Jump to content

ସତୀନାଥ ମୁଖାର୍ଜୀ

ଉଇକିପିଡ଼ିଆ‌ରୁ

ସତୀନାଥ ମୁଖାର୍ଜୀ (୭ ଜୁନ ୧୯୨୩ - ୧୩ ଡିସେମ୍ବର ୧୯୯୨)। ଓଡ଼ିଆ କଥାଚିତ୍ର ଦସ୍ୟୁ ରତ୍ନାକରରେ ସେ ଏବଂ ତାଙ୍କର ପତ୍ନୀ ଉତ୍ପଳା ସେନ କଣ୍ଠଦାନ କରିଥିଲେ। ବଙ୍ଗଳା ଭାଷାରେ ବିଶେଷ କରି ସିନେମା ବାହାର ଗୀତ ଗୁଡ଼ିକରେ ତାଙ୍କର ବିଶେଷ ଅବଦାନ ରହିଥିଲା। ପ୍ରାୟ ସବୁ ବଡ଼ ବଡ଼ ଗାୟକ ଗାୟିକା ତାଙ୍କ ନିର୍ଦ୍ଦେଶନାରେ ଗୀତ ବୋଲିଛନ୍ତି। ଏପରିକି ଲତା ମଙ୍ଗେସକର ଙ୍କର ପ୍ରଥମ ବଙ୍ଗଳା ରେକର୍ଡର ନିର୍ଦ୍ଦେଶନା ସତୀନାଥଙ୍କ ଦ୍ବାରା ହୋଇଥିଲା। ମହମ୍ମଦ ରଫି ମଧ୍ୟ ସତୀନାଥଙ୍କ ନିର୍ଦ୍ଦେଶନାରେ କେତେକ ଲୋକପ୍ରିୟ ଗୀତ ବୋଲିଥିଲେ।