଷର ଜଣେ ବିବାହିତ ପୁରୁଷ ଥିଲେ ଓ ତାଙ୍କର ଚାରୋଟି ସନ୍ତାନ ଥିଲେ । ୧୪ ବର୍ଷରେ ସେ ତାଙ୍କର ପ୍ରଥମ ସନ୍ତାନ ହମିଦ୍ ଖାନ୍‌ଙ୍କୁ ଜନ୍ମ ଦେଇଥିଲେ, ଯେ ବର୍ତ୍ତମାନ ରାଜୁ ଖାନ୍ ନାମରେ ଜଣେ ଜଣାଶୁଣା ନୃତ୍ୟ ନିର୍ଦ୍ଦେଶକ ।

୧୯୬୫ରେ ସେ ସୋହନ୍‌ଲାଲ୍‌ଙ୍କଠାରୁ ବିଚ୍ଛେଦ ହୋଇଥିଲେ ମଧ୍ୟ ତାଙ୍କ ସ‌ହ କାମ କରୁଥିଲେ । ସୋହନ୍‌ଲାଲ୍‌ଙ୍କ ହୃଦ‌୍‌ଘାତ ପରେ ସେମାନେ ପୁଣିଥରେ ଏକାଠି ହୋଇଥିଲେ । ସୋହନ୍‌ଲାଲ୍‌ଙ୍କଠାରୁ ସରୋଜ୍ ଖାନ୍‌ଙ୍କର ହୀନା ଖାନ୍ (କୁକୁ) ନାମରେ ଆଉ ଏକ ସନ୍ତାନ ଥିଲା । ପରେ ସୋହନ୍‌ଲାଲ୍ ସରୋଜ୍ ଓ ଦୁଇ ପିଲାଙ୍କୁ ଛାଡି ମୁମ୍ବାଇ ଚାଲିଯାଇଥିଲେ । ପରେ ସରୋଜ୍ ଖାନ୍ ସର୍ଦ୍ଦାର୍ ରୋଶନ୍ ଖାନ୍‌ଙ୍କୁ ବିବାହ କରିଥିଲେ ଓ ସୁକଇନା ଖାନ୍ ନାମରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ, ଯିଏ ବର୍ତ୍ତମାନ ଦୁବାଇରେ ଏକ ନୃତ୍ୟ ଅନୁଷ୍ଠାନ ଚଲାଉଛନ୍ତି ।

ବୃତ୍ତି

[ସମ୍ପାଦନା]

ନିର୍ମଳା ଜନ୍ମ ହେବା ପରେ ତାଙ୍କର ବାପା, ମା' ଭାରତ ବିଭାଜନ ପରେ ଭାରତ ଚାଲି ଆସିଥିଲେ । ସେ ନ‌ଜ୍‌ରାନା ଚଳଚ୍ଚିତ୍ରରେ ୩ ବର୍ଷ ବୟସରେ ଶ୍ୟାମ ନାମକ ଶିଶୁ ଚରିତ୍ରରେ ଅଭିନୟ କରି[୧] ଓ ୧୯୫୦ ମସିହାରେ ଏକ ପ୍ରଛ୍ଛଦପଟ ନର୍ତ୍ତକୀ ଭାବେ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଚଳଚ୍ଚିତ୍ର ନିର୍ଦ୍ଦେଶକ ବି ସୋହନ୍‌ଲାଲ୍‌ଙ୍କ ଅଧୀନରେ କାମ କଲାବେଳେ ସେ ନୃତ୍ୟ ଶିଖିଥିଲେ । ପରେ ସେ ନିର୍ଦ୍ଦେଶନା କ୍ଷେତ୍ରକୁ ଯାଇଥିଲେ, ପ୍ରଥମା ସ‌ହ ନିର୍ଦ୍ଦେଶକ ଓ ପରେ ସ୍ୱାଧୀନ ଭାବେ ଗୀତା ମେରା ନାମ୍ (୧୯୭୪)ରେ ନିର୍ଦ୍ଦେଶନା ଦେଇଥିଲେ । ତ‌ଥାପି ଜଣାଶୁଣା ହେବା ପାଇଁ ତାଙ୍କୁ ବ‌ହୁତ ବର୍ଷ ଅପେକ୍ଷା କରିବାକୁ ପଡିଥିଲା, ଯାହାକୁ ସେ ଶ୍ରୀଦେବୀଙ୍କ ସ‌ହ ମିଷ୍ଟର ଇଣ୍ଡିଆରେ ହୱା ହୱାଇ (୧୯୮୭), ନାଗୀନା (୧୯୮୬) ଓ ଚାନ୍ଦିନୀ (୧୯୮୯) ଓ ପରେ ମାଧୁରୀଙ୍କ ସ‌ହ [[ତେଜାବଏକ୍, ଦୋ, ତିନ୍ ଓ ୧୯୯୦ରେ ଥାନେଦାରର ତମା ତମା ଲୋଗେରେ[୨] ଓ ବେଟା (୧୯୯୨)ରେ ଧକ୍ ଧକ୍ କର୍‌ନେ ଲଗାରେ କାମ କରି ପାଇଥିଲେ । ଏହାପରେ ସେ ବଲିଉଡ୍‌ର ସବୁଠାରୁ ସଫଳ ନିର୍ଦ୍ଦାଶକର ମାନ୍ୟତା ପାଇଥିଲେ[୧][୩] ।

୨୦୧୪ ମସିହାରେ, ସେ ଗୁଲାବ୍ ଗ୍ୟାନ୍ଗରେ ମାଧୁରୀ ଦୀକ୍ଷିତଙ୍କ ସ‌ହ ପୁଣିଥରେ କାମ କରିଥିଲେ ।[୪]

  1. 1 2 Gulzar; Govind Nihalani; Saibal Chatterjee (2003). Encyclopaedia Of Hindi Cinema. Popular Prakashan. p. 573. ISBN 978-81-7991-066-5. Retrieved 13 June 2013.
  2. ↑ "'Tamma tamma loge' got okayed in the 48th take: Saroj Khan". Times Of India. 23 May 2013. Archived from the original on 23 September 2013. Retrieved 13 June 2013.
  3. ↑ Shoma A. Chatterji (28 October 2012). "Diva of Dance". The Tribune. Retrieved 13 June 2013.
  4. ↑ "Madhuri is still superb: Saroj Khan". The Times of India. 22 May 2013. Archived from the original on 11 June 2013. Retrieved 13 June 2013.

ଅଧିଅ ତଥ୍ୟ

[ସମ୍ପାଦନା]