Jump to content

ସମୀକ୍ଷା ଭଟନାଗର

ଉଇକିପିଡ଼ିଆ‌ରୁ
Samikssha Batnagar
Batnagar at the screening of Poster Boys
ଜନ୍ମ (1988-01-12) ୧୨ ଜାନୁଆରୀ ୧୯୮୮ (ବୟସ ୩୬)[୧]
Dehradun, Uttarakhand, India
ଜାତୀୟତାIndia
ବୃତ୍ତିActress
ସକ୍ରିୟ ବର୍ଷ2011–present

ସମୀକ୍ଷା ଭଟନାଗର (ଜନ୍ମ: ୧୨ ଜାନୁଆରୀ ୧୯୮୮)[୨] ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ ଅଭିନୟ ପାଇଁ ଜଣାଶୁଣା । ସେ ୨୦୧୪ ମସିହା ଯାଏଁ ଷ୍ଟାର୍ ପ୍ଲସ୍ ଓ ଜୀ ଟିଭିରେ ବିଭିନ୍ନ ଧାରାବାହିକରେ ମୁଖ୍ୟ ତଥା ସହାୟକ ଚରିତ୍ରରେ କାମ କରୁଥିଲେ । ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର ମଧୁର ଭଣ୍ଡାରକରଙ୍କ କଥାଚିତ୍ର କ୍ୟାଲେଣ୍ଡର ଗାର୍ଲରେ ସେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ ।[୩] ୨୦୧୭ ମସିହାରେ, ସେ ଶ୍ରେୟାସ ତଲପଡ଼େଙ୍କ ନିର୍ଦ୍ଦେଶିତ କଥାଚିତ୍ର ପୋଷ୍ଟର୍ ବଏଜ୍ରେ କାମ କରିଥିଲେ ।[୪][୫]

ଅଭିନୟ ଜୀବନ[ସମ୍ପାଦନା]

ଦୂରଦର୍ଶନରେ ଅଭିନୟ[ସମ୍ପାଦନା]

ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ଧାରାବାହିକ ଏକ୍ ବୀର୍ କି ଆଦର୍ଶ... ବୀରା ଜରିଆରେ ତାଙ୍କୁ ସଫଳତା ମିଳିଥିଲା । ଏହାପରେ ସେ, ସେ ଉତ୍ତରାନ୍ (ଷ୍ଟାର୍ ପ୍ଲସ୍),[୬] ଦେବୋଁ କା ଦେବ... ମହାଦେବ (ଲାଇଫ୍ ଓକେ), ବାଲ୍ ବୀର୍ (ସବ୍ ଟିଭି), କୁମ୍‌କୁମ୍ ଭାଗ୍ୟ (ଜୀ ଟିଭି)[୭] ଏବଂ କିଛି ଜଣାଶୁଣା ଧାରାବାହିକ କାମ କରିଥିଲେ ।

କଥାଚିତ୍ରରେ ଅଭିନୟ[ସମ୍ପାଦନା]

୨୦୧୫ ମସିହାରେ, ସେ କ୍ୟାଲେଣ୍ଡର ଗାର୍ଲରେ ଏକ ଛୋଟ ଭୂମିକାରେ ଅଭିନୟ କରି ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୧୭ ମସିହାରେ, ବବି ଦେଓଲଙ୍କ ନାୟିକା ଭାବରେ ପୋଷ୍ଟର୍ ବଏଜ୍‌ରେ କାମ କରିଥିଲେ ।[୮] ଏହାପରେ, ସେ ବ୍ଲାକ୍ ରୋଜ୍, ଧୂପ୍ ଛାଓଁ,[୯] ଅନ୍ତ ଦି ଏଣ୍ଡ୍ ଭଳି କଥାଚିତ୍ରରେ କାମ କରିଛନ୍ତି ।[୧୦]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଚରିତ୍ର
୨୦୧୫ କ୍ୟାଲେଣ୍ଡର ଗାର୍ଲ ବ୍ୟବସାୟୀ ମହିଳା
୨୦୧୭ ପୋଷ୍ଟର୍ ବଏଜ୍ ସୂରଜମୁଖୀ
୨୦୧୮ ହମ୍‌ନେ ଗାନ୍ଧୀ କୋ ମାର୍ ଦିୟା ସୁଧା ସିଂହ
୨୦୨୧ ବ୍ଲାକ୍ ରୋଜ୍ ଏସିପି ତାରା
୨୦୨୨ ଧୂପ ଛାୟୋଁ ମେଘନା
୨୦୨୨ ଅନ୍ତ ଦି ଏଣ୍ଡ୍

ଅଭିନୀତ ଧାରାବାହିକ[ସମ୍ପାଦନା]

ବର୍ଷ ଧାରାବାହିକ
୨୦୧୧–୧୨ ବାଲ୍ ବୀର୍
୨୦୧୧–୧୩ ଏକ୍ ବୀର୍ କି ଆଦର୍ଶ... ବୀରା
୨୦୧୩–୧୪ ଦେବୋଁ କା ଦେବ... ମହାଦେବ
ଉତ୍ତରାନ୍
୨୦୧୪ କୁମ୍‌କୁମ୍ ଭାଗ୍ୟ
ସାବଧାନ ଇଣ୍ଡିଆ
୨୦୧୪–୧୫ ୟମ୍ ହେଁ ହମ୍
ପିଟର୍‌ସନ୍ ହିଲ୍
ସ୍ତ୍ରୀ ଶକ୍ତି
ନୀଲି ଛତ୍ରୀ ୱାଲେ
୨୦୧୫–୧୬ ଜାନେ କ୍ୟା ହୋଗା ରାମା ରେ
୨୦୧୬ ଗୁପ୍ ଚୁପ୍
୨୦୨୧–୨୨ ତେରା ଛଲାୱା
୨୦୨୨ ଧାରାବୀ ବ୍ୟାଙ୍କ୍

ଥିଏଟର[ସମ୍ପାଦନା]

ନାଟକ ବର୍ଷ ଭୂମିକ
ରଶୋମୋନ ବ୍ଲୁଜ୍ ୨୦୧୪–୧୫ ସାମ୍ବାଦିକ
ଜୟ ଶ୍ରୀ ରାମ ରାମାୟଣ ୨୦୨୨–୨୩ ଦେବୀ ସୀତା

ଆଧାର[ସମ୍ପାଦନା]

  1. Gifting Myself Good Health: https://timesofindia.indiatimes.com/tv/news/hindi/samiksha-bhatnagar-i-am-gifting-myself-good-health-and-wealth/articleshow/45854248.cms
  2. "Samiksha Bhatnagar is now Samikssha Batnagar". Tribune India. 25 April 2021.
  3. "Samiksha Bhatnagar & Madhur Bhandarkar. Sets of Calendar Girls". Mid Day.
  4. "Samiksha Bhatnagar Poster Boys". Bollywood Hungama.
  5. "Samiksha Bhatnagar & Bobby Deol. Sets of Poster Boys". Mid-Day.
  6. "Samiksha Bhatnagar Uttaran". PINKVILLA. Archived from the original on 20 March 2020. Retrieved 4 September 2017.
  7. "Samiksha Kum Kum Bhagya". The Times of India.
  8. "Poster Boys". Hindustan Times.
  9. "Dhoop Chhaon Movie Review : An over-the-top hodgepodge of subplots". The Times of India. Archived from the original on 4 November 2022.
  10. "Anth The End". Bollywoodlife.

ବାହାର ଲିଙ୍କ୍[ସମ୍ପାଦନା]