ସତ୍ୟାନନ୍ଦ ଷ୍ଟୋକ୍ସ

ଉଇକିପିଡ଼ିଆ‌ରୁ
ସତ୍ୟାନନ୍ଦ ଷ୍ଟୋକ୍ସ
Born
ସାମୁଏଲ ଏଭାନ୍ସ ଷ୍ଟୋକ୍ସ

(1882-08-16)୧୬ ଅଗଷ୍ଟ ୧୮୮୨
Died୧୪ ମଇ ୧୯୪୬(1946-05-14) (ବୟସ ୬୩)
Occupationକୃଷକ
Spouseପ୍ରିୟାଦେବୀ ଷ୍ଟୋକ୍ସ (ଜନ୍ମ ଏଗ୍ନେସ)
Childrenପ୍ରିତମ ଷ୍ଟୋକ୍ସ, ଲାଲ ଚାନ୍ଦ ଷ୍ଟୋକ୍ସ, ପ୍ରେମ ଷ୍ଟୋକ୍ସ, ସତ୍ୟବତୀ ଷ୍ଟୋକ୍ସ, ତାରା ଷ୍ଟୋକ୍ସ, ସାବିତ୍ରୀ ଷ୍ଟୋକ୍ସ
Parent(s)ସାମୁଏଲ ଏଭାନ୍ସ ଷ୍ଟୋକ୍ସ (ସିନିଅର),
ଫ୍ଳୋରେନ୍ସ ସ୍ପେନ୍ସର

ସତ୍ୟାନନ୍ଦ ଷ୍ଟୋକ୍ସ (୧୬ ଅଗଷ୍ଟ  ୧୮୮୨ - ୧୪ ମଇ ୧୯୪୬) ଭାରତରେ ରହି ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସ‌ହ‌ଯୋଗ କରିଥିବା ଜଣେ ଆମେରିକୀୟ । [୧] ସେ ହିମାଚଳ ପ୍ରଦେଶରେ ସେଉ ଚାଷ ଓ ରପ୍ତାନି ପାଇଁ ସେ ପ୍ରସିଦ୍ଧ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସତ୍ୟାନନ୍ଦ, ସାମୁଏଲ ଏଭାନ୍ସ ଷ୍ଟୋକ୍ସ (ଜୁନିଅର) ଭାବେ ଆମେରିକୀୟ କ୍ୱାକର ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ସଫଳ ବ୍ୟବସାୟୀ ଥିଲେ, ଏବଂ 'ଷ୍ଟୋକ୍ସ ଓ ପ୍ୟାରିସ' ମେସିନ କମ୍ପାନୀର ପ୍ରତିଷ୍ଠାତା ଥିଲେ, ଏହି କମ୍ପାନି ଆମେରିକାରେ ଲିଫ୍ଟ ତିଆରିକରୁଥିବା ଗୋଟେ ଆଗଧାଡିର କମ୍ପାନି ଥିଲା । ୧୯୦୪ ମସିହାରେ ମାତ୍ର ୨୨ ବର୍ଷ ବ‌ୟଷରେ ସାମୁଏଲ ଭାରତ ଆସିଥିଲେ ଶିମଲାର ସୁବାଠୁଗାଁ ଠାରେ ଥିବା ଏକ କୁଷ୍ଠ ରୋଗ ସେବା କେନ୍ଦ୍ରରେ ସେବା କରିବାକୁ ଆସିଥିଲେ । ସେ ଭାରତରେ ଏକ ସାଧାରଣ ଜୀବନ ବିତେଇବା ଆରମ୍ଭ କରିଲେ ଓ ଏକ ଖ୍ରୀଷ୍ଟିଆନ ସନ୍ୟାସୀ ଭାବେ ଗାଁ ଲୋକଙ୍କ ସ‌ହ ରହିଥିଲେ। ୧୯୧୨ ମସିହାରେ ସାମୁଏଲ ଜଣେ ରାଜପୁତ ଝିଅଙ୍କୁ ବିବାହ କରିଥିଲେ । ତାଙ୍କ ସ୍ତ୍ରୀ, ଏଗ୍ନେସ, ପ୍ରଥମ ପିଢ଼ିର ରାଜପୁତ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ଝିଅ ଥିଲେ।[୨] ୧୯୩୨ରେ ସାମୁଏଲ୍ସ ହିନ୍ଦୁ ଧର୍ମକୁ ଆପଣେଇଥିଲେ ଓ ନିଜ ନାମକୁ "ସତ୍ୟାନନ୍ଦ" ଭାବେ ବଦଳେଇଥଲେ ଏବଂ ତାଙ୍କ ପତ୍ନୀ ନିଜ ନାମକୁ "ପ୍ରିୟାଦେବୀ" ବଦଳେଇଥିଲେ।[୩][୪][୫]

ପ୍ରସିଦ୍ଧ କାମ[ସମ୍ପାଦନା]

  • ବିଶ୍ୱ ସଂସ୍କୃତି ରୁପରେ ଇଉରୋପୀୟ ସଭ୍ୟତାର ବିଫଳତା। (ସାମୁଏଲ ଇଭାନ୍ସ ଷ୍ଟୋକ୍ସ ଭାବେ -୧୯୨୧)
  • National self-realisation and other essays. (as Samuel Evans Stokes) Rubicon Pub. House. 1977
  • ସତ୍ୟକାମ : Man Of True Desire. Indian Publishers Distributors, 1998. ISBN 81-7341-070-4.
  • Arjun - The Life-Story of an Indian Boy. BiblioBazaar, LLC, 2009. ISBN 1-115-47127-9. (org. 1911)

ଆଧାର[ସମ୍ପାଦନା]

  1. Fit to Post:Satyananda Stokes
  2. Sharma, Asha (1999). An American in Khadi: The Definitive Biography of Satyanand Stokes. New Delhi: Penguin Books India. p. 97. ISBN 0-14-028509-1.
  3. Sharma, Asha (1999). An American in Khadi: The Definitive Biography of Satyanand Stokes. New Delhi: Penguin Books India. p. 293. ISBN 0-14-028509-1.
  4. The Pacific Historical review http://www.jstor.org/stable/3640095?seq=20
  5. Sharma, Asha (1999). An American in Khadi: The Definitive Biography of Satyanand Stokes. New Delhi: Penguin Books India. pp. 279, 287. ISBN 0-14-028509-1.