ସବନମ ବବ୍ଲି
ସବନମ ବବ୍ଲି | |
---|---|
শবনম বুবলী | |
![]() | |
ଜନ୍ମ | ଢାକା | ୨୦ ନଭେମ୍ବର ୧୯୮୯
ଜାତୀୟତା | ବଙ୍ଗଳାଦେଶୀ |
ଶିକ୍ଷା | ଢାକା ବିଶ୍ୱବିଦ୍ୟାଳୟ |
ବୃତ୍ତି(ସମୂହ) | ଅଭିନେତ୍ରୀ ସମ୍ବାଦ ଉପସ୍ଥାପିକା |
ସକ୍ରିୟ ବର୍ଷ | ୨୦୧୩–ଏବେଯାଏଁ |
ପୁରସ୍କାର | ମେରିଲ୍ ପ୍ରଥମ ଆଲୋ ଆୱାର୍ଡ଼ସ୍ |
ସବନମ ବବ୍ଲି (ଜନ୍ମ: ୨୦ ନଭେମ୍ବର ୧୯୮୯; ଜନ୍ମସ୍ଥାନ: ଢାକା, ବଙ୍ଗଳାଦେଶ) ଜଣେ ବଙ୍ଗଳାଦେଶୀ କଥାଚିତ୍ର ଅଭିନେତ୍ରୀ ଏବଂ ନ୍ୟୁଜ୍ ଆଙ୍କର୍ ଯିଏକି ସମ୍ବାଦ ଉପସ୍ଥାପିକା ଭାବରେ ତାଙ୍କ ପେଶା ଆରମ୍ଭ କରିଥିଲେ ।[୧][୨][୩] ସେ ୨୦୧୬ ମସିହାରେ ଶାକିବ ଖାନଙ୍କ ସହିତ ବସ୍ଗିରି ଚଳଚ୍ଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଅଧିକାଂଶ ଫିଲ୍ମ ଶାକିବ ଖାନ୍ଙ୍କ ସହିତ ହିଁ କରିଛନ୍ତି ।[୪][୫][୬][୭][୮][୯][୧୦][୧୧]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ବବ୍ଲି ବାଂଲାଦେଶର ଢାକାରେ ଜନ୍ମଗ୍ରହଣ କରିଥିଲେ।[୧୨] ତାଙ୍କ ବାପା ଜଣେ ପୋଲିସ୍ ଅଧିକାରୀ ଥିଲେ ଏବଂ ତାଙ୍କ ମାଆ ଜଣେ ଗୃହିଣୀ । ସେ ଚାରି ଭାଇଭଉଣୀଙ୍କ ମଧ୍ୟରେ ୩ୟ ସନ୍ତାନ ଥିଲେ । ତାଙ୍କ ବଡ଼ ଭଉଣୀ ନଜନିନ୍ ମିମି ଜଣେ ପ୍ରଚ୍ଛଦପଟ ଗାୟିକା ଏବଂ ତାଙ୍କ ୨ୟ ଭଉଣୀ ହେଉଛନ୍ତି ଜଣେ ନ୍ୟୁଜ୍ ଆଙ୍କର୍ ଭାବରେ କାର୍ଯ୍ୟ କରୁଥିଲେ, ଯିଏକି ଏବେ ବ୍ୟାଙ୍କ୍ରେ ଚାକିରୀ କରୁଛନ୍ତି ।
ବବ୍ଲି ବଙ୍ଗଳାଦେଶର ନ୍ୟାସନାଲ୍ ଇଉନିଭର୍ସିଟିରେ ଅର୍ଥଶାସ୍ତ୍ରରେ ସ୍ନାତକ କରିବା ପରେ ଢାକା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିଥିଲେ । ୨୦୧୩ ମସିହାରେ ସେ ତାଙ୍କ ବଡ଼ ଭଉଣୀଙ୍କଦ୍ୱାରା ଅନୁପ୍ରାଣିତ ହୋଇ ବାଂଲାଟେଲିଭିଜନ୍ ଚେନାଲ୍ର ଉପସ୍ଥାପିକା ପାଇଁ ଆବେଦନ କରିଥିଲେ ଏବଂ ମୋନୋନୀତ ହୋଇଥିଲେ ।[୧୨]
ପେଶା
[ସମ୍ପାଦନା]୨୦୧୩ ମସିହାରେ ବବ୍ଲି ବଙ୍ଗଳାଦେଶର ଏକ ବେସରକାରୀ ମନୋରଞ୍ଜନଧର୍ମୀ ଦୂରଦର୍ଶନ ଚେନାଲ୍ର ସମ୍ବାଦ ଉପସ୍ଥାପିକା ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସମ୍ବାଦ ଉପସ୍ଥାପିକା ଭାବରେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଶାକିବ ଖାନ୍ଙ୍କ ସହିତ ଏକ କଥାଚିତ୍ରରେ ଅଭିନୟ କରିବା ସୁଯୋଗ ମିଳିଥିଲା । ତାଙ୍କ ଅଭିନୀତ ପ୍ରଥମ ବଙ୍ଗଳାଦେଶୀ ବଙ୍ଗଳା ଚଳଚ୍ଚିତ୍ର ହେଉଛି ବସ୍ଗିରି, ଯାହାକି ୨୦୧୬ ମସିହାରେ ମୁକ୍ତିଲାଭ କରିଥିଲା ।[୧୧] ପରବର୍ତ୍ତୀ ସମୟରେ ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତ ବା ଧଲିଉଡ୍ ସୁପରଷ୍ଟାର ଶାକିବ ଖାନଙ୍କ ସହ ଏକାଧିକ ଚଳଚ୍ଚିତ୍ର କରିଛନ୍ତି ।
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ସହ-କଳାକାର | ନିର୍ଦ୍ଦେଶକ | ମନ୍ତବ୍ୟ | ଆଧାର |
---|---|---|---|---|---|---|
୨୦୧୬ | ବସ୍ଗିରି | ବବ୍ଲି | ଶାକିବ ଖାନ୍ | ଶମିନ ଅହମ୍ମଦ ରୋନି | ପ୍ରଥମ କଥାଚିତ୍ର | [୧୧] |
ଶୁଟର୍ | ବବ୍ଲି | ରାଜୁ ଚୈଧୁରୀ | [୧୧] | |||
୨୦୧୭ | ରଙ୍ଗବାଜ୍ | ବବ୍ଲି | ଶମିନ ଅହମ୍ମଦ ରୋନି | ଇଣ୍ଡୋ-ବଙ୍ଗଳାଦେଶୀ କଥାଚିତ୍ର | [୧୩][୧୪][୧୫][୧୬][୧୭] | |
ଅହଙ୍କାର | ମାୟା | ଶହଦତ୍ ହୁସେନ୍ ଲିତନ୍ | [୧୦][୧୮] | |||
୨୦୧୮ | ଚିତ୍ତଗୈଙ୍ଗା ପୱା ନୌଖୈଲ୍ଲା ମୈୟା | ରାଣୀ | ଉତ୍ତମ ଆକାଶ | [୧୯] | ||
ସୁପର୍ ହିରୋ | ସୀମା | ଆଶିକ୍ୟୁର୍ ରହମାନ | [୧୯] | |||
କ୍ୟାପ୍ଟେନ୍ ଖାନ୍ | ରିୟା | ୱଜେଦ୍ ଅଲ୍ଲୀ ସୁମନ | ||||
୨୦୧୯ | ପାସ୍ୱାର୍ଡ଼୍ | ଡ. ସବନମ୍ | ମାଲିକ ଅଫସାରି | |||
ମୋନେର୍ ମତ ମନୁଷ୍ ପୈଲମ୍ ନା | ଅର୍ପିତା | ଜାକିର୍ ହୁସେନ୍ ରାଜୁ | ||||
୨୦୨୦ | ବୀର୍ | ମିସ୍ ବବ୍ଲି | କାଜି ହାୟତ୍ |
ପୁରସ୍କାର
[ସମ୍ପାଦନା]ମେରିଲ୍ ପ୍ରଥମ ଆଲୋ ଆୱାର୍ଡ଼ସ୍
[ସମ୍ପାଦନା]ବର୍ଷ | କଥାଚିତ୍ର | ଶ୍ରେଣୀ | ଫଳାଫଳ |
---|---|---|---|
୨୦୧୬ | ବସ୍ଗିରି | ଶ୍ରେଷ୍ଠ ନବାଗତା | ବିଜେତା |
ଚେନାଲ୍ ଆଇ ଡିଜିଟାଲ୍ ଆୱାର୍ଡ଼
[ସମ୍ପାଦନା]ବର୍ଷ | କଥାଚିତ୍ର | ଶ୍ରେଣୀ | ଫଳାଫଳ |
---|---|---|---|
୨୦୨୦ | ବସ୍ଗିରି | ଶ୍ରେଷ୍ଠ କଥାଚିତ୍ର ଅଭିନେତ୍ରୀ | ବିଜେତା |
ଆଧାର
[ସମ୍ପାଦନା]- ↑ "BUBLY turns heads". The Daily Star. 23 December 2016.
- ↑ প্রতিবেদক, নিজস্ব. খবর পাঠিকা থেকে নায়িকা হলেন শবনম বুবলী. The Daily Inqilab (in Bengali).
- ↑ সংবাদ পাঠিকা থেকে বুবলী যেভাবে চিত্রনায়িকা. BanglaNews24.com (in Bengali).
- ↑ শাকিবের নায়িকা বুবলী [Bubly debuts with Bossgiri]. Kaler Kantho (in Bengali). Retrieved 22 May 2016.
- ↑ শাকিবের নায়িকা চূড়ান্ত [Shakib's Bossgiri finalised]. Prothom Alo (in Bengali). Retrieved 22 May 2016.[permanent dead link]
- ↑ "Apu never wanted Shakib to work with me: Bubly". Archived from the original on 2017-08-15. Retrieved 2021-11-02.
- ↑ "Bubly paired up again with Shakib". The Asian Age. Bangladesh.
- ↑ 'বসিগিরি'তে শাকিব খানের নায়িকা হিসেবে অভিষেক হবে শবনম বুবলির (in Bengali). Archived from the original on 2017-08-15. Retrieved 2021-11-02.
- ↑ "Why Apu didn't want any honour so many days: Bubly - - Samakal Online English Version". Samakal. Archived from the original on 2017-09-25. Retrieved 2021-11-02.
- ↑ ୧୦.୦ ୧୦.୧ "Shooting of Bubly's third film in final stage". The Independent. Dhaka. 19 March 2017.
- ↑ ୧୧.୦ ୧୧.୧ ୧୧.୨ ୧୧.୩ "A double dose of Bubly on Eid-ul Azha". The Daily Star (in ଇଂରାଜୀ). 14 July 2017. Retrieved 2017-08-14.
- ↑ ୧୨.୦ ୧୨.୧ এফডিসি নিয়ে মানুষের যে ধারণা সেটি আমার ভেঙে গেছে : শবনম বুবলি. Priyo.com (in Bengali). 27 July 2016. Retrieved 2018-06-02.
- ↑ "Shakib's eid movies with Apu, Bubly, Subhasree". Banglanews24.com (in ଇଂରାଜୀ). 3 June 2017. Retrieved 17 June 2017.
- ↑ "Shakib Khan's stunning new look". Dhaka Tribune (in ଇଂରାଜୀ). 20 April 2017. Retrieved 17 June 2017.
- ↑ রংবাজ সিনেমায় ভিন্নরুপে হাজির শাকিব খান [Shakib Khan appeared differently in Rangbaz movie]. The Daily Ittefaq (in Bengali). Retrieved 17 June 2017.
- ↑ এবার শাকিব-বুবলীর ‘রংবাজ’ [This Time Shakib-Bubly's 'Rangbaz']. The Daily Ittefaq (in Bengali). Retrieved 17 June 2017.
- ↑ 'রংবাজ’-এ শাকিবের নায়িকা বুবলি [Shakib's heroine in 'Rangbaz' is Bubli]. Prothom Alo (in Bengali). Retrieved 17 June 2017.[permanent dead link]
- ↑ "Bubly paired up again with Shakib". Prothom Alo. Archived from the original on 2017-08-15. Retrieved 2021-11-02.
- ↑ ୧୯.୦ ୧୯.୧ শাকিবের আরো দুই সিনেমায় বুবলি (in Bengali).[permanent dead link]
ବାହାର ଆଧାର
[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ ସବନମ ବବ୍ଲି
- ଫେସବୁକରେ ସବନମ ବବ୍ଲି