ସଚ୍ଚିଦାନନ୍ଦମ ଗଣନାଟ୍ୟ

ଉଇକିପିଡ଼ିଆ‌ରୁ

ସଚ୍ଚିଦାନନ୍ଦ ଗଣନାଟ୍ୟ ଓଡ଼ିଶାର ଏକ ଅଗ୍ରଣୀ ଗଣନାଟ୍ୟ ଅଟେ । ଏହା ବାବା ବଳିଆଙ୍କ ପୃଷ୍ଠପୋଷାକତାରେ ୨୦୦୪ ମସିହାରେ ଗଠିତ ହୋଇଥିଲା ।

୨୦୧୭ ମସିହା ଖଣ୍ଡଗିରି ମେଳାର ଜାଗମରାର ଇନ୍ଦିରା ପଡ଼ିଆରେ ୫ରୁ ୯ ତାରିଖ ଯାଏଁ ଏହାର ନାଟକ ମଞ୍ଚସ୍ଥ ହୋଇଥିଲା ।

କଳାକାର ଓ ନିର୍ଦ୍ଦେଶକ[ସମ୍ପାଦନା]

ଦାମ ପଣ୍ଡା, ଟୁନା ପଣ୍ଡା, ମନ୍ଦାକିନୀ, ଖଳନାୟକ ଲକ୍ଷ୍ମୀଧର ନାୟକ ମଣ୍ଡୁ, ରତ୍ନାକର, ଦୁଲାଳ, କାଳିଆ, ଦୀପୁ, ମଙ୍ଗୁଳି, ବାବୁଲି, ସୁଶାନ୍ତ, ହାସ୍ୟ ଅଭିନେତା ରମା ଦାସ, ଧଡ଼ିଆ, ନାୟିକା ମାମା, ପ୍ରିୟା, ଯଶୋଦା, ସାନମାମା, ରୁପା ପ୍ରମୁଖ ଏହାର କଳାକାର ଅଟନ୍ତି । ଲାଲବିରେନ ରାୟ, ତାପସ ସ୍ୱାଇଁ ପ୍ରମୁଖ ଏହି ଯାତ୍ରାର ପାର୍ଟିରେ ନିର୍ଦ୍ଦେଶନା ଦିଅନ୍ତି ।

ଚର୍ଚ୍ଚିତ ନାଟକ[ସମ୍ପାଦନା]

ମୁଁ ମନ୍ତ୍ରୀଙ୍କ ବୋହୁ, ରାତିର ତାତି, ନାରୀ ତୋର କେତେ ରୂପ କେତେ କାହାଣୀ, ପ୍ରେମ ନଗରୀରେ ପ୍ରୀତି ବଜାର, କାହାଣୀ ପର ପାରିର, ଯେଉଁଠି ଆରମ୍ଭ ସେଇଠି ଶେଷ ଆଦି ଏହି ଅପେରା ଦଳର ଚର୍ଚ୍ଚିତ ଯାତ୍ରା ଅଟେ ।[୧]


ଆଧାର[ସମ୍ପାଦନା]

  1. ୩୧ ଜାନୁଆରୀ ୨୦୧୫ ସମ୍ବାଦ ଖବର କାଗଜ ଭୁବନେଶ୍ୱର ସଂସ୍କରଣ