ସତ୍ୟବ୍ରତ ରାଉତ

ଉଇକିପିଡ଼ିଆ‌ରୁ
ସତ୍ୟବ୍ରତ ରାଉତ
Born୧୯୫୮
ସାହାସପୁର, ଯାଜପୁର
Nationalityଭାରତୀୟ
Alma materରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ
Occupationନାଟ୍ୟ ନିର୍ଦ୍ଦେଶକ ଓ ଗୁରୁ

ସତ୍ୟବ୍ରତ ରାଉତ (ଜନ୍ମ : ୧୯୫୮) ଜଣେ ଭାରତୀୟ ନାଟ୍ୟ ନିର୍ଦ୍ଦେଶକ, ଦୃଶ୍ୟ ଚିତ୍ର ଉତ୍ତଳକ, ନାଟ୍ୟ ଶିକ୍ଷକ ତଥା ଆଲୋକ ଏବଂ ଦୃଶ୍ୟ ଡିଜାଇନର ।[୧][୨] ସେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ମଧ୍ୟ କରନ୍ତି । ୨୦୧୬ ମସିହାରେ ନାଟ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ନିଜ ଅବଦାନ ପାଇଁ ସେ ନୂଆଦିଲ୍ଲୀରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ହାତରୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ରାଉତ, ୧୯୫୮ ମସିହାରେ ଯାଜପୁର ଜିଲ୍ଲାର ସାହାସପୁର ଗାଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୁରେନ୍ଦ୍ର ନାଥ ରାଉତ ଏବଂ ମାଙ୍କ ନାମ ମନୋରମା ରାଉତ । ତାଙ୍କ ବାପା ବୃତ୍ତିରେ ଜଣେ ଶିକ୍ଷକ ଥିଲେ । ସେ ବେତାର ନାଟକ କଳାକାର ମଧ୍ୟ ଥିଲେ ।[୩] ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ୧୯୭୭ ମସିହାରେ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୧୯୮୩ ମସିହାରେ ସେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରୁ ନାଟକରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।[୪] ଡିଜାଇନ ଓ ନିର୍ଦ୍ଦେଶନାରେ ତାଙ୍କର ବିଶେଷତ୍ୱ ଥିଲା ।[୫]

ନାଟ୍ୟ ନିର୍ଦ୍ଦେଶନା[ସମ୍ପାଦନା]

  • ପାସା (୧୮୮)
  • ନାଗମାଣ୍ଡଳ୍ (୧୯୯୩)
  • ଉଋଭଙ୍ଗମ (୧୯୯୪)
  • ବାଜି (୧୯୯୮)
  • ହୈଭଦାନ (୨୦୦୨)
  • ରଶୋମନ (୨୦୦୫)
  • ପିଗମାଲିଅନ (୨୦୦୭)
  • ୩୦ ଡେଜ ଇନ ସେପ୍ଟେମ୍ବର (୨୦୦୮)
  • ଇଭାମ ଇନ୍ଦ୍ରଜିତ (୨୦୧୦)
  • ମାଟ୍ଟେ ଏକଲବ୍ୟ ( ୱେଟିଙ୍ଗ ଫର ଗୋଡୋଟ ) (୨୦୧୧)
  • ମୃଗ ତୃଷ୍ଣା (୨୦୧୨)
  • ଆନିମଲ ଫାର୍ମ (୨୦୧୩)
  • ତୁମ୍ହାରା ଭିନ୍ସେଣ୍ଟ (୨୦୧୫)

ରଚନାବଳୀ[ସମ୍ପାଦନା]

ନାଟକ ସମ୍ପର୍କରେ ସେ ଉପାଦେୟ ତଥା ଗବେଷଣାତ୍ମକ ପୁସ୍ତକମାନ ରଚନା କରିଛନ୍ତି ।

  • ସିନୋଗ୍ରାଫି : ଆନ୍ ଇଣ୍ଡିଆନ ପ୍ରସପେକ୍ଟିଭ
  • ଅନ୍ ଦି କ୍ରସ୍ ରୋଡ୍ ଅଫ୍ ଥିଏଟର
  • ଆନିମଲ ଫାର୍ମ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ମହିନ୍ଦ୍ରା ଥିଏଟର ଉତ୍କର୍ଷ ସମ୍ମାନ - ୨୦୧୩ (ମାଟ୍ଟେ ଏକଲବ୍ୟ ପାଇଁ) [୫]
  • ସାହିତ୍ୟ କଳା ପରିଷେଦ ସମ୍ମାନ - ୨୦୧୫ (ତୁମ୍ହାରା ଭିନ୍ସେଣ୍ଟ ପାଇଁ)
  • ମନୋହର ସିଂ ସ୍ମୃତି ପୁରସ୍କର [୬]
  • ସଂଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୬
  • ଡି.ଲିଟ - ୨୦୧୯ (ଇନ୍ଦିରା କଳା ସଙ୍ଗୀତ ବିଶ୍ୱବିଦ୍ୟାଳୟ, ଖୈରାଗଡ଼ଦ୍ୱାରା ପ୍ରଦତ୍ତ ଗବେଷଣା ବିଷୟ - ଦି ଡାଏଲେକ୍ଟିକ୍ସ ଅଫ୍‌ ଡିରେକ୍ସନ୍‌ ଥିଓରି ଇନ୍‌ ଇଣ୍ଡିଆ: ଏ କ୍ରିଟିକାଲ୍‌ ଷ୍ଟଡି)[୭]

ଆଧାର[ସମ୍ପାଦନା]

  1. Chaman Ahuja (2012). Contemporary Theatre of India: An Overview. National Book Trust, India. ISBN 978-81-237-6491-7.
  2. Biswajit Sinha (2000). Encyclopaedia of Indian Theatre: South Indian Theatre. Raj Publications. ISBN 978-81-86208-54-0.
  3. "ବିଶିଷ୍ଟ ନାଟ୍ୟଶାସ୍ତ୍ରୀ ପ୍ରଫେସର ସତ୍ୟବ୍ରତ ରାଉତ ପାଇଲେ ଡି.ଲିଟ୍". www.prameyanews7.com/. ପ୍ରମେୟ. Retrieved 22 July 2020.
  4. Biswajit Sinha (2005). Sanskrit Theatre. Raj Publications. ISBN 978-81-86208-38-0.
  5. ୫.୦ ୫.୧ Datta, Sravasti (2013-04-25). "A retelling of Ekalavya". The Hindu (in Indian English). The Hindu. ISSN 0971-751X. Retrieved 2019-09-04.
  6. IANS (2019-03-26). "National School of Drama awards 19 seasoned graduates". Business Standard India. Retrieved 2019-09-04.
  7. "ସତ୍ୟବ୍ରତ ରାଉତଙ୍କୁ ଥିଏଟରରେ ଡି-ଲିଟ୍‌". sambad.in. ସମ୍ବାଦ. Retrieved 22 July 2020.

ବାହାର ଆଧାର[ସମ୍ପାଦନା]