ଷଡ଼ଭୁଜ ଗୌରାଙ୍ଗ ମନ୍ଦିର

ଉଇକିପିଡ଼ିଆ ରୁ
Jump to navigation Jump to search

ଷଡ଼ଭୁଜଗୌରାଙ୍ଗ ମନ୍ଦିର , ଶ୍ରୀମନ୍ଦିରର ବାହାର ବେଢାର ଦକ୍ଷିଣ ପାର୍ଶ୍ୱରେ ଅବସ୍ତିତ । ସୁଆର ମହାସୁଆର ନିଯୋଗ ପରିଚାଳନାଧୀନ ଏହି ମନ୍ଦିର ପ୍ରତିଷ୍ଠା ସମ୍ପର୍କରେ ଏକ ଜନଶ୍ରୁତି ରହିଛି ।

ଜନଶୁତି[ସମ୍ପାଦନା]

ସୁଆର ସାହିର ଜୈନିକ ପାଟଛତା ଅନନ୍ତ ମହାପାତ୍ର ଶ୍ରୀ ଷଡ଼ଭୁଜଗୌରାଙ୍ଗ ଦେବଙ୍କ ଚିତ୍ରପଟ ନିଜଗୃହରେ ରଖି ପ୍ରଗାଢ଼ ଭକ୍ତି ସହକାରେ ପୂଜା କରୁଥିଲେ । ଦିନେ ରାତିରେ ଏହି ଷଡ଼ଭୁଜଗୌରାଙ୍ଗ ସ୍ୱପ୍ନରେ କହିଲେ ସୁଆର ମହାସୁଆର ନିଯୋଗର ବାବାଜୀପୋଖରୀ ନାମକ ବଗିଚା ମଧ୍ୟରେ ଏକ ନିମ୍ବଦାରୁ ବୃକ୍ଷର ଛଅ ଗୋଟି ଶାଖା ଅଛି । ସେହି ନିମ୍ବବୃକ୍ଷର ଦାରୁରେ ଏକ ବିଗ୍ରହ ନିର୍ମାଣ କରି ମନ୍ଦିର ମଧ୍ୟରେ ସ୍ଥାପନା କରିବାକୁ ସେ ଆଦେଶ ଦେଲେ । ମହାପାତ୍ରେ ସ୍ୱପ୍ନ ବୃତ୍ତାନ୍ତ ବିଷୟ ତତ୍କାଳୀନ ଗଜପତି ମହାରାଜା ଦିବ୍ୟସିଂହଦେବଙ୍କୁ ଜଣାଇବା ପରେ ରାଜା ଅନୁସନ୍ଧାନ କରି ଘଟଣାର ସତ୍ୟତା ନିର୍ଦ୍ଧାରଣ କଲେ ଏବଂ ଷଡ଼ଭୁଜଗୌରାଙ୍ଗଙ୍କ ବିଗ୍ରହ ନିର୍ମାଣ କରି ଏହାଙ୍କ ଦୁଇ ପାର୍ଶରେ ଶ୍ରୀ ନିତ୍ୟାନନ୍ଦ ପ୍ରଭୁ ଓ ଶ୍ରୀ ଅଦୈତ୍ୟ ପ୍ରଭୁଙ୍କୁ ସ୍ଥାପନା ପୂର୍ବକ ତାଙ୍କର ପୂଜାବିଧି ପ୍ରଚଳନ କରିଥିଲେ ।[୧][୨]

ଦୈନନ୍ଦିନ ନୀତି[ସମ୍ପାଦନା]

ପ୍ରତ୍ୟେହ ପ୍ରାତଃ ସମୟରେ ଷଡ଼ଭୁଜ ଗୌରାଙ୍ଗ ମହାପ୍ରଭୁଙ୍କର ମଙ୍ଗଳ ଆରତି, ବେଶ, ବାଲ୍ୟଭୋଗ , ମଧ୍ୟାହ୍ନ ଭୋଗରେ ମାଲସା(ହଦି ଚୂଡା) , ଫଳ ଇତ୍ୟାଦି ଭୋଗ ହୋଇଥାଏ । ସେ ପରି ସଂନ୍ଧ୍ୟାରେ ସନ୍ଧ୍ୟା ଆଳତି ହେଉଛି । ଶ୍ରୀମନ୍ଦିର କୋଠରୁ ଦୈନିକ ବଲ୍ଲଭ ଏକ ଓଳି ଓ କୋରା ଦୁଇ ମୂର୍ତ୍ତି ଭୋଗ ନିମନ୍ତେ ଏହି ମନ୍ଦିରକୁ ଯୋଗାଇ ଦିଆଯାଇଥାଏ । ଉକ୍ତ ମନ୍ଦିରରେ ସନ୍ଧ୍ୟା ସମୟରେ କୀର୍ତ୍ତନ , ଗୁରୁ ବନ୍ଦନା, ତୁଳାସୀ ବନ୍ଦନା , ମହାପୁରୁଷାଙ୍କର ଗୀତାବଳୀ ବଙ୍ଗଳା ଭଜନ , ନାମ ପରିକ୍ରମା., ମହାମନ୍ତ୍ର ଆତି ପାଠ କରାଯାଉଛି ।[୩]

ପର୍ବପର୍ବାଣୀ[ସମ୍ପାଦନା]

ଷଡ଼ଭୁଜ ଗୌରାଙ୍ଗ ମନ୍ଦିରର ମୂଖ୍ୟ ଉତ୍ସବ ହେଲା ଦୋଳ ପୂର୍ଣ୍ଣିମା ଦିନ ଗୌରାଙ୍ଗ ମହାପ୍ରଭୁଙ୍କ ଜନ୍ମୋତ୍ସବ ପାଳନ । ଏହି ଦିନ ଅଭିଷେକ , ନୂତନ ବସ୍ତ୍ର ପରିଧାନ, ବେଶ, ସ୍ୱତନ୍ତ୍ର ଭୋଗ ଇତ୍ୟାଦି ଅନୁଷ୍ଠିତ ହୋଇଥାଏ । ଏତଦ୍ୱ୍ୟତିତ ମାଘ ଶୁକ୍ଳ ତ୍ରୟୋଦଶୀରେ ନିତ୍ୟାନନ୍ଦ ମହାପ୍ରଭୁଙ୍କ ଜନ୍ମୋତ୍ସବ, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ , ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ପ୍ରତ୍ୟହ ରାତ୍ରରେ ଗୌରାଙ୍ଗ ମହାପ୍ରଭୁଙ୍କ ରାଧାରାଣି ବେଶ ଓ ସକାଳ ସମୟରେ ନଟବର ବେଶ ହୋଇଥାନ୍ତି ।

ଆଧାର[ସମ୍ପାଦନା]

  1. http://www.krishna.com/alarnath-abode-spiritual-longing
  2. http://www.indiainfoweb.com/orissa/puri/prime-attractions.html
  3. ମିଶ୍ର, ଭାସ୍କର. ବେଢା ପରିକ୍ରମା.