Jump to content

ଶ୍ୱେତା ଚୌଧୁରୀ

ଉଇକିପିଡ଼ିଆ‌ରୁ
ଶ୍ୱେତା ଚୌଧୁରୀ
୨୦୧୪ ଏସୀୟ କ୍ରୀଡ଼ାରେ ଶ୍ୱେତା
ବ୍ୟକ୍ତିଗତ ତଥ୍ୟ
ଜନ୍ମନାମଶ୍ୱେତା ଚୌଧୁରୀ
ପୂରା ନାମShweta Singh
ଜାତୀୟତାଭାରତୀୟ
ବର୍ଗଜାଠ
ଜନ୍ମ (1986-07-03) ୩ ଜୁଲାଇ ୧୯୮୬ (ବୟସ ୪୦)
ଫରିଦାବାଦ, ହରିଆଣା
ଘରମଥୁରା, ଫରିଦାବାଦ
ଶିକ୍ଷାକଳାରେ ସ୍ନାତ୍ତକ
ଶିକ୍ଷାଳୟ
ସକ୍ରିୟ ବର୍ଷ୧୯୯୮ - ବର୍ତ୍ତମାନ
ଉଚ୍ଚତା୧୭୦ ସେମି
ଓଜନ୬୫ କେଜି
ପତି/ପତ୍ନୀ
(date missing)
Sport
ଦେଶ ଭାରତ
କ୍ରୀଡ଼ାବନ୍ଧୁକଚାଳନା
ର‍୍ୟାଙ୍କ୬ (୧ ଅପ୍ରେଲ୍ ୨୦୧୦)
Event(s)
Coached by
  • Lim Jang Soo
  • Ramesh Chaudhary
  • Prashant Singh
Medal record
Competitor for  ଭାରତ
Shooting
Asian Shooting Championships
Gold2012 DohaWomen’s 10m Air Pistol(Team)
Bronze2004 KualaLumpurWomen’s 10m Air Pistol(Team)
Asian Games
Silver2006 Doha10m Air Pistol
Bronze2014 Incheon10m Air Pistol
Asian Air Gun Championships
Gold2005 Bangkok10m Air Pistol
Gold2005 Bangkok10m Air Pistol(Team)
Gold2015 Delhi10m Air Pistol(Team)
Silver2011 Kuwait10m Air Pistol(Team)
Silver2014 Kuwait10m Air Pistol(Team)
Silver2015 Delhi10m Air Pistol
Bronze2009 Doha10m Air Pistol(Team)
Bronze2012 Nanjing10m Air Pistol(Team)
Bronze2013 Tehran10m Air Pistol(Team)
Commonwealth Games
Silver2002 Manchester10m Air Pistol(Team)
Commonwealth Shooting Championships
Gold2005 Melbourne10m Air Pistol(Badge)
Gold2010 Delhi10m Air Pistol
Gold2010 Delhi10m Air Pistol(Team)
Gold2010 Delhi10m Air Pistol(Badge)
Silver2005 Melbourne10m Air Pistol(Team)
Silver2005 MelbourneSports Pistol(Team)
Bronze2001 Bisley10m Air Pistol(Team)
South Asian Games
Gold2008 Islamabad10m Air Pistol
Gold2008 Islamabad10m Air Pistol(Team)
Gold2008 IslamabadSport Pistol(Team)
Gold2016 Guwahati10m Air Pistol
Gold2016 Guwahati10m Air Pistol(Team)
South Asian Shooting Championship
Gold2008 IslamabadSport pistol
Gold2008 IslamabadSport pistol(Team)
Gold2009 Dhaka10m Air Pistol(Team)
Gold2009 DhakaSport Pistol(Team)
Bronze2009 DhakaSport Pistol
World University Games
Bronze2007 Bangkok10m Air Pistol
Hungarian Open
Silver2007 Hungary10m Air Pistol
Silver2009 Hungary10m Air Pistol
Silver2009 Hungary10m Air Pistol
Bronze2008 Hungary10m Air Pistol
Munich Open
Silver2006 Munich10m Air Pistol
Grand prix
Silver2012 Tehran10m Air Pistol
Meeting of the Shooting Hopes
Silver2005 Czech RepublicSport Pistol
Bronze2000 Czech RepublicSport Pistol(Team)
Bronze2004 Czech RepublicAir Pistol(Team)
Bronze2005 Czech RepublicSport Pistol(Team)
ISSF Junior Cup
Gold2002 Suhl10m Air Pistol(Team)
Silver2004 Suhl10m Air Pistol
Silver2004 Suhl10m Air Pistol(Team)

ଶ୍ୱେତା ଚୌଧୁରୀ (ଜନ୍ମ ୩ ଜୁଲାଇ ୧୯୮୬) ଜଣେ ଭାରତୀୟ ବନ୍ଧୁକଚାଳନା ଖେଳାଳି ଯେ,୧୦ ମଟର୍ ଏୟାର୍ ପିସ୍ତଲ୍ ଓ ୨୫ ମିଟର୍ ପିସ୍ତଲ୍ ବିଭାଗରେ ପ୍ରତିଦ୍ୱନ୍ଦୀତା କରନ୍ତି ।[]

Chaudhary winning gold and silver medals at the 8th Asian Airgun Championship 2015

ଇଞ୍ଚିଅନ୍‌ଠାରେ ଅନୁଷ୍ଠିତ ୨୦୧୪ ଏସୀୟ କ୍ରୀଡାରେ ଚୌଧୁରୀ, ୧୭୬.୪ ପଏଣ୍ଟ୍ ସ‌ହ ମହିଳା ଏୟାର୍ ପିସ୍ତଲ୍ ବିଭାଗରେ କାଂସ୍ୟ ପଦକ ଜିତିଥିଲେ, ଯାହା ଭାରତ ପାଇଁ ପ୍ରଥମ ପଦକ ଥିଲା ।[]

୨୦୦୯ରେ ଦୋହାଠାରେ ଅନୁଷ୍ଠିତ ୨୦୦୯ ଏସୀୟ ଏୟାର୍ ଗନ୍ ପ୍ରତିଯୋଗିତାରେ ଶ୍ୱେତା ୩୮୧ ପଏଣ୍ଟ୍ ସ‌ହ ଏୟାର୍ ପିସ୍ତଲ୍ ବିଭାଗରେ କାଂସ୍ୟ ପଦକ ଜିତିଥିଲେ ।I[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଶ୍ୱେତା ଫରିଦାବାଦରେ ଜନ୍ମ ଓ ବଢ଼ିଥିଲେ । ସେ ଫରିଦାବାଦ ମଡ଼େଲ୍ ବିଦ୍ୟାଳୟ ଓ ଡିଏଭି ପବ୍ଲିକ୍ ସ୍କୁଲ୍ ଓ ୨୦୦୭ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନରେ ଲେଡ଼ି ଶ୍ରୀରାମ ମହିଳା ମହାବିଦ୍ୟାଳୟରେ ସ୍ନାତ୍ତକ ଶିକ୍ଷା ଅର୍ଜନ କରିଥିଲେ । ସେ ପ୍ରଥମଥର ପାଇଁ ନଅ ବର୍ଷ ବୟସରେ କର୍ଣ୍ଣୀ ସିଂ ବନ୍ଧୁକଚାଳନା କ୍ଷେତ୍ରରେ ବନ୍ଧୁକ ଚଳାଇ ଆଘାତପ୍ରାପ୍ତ ହୋଇଥିଲେ, ଯାହାଫଳରେ ତାଙ୍କ ପ୍ରଶିକ୍ଷଣ ବାଧାପ୍ରାପ୍ତ ହୋଇଥିଲା । ସେ ୧୧ ବର୍ଷ ବୟସରେ ପୁଣିଥରେ ବନ୍ଧୁଚାଳନା ଆରମ୍ଭ କରିଥିଲେ ଓ ୨୦୦୨ରେ ମାଞ୍ଚେଷ୍ଟର୍‌ଠାରେ ୧୭ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ରୌପ୍ୟ ପଦକ ଜିତିବା ପରେ ବନ୍ଧୁକଚାଳନାକୁ ପେଶା ଭାବେ ଗ୍ରହଣ କରିଥିଲେ । ତାଙ୍କ ବାପା ଜାତୀୟସ୍ତରର ବନ୍ଧୁକଚଳାଳି ରମେଶ ଚୌଧୁରୀ ଏଥିରେ ସମର୍ଥନ ଦେଇଥିଲେ । ତାଙ୍କ ବାପାଙ୍କ ସ‌ହ ଭାଇ ତୋଷିନ୍ଦର୍ ସିଂ ମଧ୍ୟ ପିସ୍ତଲ୍ ଚାଳନାରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ତାଙ୍କ ମା´ ବିମଳା ଚୌଧୁରୀ ମଧ୍ୟ ବନ୍ଧୁକଚାଳନାରେ ଜଣେ ରାଜ୍ୟସ୍ତରୀୟ ପଦକ ବିଜେତା ।

୨୦୧୩ରେ ଚୌଧୁରୀ, ପ୍ରଶାନ୍ତ ସିଂକୁ ବିବାହ କରିଥିଲେ । ସେ ବର୍ତ୍ତମାନ ଉତ୍ତର ପ୍ରଦେଶର ମଥୁରାରେ ରହୁଛନ୍ତି ।

ପେଶାଗତ ଜୀବନ

[ସମ୍ପାଦନା]

ଚୌଧୁରୀ ୧୯୯୭ରୁ ୫ମ ଶ୍ରେଣୀରୁ ବନ୍ଧୁକଚାଳନା ଅଭ୍ୟାସ କରିଆସୁଛନ୍ତି । ବର୍ଷକ ମଧ୍ୟରେ ସେ ବରିଷ୍ଠ ବିଭାଗରେ ଜାତୀୟ ସ୍ତରରେ ନିଜକୁ ପ୍ରବେଶ କରାଇଥିଲେ । ୨୦୦୦ରେ, ୧୪ ବର୍ଷ ବୟସରେ ସେ ବରିଷ୍ଠ ଜାତୀୟ ପ୍ରତିଯୋଗିତାରେ ରେକର୍ଡ ଭାଙ୍ଗିଥିଲେ । ସେ ୨୦୦୬ରେ ଓଏନ୍‌ଜିସିଦ୍ୱାରା ସମର୍ଥିତ ହେବା ପର୍ଯ୍ୟନ୍ତ ହରିୟାଣା ତରଫରୁ ଖେଳୁଥିଲେ । ଶ୍ୱେତା, ଶୀଲା କାନୁନ‌୍‌ଗୋଙ୍କ ସ‌ହ ମଞ୍ଚେଷ୍ଟର୍‌ଠାରେ ଅନୁଷ୍ଠିତ ୨୦୦୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ ।

ସେ ୨୦୦୬ରେ ୧୫ତମ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ । ୨୦୧୪ ଏସୀୟ କ୍ରୀଡ଼ାରେ ବ୍ୟକ୍ତିଗତ ଭାବେ କାଂସ୍ୟ ପଦକ ଜିତିଥିଲେ ।[] ସେ ୨୦୧୫ରେ ଦି୍ଲ୍ୀଠାରେ ଅନୁଷ୍ଠିତ ଏସୀୟ ଏୟାର୍ ଗନ୍ ବନ୍ଧୁକଚାଳନା ପ୍ରତିଯୋଗିତାରେ ବ୍ୟକ୍ତିଗତ ଭାବେ ରୌପ୍ୟ ପଦକ ଜିତିଥିଲେ ।

ସେ ଏୟାର୍ ପିସ୍ତଲ୍‌ରେ ୬ ଥର ଜାତୀୟ ବିଜେତା ଓ ୧୧୭ ଜାତୀୟ ଓ ୪୩ ଆନ୍ତର୍ଜାତୀୟ ପଦକ ଜିତିଛନ୍ତି, ଯେଉଁଥିରେ ୨୦୦୪ରେ ପାକିସ୍ତାନରେ ଅନୁଷ୍ଠିତ ସାଫ୍ କ୍ରୀଡ଼ାରେ ୩ଟି ସ୍ୱର୍ଣ୍ଣ ପଦକ ଓ ୨୦୧୦ ନୂଆଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ବନ୍ଧୁକଚାଳନା ପ୍ରତିଯୋଗିତାରେ ୩ଟି ସ୍ର୍ୱର୍ଣ୍ଣ ପଦକ ଅନ୍ତର୍ଭୁକ୍ତ ଅଛି । ସେ ୨୦୧୬ରେ ଗୌହାଟୀରେ ଅନୁଷ୍ଠିତ ୧୨ତମ ସାଫ୍ କ୍ରୀଡ଼ାରେ ଉଭୟ ବ୍ୟକ୍ତିଗତ ଓ ଦଳଗତ ଭାବେ ୨ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ଅଲିମ୍ପିକ୍‌ସ ଗୋଲ୍ଡ୍ କ୍ୱେଷ୍ଟ୍ଦ୍ୱାରା ସମର୍ଥିତ ହେଉଛନ୍ତି ।

ସମ୍ମାନ

[ସମ୍ପାଦନା]

୨୦୦୪ରେ ହରିୟାଣା ସରକାର ପିସ୍ତଲ୍ ଚାଳନାରେ ଦକ୍ଷତା ପାଇଁ ଭୀମ ପୁରସ୍କାର ଦେଇଛନ୍ତି ।

  1. "बेटी को एशियाड में मिला मेडल तो घर में छाई खुशी की खुमारी, देखें जश्न की तस्वीरें" [Shweta Chaudhary Won Bronze Medal In Asiad Games, Faridabad Haryana]. bhaskar.com (in Hindi). 21 September 2014.{{cite web}}: CS1 maint: unrecognized language (link)
  2. "Shweta Chaudhary". OlympicGoldQuest.in. Archived from the original on 22 ସେପ୍ଟେମ୍ବର 2014. Retrieved 20 ସେପ୍ଟେମ୍ବର 2014.
  3. "Asian Games: Shooter Shweta Chaudhry Bags India's First Medal". NDTV.com. 20 September 2014. Archived from the original on 4 March 2016. Retrieved 20 September 2014.
  4. "Indian Women Win Bronze at Asian Air Gun Meet". Rediff.com. 21 December 2009. Retrieved 21 Dec 2009.
  5. "Asian Games: Shooter Jitu Rai Bags Gold, Shweta Chaudhary Wins Bronze". Deccan Chronicle. 20 September 2014. Retrieved 23 February 2016.