ସରଗ୍ରାମୋଷ୍ଟିମ
| Clinical data | |
|---|---|
| Trade names | Leukine |
| AHFS/Drugs.com | monograph |
| MedlinePlus | a693005 |
| Legal status | |
| Legal status |
|
| Identifiers | |
| |
| Chemical and physical data | |
| Formula | C639H1006N168O196S8 |
| Molar mass | ୧୪,୪୩୪.୫୪ g·mol−1 |
| (verify) | |
ସରଗ୍ରାମୋଷ୍ଟିମ (ଇଂରାଜୀ ଭାଷାରେ Sargramostim), ଲ୍ୟୁକାଇନ୍ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ନିମ୍ନ ସ୍ତରର ଶ୍ୱେତ ରକ୍ତ କଣିକା ଥିବା ଲୋକଙ୍କର କିମ୍ବା ଲ୍ୟୁକାଫେରେସିସ୍ ପୂର୍ବରୁ ଶ୍ୱେତ ରକ୍ତ କଣିକା ସ୍ତର ବୃଦ୍ଧି ପାଇଁ ବ୍ୟବହୃତ ହୁଏ ।[୧] ଏହା ଏକ ଶିରାରେ କିମ୍ବା ଚର୍ମ ତଳେ ଇଞ୍ଜେନକସ ଆକାରରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, ମୁଣ୍ଡବିନ୍ଧା, ଅଇ, ଏବଂ ମାଂସପେଶୀ ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟାନ୍ୟ ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କର୍କଟ, ଆନାଫାଇଲାକ୍ସିସ, ଅଣନିଶ୍ୱାସ ଏବଂ ଫୁଲା ହୋଇପାରେ । ଏହା ଏକ ରିକମ୍ବିନାଣ୍ଟ ଗ୍ରାନୁଲୋସାଇଟ୍ ମାକ୍ରୋଫେଜ୍ କଲୋନୀ-ଉତ୍ତେଜକ କାରକ (GM-CSF) ଅଟେ ।
୧୯୯୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସରଗ୍ରାମୋଷ୍ଟିମ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୧୭୫୦ ମାଗ୍ରାର ମୂଲ୍ୟ ପ୍ରାୟ ୨୦୦୦ ଡଲାର ଥିଲା ।[୨] ଏହା ସାକାରୋମାଇସେସ ସେରେଭିସିଆ ପ୍ରକାରର ନିର୍ଦ୍ଦିଷ୍ଟ କବକରୁ ପ୍ରସ୍ତୁତ କରାଯାଏ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Sargramostim Monograph for Professionals". Drugs.com (in ଇଂରାଜୀ). Archived from the original on 25 August 2019. Retrieved 10 October 2021.
- ↑ "Sargramostim Prices, Coupons & Savings Tips - GoodRx". GoodRx. Retrieved 10 October 2021.