Jump to content

ସରଗ୍ରାମୋଷ୍ଟିମ

ଉଇକିପିଡ଼ିଆ‌ରୁ
ସରଗ୍ରାମୋଷ୍ଟିମ
Clinical data
Trade namesLeukine
AHFS/Drugs.commonograph
MedlinePlusa693005
Legal status
Legal status
  • ℞ (Prescription only)
Identifiers
  • Human granulocyte macrophage colony stimulating factor
Chemical and physical data
FormulaC639H1006N168O196S8
Molar mass୧୪,୪୩୪.୫୪ g·mol−1
  (verify)

ସରଗ୍ରାମୋଷ୍ଟିମ (ଇଂରାଜୀ ଭାଷାରେ Sargramostim), ଲ୍ୟୁକାଇନ୍ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ନିମ୍ନ ସ୍ତରର ଶ୍ୱେତ ରକ୍ତ କଣିକା ଥିବା ଲୋକଙ୍କର କିମ୍ବା ଲ୍ୟୁକାଫେରେସିସ୍ ପୂର୍ବରୁ ଶ୍ୱେତ ରକ୍ତ କଣିକା ସ୍ତର ବୃଦ୍ଧି ପାଇଁ ବ୍ୟବହୃତ ହୁଏ ।[୧] ଏହା ଏକ ଶିରାରେ କିମ୍ବା ଚର୍ମ ତଳେ ଇଞ୍ଜେନକସ ଆକାରରେ ଦିଆଯାଏ ।

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, ମୁଣ୍ଡବିନ୍ଧା, ଅଇ, ଏବଂ ମାଂସପେଶୀ ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟାନ୍ୟ ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କର୍କଟ, ଆନାଫାଇଲାକ୍‌ସିସ, ଅଣନିଶ୍ୱାସ ଏବଂ ଫୁଲା ହୋଇପାରେ । ଏହା ଏକ ରିକମ୍ବିନାଣ୍ଟ ଗ୍ରାନୁଲୋସାଇଟ୍ ମାକ୍ରୋଫେଜ୍ କଲୋନୀ-ଉତ୍ତେଜକ କାରକ (GM-CSF) ଅଟେ ।

୧୯୯୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସରଗ୍ରାମୋଷ୍ଟିମ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୧୭୫୦ ମାଗ୍ରାର ମୂଲ୍ୟ ପ୍ରାୟ ୨୦୦୦ ଡଲାର ଥିଲା ।[୨] ଏହା ସାକାରୋମାଇସେସ ସେରେଭିସିଆ ପ୍ରକାରର ନିର୍ଦ୍ଦିଷ୍ଟ କବକରୁ ପ୍ରସ୍ତୁତ କରାଯାଏ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Sargramostim Monograph for Professionals". Drugs.com (in ଇଂରାଜୀ). Archived from the original on 25 August 2019. Retrieved 10 October 2021.
  2. "Sargramostim Prices, Coupons & Savings Tips - GoodRx". GoodRx. Retrieved 10 October 2021.