ସନ୍ତୋଷ କୁମାର ପ୍ରଧାନ

ଉଇକିପିଡ଼ିଆ‌ରୁ
ସନ୍ତୋଷ କୁମାର ପ୍ରଧାନ
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀଅଦ୍ୱୈତ ପ୍ରସାଦ ସିଂହ
ପର ଅଧିକାରୀପ୍ରଫୁଲ୍ଲ ମିଶ୍ର
ନିର୍ବାଚନ ମଣ୍ଡଳୀଅନୁଗୋଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1945-01-15) ୧୫ ଜାନୁଆରୀ ୧୯୪୫ (ବୟସ ୭୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳକଂଗ୍ରେସ (ଇ)
ଜୀବନ ସାଥୀଶେଫାଳି ପ୍ରଧାନ
ବାପା/ବୋଉଦିବାକର ପ୍ରଧାନ (ବାପା)
ବୃତ୍ତିରାଜନୀତିଜ୍ଞ

ସନ୍ତୋଷ କୁମାର ପ୍ରଧାନ (ଜନ୍ମ: ୧୫ ଜାନୁଆରୀ ୧୯୪୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସନ୍ତୋଷ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଅନୁଗୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସନ୍ତୋଷ କୁମାର ପ୍ରଧାନ ୧୯୪୫ ମସିହାର ଜାନୁଆରୀ ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଦିବାକର ପ୍ରଧାନ ଓ ପତ୍ନୀଙ୍କ ନାମ ଶେଫାଳି ପ୍ରଧାନ ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ସନ୍ତୋଷ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Santosh Kumar Pradhan". odishaassembly.nic.in. Odisha Assembly. Retrieved 25 June 2020.