ସତ୍ୟାନନ୍ଦ ଷ୍ଟୋକ୍ସ

ଉଇକିପିଡ଼ିଆ‌ରୁ
ସତ୍ୟାନନ୍ଦ ଷ୍ଟୋକ୍ସ
ଜନ୍ମ
ସାମୁଏଲ ଏଭାନ୍ସ ଷ୍ଟୋକ୍ସ

(1882-08-16)୧୬ ଅଗଷ୍ଟ ୧୮୮୨
ମୃତ୍ୟୁ୧୪ ମଇ ୧୯୪୬(1946-05-14) (ବୟସ ୬୩)
ବୃତ୍ତିକୃଷକ
ବୈବାହିକ-ସାଥୀପ୍ରିୟାଦେବୀ ଷ୍ଟୋକ୍ସ (ଜନ୍ମ ଏଗ୍ନେସ)
ସନ୍ତାନପ୍ରିତମ ଷ୍ଟୋକ୍ସ, ଲାଲ ଚାନ୍ଦ ଷ୍ଟୋକ୍ସ, ପ୍ରେମ ଷ୍ଟୋକ୍ସ, ସତ୍ୟବତୀ ଷ୍ଟୋକ୍ସ, ତାରା ଷ୍ଟୋକ୍ସ, ସାବିତ୍ରୀ ଷ୍ଟୋକ୍ସ
ପିତାମାତା(s)ସାମୁଏଲ ଏଭାନ୍ସ ଷ୍ଟୋକ୍ସ (ସିନିଅର),
ଫ୍ଳୋରେନ୍ସ ସ୍ପେନ୍ସର

ସତ୍ୟାନନ୍ଦ ଷ୍ଟୋକ୍ସ (୧୬ ଅଗଷ୍ଟ  ୧୮୮୨ - ୧୪ ମଇ ୧୯୪୬) ଭାରତରେ ରହି ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସ‌ହ‌ଯୋଗ କରିଥିବା ଜଣେ ଆମେରିକୀୟ । [୧] ସେ ହିମାଚଳ ପ୍ରଦେଶରେ ସେଉ ଚାଷ ଓ ରପ୍ତାନି ପାଇଁ ସେ ପ୍ରସିଦ୍ଧ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସତ୍ୟାନନ୍ଦ, ସାମୁଏଲ ଏଭାନ୍ସ ଷ୍ଟୋକ୍ସ (ଜୁନିଅର) ଭାବେ ଆମେରିକୀୟ କ୍ୱାକର ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ସଫଳ ବ୍ୟବସାୟୀ ଥିଲେ, ଏବଂ 'ଷ୍ଟୋକ୍ସ ଓ ପ୍ୟାରିସ' ମେସିନ କମ୍ପାନୀର ପ୍ରତିଷ୍ଠାତା ଥିଲେ, ଏହି କମ୍ପାନି ଆମେରିକାରେ ଲିଫ୍ଟ ତିଆରିକରୁଥିବା ଗୋଟେ ଆଗଧାଡିର କମ୍ପାନି ଥିଲା । ୧୯୦୪ ମସିହାରେ ମାତ୍ର ୨୨ ବର୍ଷ ବ‌ୟଷରେ ସାମୁଏଲ ଭାରତ ଆସିଥିଲେ ଶିମଲାର ସୁବାଠୁଗାଁ ଠାରେ ଥିବା ଏକ କୁଷ୍ଠ ରୋଗ ସେବା କେନ୍ଦ୍ରରେ ସେବା କରିବାକୁ ଆସିଥିଲେ । ସେ ଭାରତରେ ଏକ ସାଧାରଣ ଜୀବନ ବିତେଇବା ଆରମ୍ଭ କରିଲେ ଓ ଏକ ଖ୍ରୀଷ୍ଟିଆନ ସନ୍ୟାସୀ ଭାବେ ଗାଁ ଲୋକଙ୍କ ସ‌ହ ରହିଥିଲେ। ୧୯୧୨ ମସିହାରେ ସାମୁଏଲ ଜଣେ ରାଜପୁତ ଝିଅଙ୍କୁ ବିବାହ କରିଥିଲେ । ତାଙ୍କ ସ୍ତ୍ରୀ, ଏଗ୍ନେସ, ପ୍ରଥମ ପିଢ଼ିର ରାଜପୁତ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ଝିଅ ଥିଲେ।[୨] ୧୯୩୨ରେ ସାମୁଏଲ୍ସ ହିନ୍ଦୁ ଧର୍ମକୁ ଆପଣେଇଥିଲେ ଓ ନିଜ ନାମକୁ "ସତ୍ୟାନନ୍ଦ" ଭାବେ ବଦଳେଇଥଲେ ଏବଂ ତାଙ୍କ ପତ୍ନୀ ନିଜ ନାମକୁ "ପ୍ରିୟାଦେବୀ" ବଦଳେଇଥିଲେ।[୩][୪][୫]

ପ୍ରସିଦ୍ଧ କାମ[ସମ୍ପାଦନା]

  • ବିଶ୍ୱ ସଂସ୍କୃତି ରୁପରେ ଇଉରୋପୀୟ ସଭ୍ୟତାର ବିଫଳତା। (ସାମୁଏଲ ଇଭାନ୍ସ ଷ୍ଟୋକ୍ସ ଭାବେ -୧୯୨୧)
  • National self-realisation and other essays. (as Samuel Evans Stokes) Rubicon Pub. House. 1977
  • ସତ୍ୟକାମ : Man Of True Desire. Indian Publishers Distributors, 1998. ISBN 81-7341-070-4.
  • Arjun - The Life-Story of an Indian Boy. BiblioBazaar, LLC, 2009. ISBN 1-115-47127-9. (org. 1911)

ଆଧାର[ସମ୍ପାଦନା]

  1. Fit to Post:Satyananda Stokes
  2. Sharma, Asha (1999). An American in Khadi: The Definitive Biography of Satyanand Stokes. New Delhi: Penguin Books India. p. 97. ISBN 0-14-028509-1.
  3. Sharma, Asha (1999). An American in Khadi: The Definitive Biography of Satyanand Stokes. New Delhi: Penguin Books India. p. 293. ISBN 0-14-028509-1.
  4. The Pacific Historical review http://www.jstor.org/stable/3640095?seq=20
  5. Sharma, Asha (1999). An American in Khadi: The Definitive Biography of Satyanand Stokes. New Delhi: Penguin Books India. pp. 279, 287. ISBN 0-14-028509-1.