ସଂଯୁକ୍ତ ରାଷ୍ଟ୍ର ଦିବସ

ଉଇକିପିଡ଼ିଆ ରୁ
Jump to navigation Jump to search
United Nations Day
Flag of the United Nations.svg
ନାମUnited Nations Day
ଅନ୍ୟ ନାମU.N. Day
ପାଳନକାରୀinternational
ପ୍ରକାରUnited Nations organization
ତାରିଖ24 October
ପୌନଃପୁନିକତାannual
ସମ୍ପର୍କିତWorld Development Information Day

ସଂଯୁକ୍ତ ରାଷ୍ଟ୍ର ଦିବସ ସାରା ବିଶ୍ୱରେ ପ୍ରତିବର୍ଷ ଅକ୍ଟୋବର ୨୪ ତାରିଖରେ ପାଳିତ ହୁଏ ।[୧] ସଂଯୁକ୍ତ ରାଷ୍ଟ୍ର ସଂସ୍ଥାନର ଉଦ୍ଦେଶ୍ୟ ତଥା ଉପଲବ୍ଧିସବୁ ବିଷୟରେ ସର୍ବସାଧାରଣଙ୍କ ମଧ୍ୟରେ ପରିଚିତ କରାଇବା ଏହାର ଲକ୍ଷ୍ୟ । ସଂଯୁକ୍ତ ରାଷ୍ଟ୍ର ଦିବସ ହେଉଛି ସଂଯୁକ୍ତ ରାଷ୍ଟ୍ର ସପ୍ତାହ(ଯାହାକି ୨୦-୨୬ ଅକ୍ଟୋବର ମଧ୍ୟରେ ପାଳିତ ହୁଏ) କାର୍ଯ୍ୟକ୍ରମର ଏକ ଅଂଶ ।

୧୯୪୮ ମସିହାରେ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଗୃହିତ ଏକ ପ୍ରସ୍ତାବ ଅନୁସାରେ ନିଷ୍ପତ୍ତି ନିଆଗଲା ଯେ ପ୍ରତିବର୍ଷ ଅକ୍ଟୋବର ୨୪କୁ ସଂଯୁକ୍ତ ରାଷ୍ଟ୍ର ଦିବସ ରୁପେ ପାଳନ କରାଯିବ [୨]। ୧୯୭୧ ମସିହାରେ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଗୃହିତ ଆଉ ଏକ ପ୍ରସ୍ତାବ (ରିଜୋଲ୍ୟୁସନ ସଂଖ୍ୟା- ୨୭୮୨) ଅନୁସାରେ ନିଷ୍ପତ୍ତି ନିଆଗଲା ଯେ ସଂଯୁକ୍ତ ରାଷ୍ଟ୍ର ଦିବସକୁ ସଂଯୁକ୍ତ ରାଷ୍ଟ୍ରର ସମସ୍ତ ସଦସ୍ୟ ରାଷ୍ଟ୍ରଗୁଡିକ ପାଳନ କରିବେ ଏବଂ ଏହା ଏକ ସାଧାରଣ ଛୁଟି ଦିବସ ହେବ ।[୩]

ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ଆଡକୁ ଅର୍ଥାତ ଏପ୍ରିଲ ୨୫, ୧୯୪୫ ମସିହାରେ ଆରମ୍ଭ ହୋଇଥିବା ସମ୍ମ୍ମିଳନୀରେ ସଂଯୁକ୍ତ ରାଷ୍ଟ୍ର ଗଠନ ଦିଗରେ ପ୍ରଥମ ପଦକ୍ଷେପ ନିଆଯାଇଥିଲା । ଏହି ସମ୍ମିଳନୀରେ ସଂଯୁକ୍ତ ରାଷ୍ଟ୍ର ଗଠନର ପ୍ରସ୍ତାବ ପାରିତ ହୋଇଥିଲା ।[୪] । 1945 ମସିହା ଅକ୍ଟୋବର ୨୪ରେ ସଂଯୁକ୍ତ ରାଷ୍ଟ୍ରର ପ୍ରତିଷ୍ଠାକୁ ସ୍ମରଣୀୟ କରିବା ନିମିତ୍ତ ଏହି ଦିବସ ପାଳନ କରାଯାଉଛି । ସଂଯୁକ୍ତ ରାଷ୍ଟ୍ରର ପ୍ରତିଷ୍ଠା ପରଠାରୁ ଏହି ଅନୁଷ୍ଠାନଦ୍ୱାରା ଏହାର ଲକ୍ଷ୍ୟ ପୂରଣ ଦିଗରେ ଯେତେସବୁ ଉପଲବ୍ଧି ଅଛି ସେ ସବୁ ବିଷୟରେ ଜନ ମାନସରେ ସଚେତନତା ସୃଷ୍ଟି କରାଇବା ଏହି ଦିବସର ମୂଳ ଲକ୍ଷ୍ୟ ।[୫]

ସଂଯୁକ୍ତ ରାଷ୍ଟ୍ରର ଯେତେ ସବୁ ଉପଲବ୍ଧି ରହିଛି, ସେ ସବୁ ପଛରେ ସଂଯୁକ୍ତ ରାଷ୍ଟ୍ର ଛଡା ଅନ୍ୟ କେତେକ ବିଶେଷ ସଂସ୍ଥାର ଅବଦାନ ରହିଛି । ସେମାନେ ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO), ଖଦ୍ୟ ଏବଂ କୃଷି ସଂଗଠନ (FAO), ଅନ୍ତର୍ଜାତିକ ଶ୍ରମ ସଂଗଠନ (ILO), ସଂଯୁକ୍ତ ରାଷ୍ଟ୍ର ମାନବାଧିକାର କାଉନସେଲ ଓ ସଂଯୁକ୍ତ ରାଷ୍ଟ୍ର ବାଳ କୋଷ (UNICEF)ଭଳି ଅନେକ ସଂଗଠନର ସଂପୃକ୍ତି ରହିଛି ।[୪] ଏହିସବୁ ସଂଗଠନ ସହାୟତାରେ ସଂଯୁକ୍ତରାଷ୍ଟ୍ର ସାରା ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ, ବିଶେଷ ଭାବରେ ମାନବିକ ଅଧିକାର, ସ୍ୱାସ୍ଥ୍ୟ, ଶରଣାର୍ଥୀ ଥଇଥାନ, ବନ୍ୟା, ବାତ୍ୟା ତଥା ରୋଗ ନିରାକରନ ଦିଗରେ ଅନେକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି ।[୪]

ପାଳନ[ସମ୍ପାଦନା]

ସଂଯୁକ୍ତ ରାଷ୍ଟ୍ରର ସମସ୍ତ ସଦସ୍ୟ ଦେଶମାନଙ୍କଦ୍ୱାରା ଏହି ଦିବସ ପାଳନ ଅବସରରେ ବିଭିନ୍ନ ଆଲୋଚନା ସଭା, ସଭା ସମିତି ସାଙ୍ଗକୁ ବିଭିନ୍ନ ପ୍ରଦର୍ଶନୀ ମାଧ୍ୟମରେ ସଯୁକ୍ତ ରାଷ୍ଟ୍ରର ଉପଲବ୍ଧିସବୁର ପ୍ରଚାର ତଥା ପ୍ରସାର କରାଯାଉଥିଲା । ୧୯୪୮ ମସିହାଠାରୁ ଏହି ଦିବସ ପାଳିତ ହୋଇଆସୁଥିଲେ ହେଁ ୧୯୭୧ ମସିହାରେ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଗୃହୀତ ନିଷ୍ପତ୍ତି ଅନୁସାରେ ଏହା ପରଠାରୁ ଏହି ଦିବସଟି ଏକ ସାଧାରଣ ଛୁଟି ଦିବସ ରୂପେ ମଧ୍ୟ ପାଳିତ ହେଲା ।[୬]

ବିଶ୍ୱରେ ଅନେକ ଅନ୍ତଃରାଷ୍ଟ୍ରୀୟ ବିଦ୍ୟାଳୟ ମଧ୍ୟ ଏହି ଅବସରରେ ନିଜ ନିଜ ବିଦ୍ୟାଳୟରେ ସଂଯୁକ୍ତ ରାଷ୍ଟ୍ର ଦିବସ ପାଳନ କରିଥାନ୍ତି । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଖାଦ୍ୟ ମେଳାର ମଧ୍ୟ ଆୟୋଜନ ହୋଇଥାଏ ।

ଆମେରିକାରେ ୧୯୪୮ ମସିହା ପରଠାରୁ ପ୍ରତିବର୍ଷ ସଂଯୁକ୍ତ ରାଷ୍ଟ୍ର ଦିବସ ପାଳନ ନିମିତ୍ତ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଫିଲିପାଇନସରେ ଏହି ଅବସରରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ର ଛାତ୍ରୀ ପାରମ୍ପରିକ ପୋଷାକ ପରିଧାନ ପୂର୍ବକ ଏକ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି । ପିଲାମାନେ ଗୋଷ୍ଠିଗତ ଭାବେ କିମ୍ବା ଏକାକୀ ନିର୍ଦ୍ଦିଷ୍ଟ ଏକ ସଦସ୍ୟ ଦେଶର ପତାକା ଅଙ୍କନ କରିବା ସାଙ୍ଗକୁ ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିଥାନ୍ତି ।

ଭାରତରେ ମଧ୍ୟ ଏହି ଦିବସ ପାଳନ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଭା, ସମିତି ତଥା ପ୍ରଦର୍ଶନୀର ଆୟୋଜନ ହୋଇଥାଏ ।

ଆଧାର[ସମ୍ପାଦନା]

  1. "United Nations Day". www.timeanddate.com (in ଇଂରାଜୀ). Retrieved 28 October 2019.
  2. "United Nations Day, 24 October". www.un.org (in ଇଂରାଜୀ). Retrieved 11 October 2019.
  3. "United Nations Official Document". www.un.org. Retrieved 11 October 2019.
  4. ୪.୦ ୪.୧ ୪.୨ "United Nations Day". www.timeanddate.com (in ଇଂରାଜୀ). Retrieved 28 October 2019.
  5. "United Nations Day: 24 October 2019 | Greening the Blue". www.greeningtheblue.org. Retrieved 28 October 2019.
  6. "United Nations Day, 24 October". www.un.org (in ଇଂରାଜୀ). Retrieved 28 October 2019.

ବାହାର ଆଧାର[ସମ୍ପାଦନା]