ସତିଶ କୌଶିକ
ସତିଶ ଚନ୍ଦ୍ର କୌଶିକ (୧୩ ଅପ୍ରେଲ ୧୯୫୬ - ୯ ମାର୍ଚ୍ଚ ୨୦୨୩) ଜଣେ ଭାରତୀୟ ଅଭିନେତା, ନିର୍ଦ୍ଦେଶକ, ଚଳଚ୍ଚିତ୍ର ପ୍ରଯୋଜକ, ହାସ୍ୟ ଅଭିନେତା ତଥା ଚିତ୍ରନାଟ୍ୟ ଲେଖକ ଥିଲେ ।
ପ୍ରାରମ୍ଭିକ ଜୀବନ[ସମ୍ପାଦନା]
ସତିଶ କୌଶିକ ୧୯୫୬ ମସିହାର ଅପ୍ରେଲ ୧୩ ତାରିଖରେ ହରିୟାଣାର ମହେନ୍ଦ୍ରଗଡ଼ରେ ଜନ୍ମଗ୍ରହଣ କରିଥିଲେ ।[୧] ୧୯୭୨ ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା କିରୋରୀ ମାଲ କଲେଜରୁ ସେ ସ୍ନାତକ କରିଥିଲେ ।[୨] ସେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ଏବଂ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥାରେ ମଧ୍ୟ ଅଧ୍ୟୟନ କରିଥିଲେ ।[୩]
ପେଷା[ସମ୍ପାଦନା]
୧୯୮୨ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୧୯୮୭ ମସିହାରେ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର ମିଷ୍ଟର ଇଣ୍ଡିଆରେ ତାଙ୍କ ଚରିତ୍ର କ୍ୟାଲେଣ୍ଡର ତାଙ୍କୁ ଲୋକପ୍ରିୟତା ଦେଇଥିଲା । ୧୯୯୦ ମସିହାରେ ରାମ ଲଖନ ପାଇଁ ଏବଂ ୧୯୯୭ ମସିହାରେ ସାଜନ ଚଲେ ଶଶୁରାଲ ପାଇଁ ତାଙ୍କୁ ଦୁଇଥର ଫିଲ୍ମଫେୟାର ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ପାଇଥିଲେ ।
ଜଣେ ଥିଏଟର ଅଭିନେତା ଭାବରେ ତାଙ୍କର ଉଲ୍ଲେଖନୀୟ ଭୂମିକା ଥିଲା ଆର୍ଥର ମିଲର୍ଙ୍କ ଡେଥ୍ ଅଫ୍ ଏ ସେଲ୍ସମ୍ୟାନ୍ରୁ ଅନୁପ୍ରାଣିତ ହିନ୍ଦୀ ନାଟକ ସେଲ୍ସମ୍ୟାନ୍ ରାମଲାଲର "ୱିଲି ଲୋମାନ" ।[୪]
୧୯୮୩ ମସିହାରେ ସେ କୁନ୍ଦନ ଶାହାଙ୍କ କମେଡ଼ି କ୍ଲାସିକ୍ ଜାନେ ଭି ଦୋ ୟାରୋଁ ପାଇଁ ସଂଳାପ ଲେଖିଥିଲେ ।
ବ୍ୟକ୍ତିଗତ ଜୀବନ ଏବଂ ମୃତ୍ୟୁ[ସମ୍ପାଦନା]
୧୯୮୫ ମସିହାରେ ସେ ଶଶିଙ୍କୁ ବିବାହ କରିଥିଲେ ।[୫] ୧୯୯୬ ମସିହାରେ ଦୁଇ ବର୍ଷ ବୟସରେ ସେମାନଙ୍କର ପୁଅର ମୃତ୍ୟୁ ହୋଇଥିଲା ।[୬] ୨୦୧୨ ମସିହାରେ, ସରୋଗେସି ଜରିଆରେ ସେମାନଙ୍କ ଏକ ଝିଅ ଜନ୍ମ ହୋଇଥିଲା ।[୭]
୨୦୨୩ ମସିହାର ମାର୍ଚ୍ଚ ୯ ତାରିଖରେ ହୃଦ୍ଘାତ ଯୋଗୁଁ ଗୁରୁଗ୍ରାମରେ ତାଙ୍କର ମୃତ୍ୟୁ ହୋଇଥିଲା ।[୮][୯] ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା ।[୧୦]
ଆଧାର[ସମ୍ପାଦନା]
- ↑ "Happy Birthday Satish Kaushik". India Content. Archived 31 July 2022 at the Wayback Machine.
- ↑ Mini Dixit (19 August 2015). "I owe my success to the theatre society of Kirori Mal College -: Satish Kaushik". News18. Archived 20 May 2022 at the Wayback Machine.
- ↑ IANS (21 August 2015). "Professional school's polish your skills says Satish Kaushik". Indian Express. Archived 20 May 2022 at the Wayback Machine.
- ↑ "An Interview with Satish Kaushik", of Brick Lane Archived 18 November 2017 at the Wayback Machine., Indie London
- ↑ Team India Forums (18 June 2021). "Satish Kaushik reveals his wife's reaction on his marriage proposal to pregnant Neena Gupta". India Forums. Retrieved 12 March 2022. Archived 20 May 2022 at the Wayback Machine.
- ↑ "When Satish Kaushik couldn't get time to mourn his sons death". Bollywood Bubble. Retrieved 19 April 2021. Archived 9 March 2023 at the Wayback Machine.
- ↑ Subhash K. Jha (4 August 2012). "Satish Kaushik rediscovers fatherhood after 16 years". Times of India. Archived 20 May 2022 at the Wayback Machine.
- ↑ "Satish Kaushik dies of a heart attack at 66, body to be brought to Mumbai after postmortem". The Indian Express.
- ↑ "Satish Kaushik: Bollywood actor-filmmaker dies at 66". BBC news. Archived 9 March 2023 at the Wayback Machine.
- ↑ "Satish Kaushik Dies at 66: Actor-Director's Last Insta Post Was Pics of Him Celebrating Holi 2023 at Javed Akhtar, Shabana Azmi's House With Ali Fazal, Richa Chadha and Mahima Chaudhry in juhu,Mumbai". Latestly. 9 March 2023. Retrieved 9 March 2023. Archived 9 March 2023 at the Wayback Machine.
ବାହାର ଆଧାର[ସମ୍ପାଦନା]

- ଇଣ୍ଟରନେଟ ମୁଭି ଡାଟାବେସରେ ସତିଶ କୌଶିକ