ଶ୍ରୀ ସିଦ୍ଧି ବିନାୟକ ମନ୍ଦିର, ମୁମ୍ବାଇ

Coordinates: 19°01′01″N 72°49′49″E / 19.016920°N 72.830409°E / 19.016920; 72.830409
ଉଇକିପିଡ଼ିଆ‌ରୁ
ଶ୍ରୀ ସିଦ୍ଧି ବିନାୟକ ମନ୍ଦିର
श्री सिद्धिविनायक मंदिर
ଶ୍ରୀ ସିଦ୍ଧି ବିନାୟକ ମନ୍ଦିର, ମୁମ୍ବାଇ (ମହାରାଷ୍ଟ୍ର, ଭାରତ)
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictMumbai
ଦେବାଦେବୀGanesha
Location
ସ୍ଥାନPrabhadevi, Dadar
StateMaharashtra
CountryIndia
ଶ୍ରୀ ସିଦ୍ଧି ବିନାୟକ ମନ୍ଦିର, ମୁମ୍ବାଇ is located in Maharashtra
ଶ୍ରୀ ସିଦ୍ଧି ବିନାୟକ ମନ୍ଦିର, ମୁମ୍ବାଇ
Location in Maharashtra
ଭୌଗଳିକ ଅବସ୍ଥିତି19°01′01″N 72°49′49″E / 19.016920°N 72.830409°E / 19.016920; 72.830409
Architecture
Laxman Vithu & Deubai Patil
Completed19 November 1801
Website
http://siddhivinayak.org

ଶ୍ରୀ ସିଦ୍ଧି ବିନାୟକ ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା ଶ୍ରୀ ଗଣେଶଙ୍କୁ ସମର୍ପିତ ହୋଇଛି । ଏହା ଭାରତର ମୁମ୍ବାଇରେ ଥିବା ପ୍ରଭାଦେବୀ ସ୍ଥାନରେ ଅଛି ।[୧] ଏହା ପ୍ରଥମେ ୧୯ ନଭେମ୍ବର ୧୮୦୨ ମସିହାରେ ଲକ୍ଷଣ ବିଠୁ ଓ ଦେଉବାଇ ପଟିଲ ନିର୍ମାଣ କରେଇଥିଲେ । ଭାରାତର ଧନୀ ମନ୍ଦିରମାନଙ୍କ ମଧ୍ୟରୁ ଏହା ଗୋଟିଏ ।[୨]

ଏହି ମନ୍ଦିରରେ ଗୋଟିଏ ଛୋଟ ମଣ୍ଡପ ଅଛି ଯେଉଁଠାରେ ଭକ୍ତଙ୍କର ଇଚ୍ଛା ପୂରଣ କରିବାକୁ ସିଦ୍ଧି ବିନାୟକଙ୍କ ମୂର୍ତ୍ତି ସ୍ଥାପିତ ହୋଇଛି । କାଷ୍ଠ ନିର୍ମିତ କବାଟରେ ମହାରାଷ୍ଟ୍ରର ଅଷ୍ଟବିନାୟକଙ୍କ (ଆଠ ଅବତାର) ଚିତ୍ର ଅଙ୍କିତ ହୋଇଛି । ଛାତର ନିମ୍ନ ଭାଗ ସ୍ୱର୍ଣ୍ଣ ପାତିଆରେ ଜଡ଼ିତ ଓ କେନ୍ଦ୍ରରେ ଗଣେଶଙ୍କର ମୂର୍ତ୍ତି ସ୍ଥାପିତ ହୋଇଛି । ବେଢାରେ ଏକ ହନୁମାନ ମନ୍ଦିର ଅଛି । ମନ୍ଦିରର ଗମ୍ବୁଜରେ ବିଭିନ୍ନ ରଙ୍ଗର ଆଲୋକରେ ସୁସଜ୍ଜିତ ହୋଇଥାଏ ଯାହା କିଛି ଘଣ୍ଟାରେ ବଦଳୁଥାଏ । ଏହି ଗମ୍ବୁଜର ଠିକ ନିମ୍ନ ଭାଗରେ ଗଣେଶଙ୍କ ମୂର୍ତ୍ତି ଅଛି । ମନ୍ଦିରର ଖୁଣ୍ଟିଗୁଡ଼ିକରେ ଅଷ୍ଟବିନାୟକ ମୂର୍ତ୍ତି ଖୋଦିତ ହୋଇଛି ।

ମହତ୍ତ୍ୱ ଓ ପ୍ରତିଷ୍ଠା[ସମ୍ପାଦନା]

ବିଂଶ ଶତାବ୍ଦୀର ଦ୍ୱିତୀୟ ଭାଗରେ ସିଦ୍ଧିବିନାୟକ ମନ୍ଦିର ଏକ ଛୋଟ ମନ୍ଦିର ଥଲା ଯାହା ଆଜିକାର ମନ୍ଦିରକୁ ପରିବର୍ତ୍ତିତ ହୋଇପାରିଛି । ରାଜନୈତିକ ଲୋକ ଓ ମୁମ୍ବାଇ ଚଳଚ୍ଚିତ୍ର ବଲିଉଡ ଜଗତର ଅଭିନେତାମାନଙ୍କ ଯୋଗୁ ଏହାର ଖ୍ୟାତି ସମ୍ଭବ ହୋଇଛି ।

ଭକ୍ତି ସହକାରେ କରିଥିବା ମନୋକାମନା ସିଦ୍ଧିବିନାୟକ ନିଶ୍ଚୟ ପୂରଣ କରୁଥିବା ଜଣାଶୁଣା । ମନ୍ଦିରରେ ବିଭିନ୍ନ ଧରଣର ପୂଜା କରିବାର ସୁବିଧା ଉପଲବ୍ଧ ଅଛି ।

ଇତିହାସ[ସମ୍ପାଦନା]

ମୂଳ ମନ୍ଦିର ୧୮୦୧ ମସିହାରେ ୩୬ x ୩୬ ମିଟରର ଛୋଟ ସ୍ଥାନରେ ଇଟାରେ ତିଆରି ହୋଇଥିଲା ଓ ତାହାର ଶିଖର ଗମ୍ବୁଜ ଆକୃତିର ଥିଲା । ଏହି ମନ୍ଦିରକୁ କଣ୍ଟ୍ରାକ୍ଟର ଲକ୍ଷଣ ବିଠୁ ପାଟିଲ ତିଆରି କରେଇଥିଲେ । ଦେଉବାଈ ନାମକ ଏକ ଧନୀ ମହିଳା ଅର୍ଥ ଦାନ କରିଥିଲେ । ଦେଉବାଈ ସନ୍ତାନହୀନା ଥିବାରୁ ଏହି ମନ୍ଦିର ତୋଳେଇଥିଲେ ଓ ବିଶ୍ୱାସ କରୁଥିଲେ ଗଣେଶ ଅନ୍ୟାନ୍ୟ ସନ୍ତାନହୀନାମାନଙ୍କୁ ସନ୍ତାନ ଦାନ କରିବେ । ଅକ୍କଲକୋଟ ସ୍ୱାମୀ ସମରଥଙ୍କର ଏକ ଶିଷ୍ୟ ରାମକୃଷ୍ଣ ଯମ୍ଭେକର ମହାରାଜ ତାଙ୍କ ଗୁରୁଙ୍କର ନିର୍ଦ୍ଦେଶ ମତେ ମନ୍ଦିରର ମୂର୍ତ୍ତି ସାମନାରେ ଥିବା ଅନ୍ୟ ଦୁଇଟି ମୂର୍ତ୍ତିଙ୍କୁ ପୋତିଦେଇଥିଲେ । ସ୍ୱାମୀ ସମର୍ଥକଙ୍କର ଭବିଷ୍ୟବାଣୀ ଅନୁସାରେ ସେହି ପୋତା ସ୍ଥାନରେ ଏକ ମନ୍ଦାର ଗଛ ଉଠିଥିଲା ଯାହାର ଶାଖାରେ ସ୍ୱୟମ୍ଭୁ ଗଣେଶ ଥିଲେ ।

ମନ୍ଦିର ପ୍ରାଙ୍ଗଣରେ ଦୁଇଟି ଦୀପମାଳା ବା ବିଶ୍ରାମ ଗୃହ ଓ ମନ୍ଦିରର ଦେଖରେଖ କରୁଥିବା ଲୋକପାଇଁ ଉଦ୍ଦିଷ୍ଟ ଥିଲା । ଊନବିଂଶ ଶତାବ୍ଦୀରେ ଜଳାଭାବ ଯୋଗୁ ଏକ ହ୍ରଦ ଖୋଦେଇ ହୋଇଥିଲା ମନ୍ଦିରର ପୂର୍ବ ଦକ୍ଷିଣ ପାର୍ଶ୍ୱରେ ୩୦X୩୦ ବର୍ଗ ମିଟରର ଏକ ହ୍ରଦ ଥିଲା ଯାହାକୁ ପରବର୍ତ୍ତୀ ସମୟରେ ପୋତି ଦିଆଯାଇଥିଲା ଓ ତାହା ବର୍ତ୍ତମାନ ମନ୍ଦିର ପରିସରରେ ନାହିଁ । ଏହା ପରେ ଦର୍ଶକ ଓ ଭକ୍ତ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଲା । ୧୯୭୫ ମସିହାଠାରୁ ନାଟକୀୟ ଭାବରେ ଭକ୍ତ ସଂଖ୍ୟା ବୃଦ୍ଧି ହେଲା ।[୩]

ପରିଚାଳନା[ସମ୍ପାଦନା]

ମନ୍ଦିରକୁ ମିଳୁଥିବା ଦାନ ଓ ଅନ୍ୟାନ୍ୟ କ୍ରିୟା ଶ୍ରୀ ସିଦ୍ଧି ବିନାୟକ ମନ୍ଦିର ଟ୍ରଷ୍ଟ ପରିଚାଳନା କରନ୍ତି ।[୪] ବମ୍ବେ ଟ୍ରଷ୍ଟ ଆକ୍ଟ, ୧୯୫୦ ଅନୁସାରେ ମନ୍ଦିରର ନାମ “ଶ୍ରୀ ଗଣପତି ମଣ୍ଡରୀ, ପ୍ରଭାବତୀ ରୋଡ଼, ଦାଦର, ବମ୍ବେ ନାମରେ ପଞ୍ଜୀକୃତ ହୋଇଛି ।” ଶ୍ରୀ ସିଦ୍ଧି ବିନାୟକ ମନ୍ଦିର ଟ୍ରଷ୍ଟ ପ୍ରବହାଦେବୀ ଆକ୍ଟ, ୧୯୮୦ ଅନୁସାରେ ଟ୍ରଷ୍ଟର କାମ ପରିଚାଳନା କରାଯାଏ । ଏହି ଆକ୍ଟ ୧୧ ଅକ୍ଟୋବର ୧୯୮୦ ମସିହାର ଗୃହୀତ ହୋଇଥିଲା ।[୫]

ଟ୍ରଷ୍ଟର ଚଳନ୍ତି ଚେୟାରମାନ ଆଦେଶ ବାନ୍ଦେକର (Aadesh Bandekar) ଅଟନ୍ତି । [୬]

ବିବାଦ[ସମ୍ପାଦନା]

ସିଦ୍ଧି ବିନାୟକ ମନ୍ଦିରର ଆୟ ପ୍ରତିବର୍ଷ ପ୍ରାୟ ୧୦୦ରୁ ୧୨୦ ନିୟୁତ ହୋଇଥାଏ ଓ ଏହା ଯୋଗୁ ଏହି ଟ୍ରଷ୍ଟ ମୁମ୍ବାଇର ସବୁଠାରୁ ଧନୀ ଟ୍ରଷ୍ଟ ଭାବରେ ପରିଚିତ ।[୭] ସନ ୨୦୦୪ରେ ଦାନର ପରିଚାଳନା ଟ୍ରଷ୍ଟଦ୍ୱାରା ସଠିକ ଭାବରେ ହେଉନଥିବା ଦୋଷ ଦିଆଯାଇଥିଲା । ଫଳ ସ୍ୱରୂପ ବମ୍ବେ ହାଇକୋର୍ଟ ଏହାର ଛାନବିନ କରିବାକୁ ଅବସରପ୍ରାପ୍ତ ବିଚାରପତି ଭି ପି ଟିପନିଷ ଅଧ୍ୟକ୍ଷତାରେ ଏକ କମିଟି ନିଯୁକ୍ତ କଲେ ।[୭] ଏହି ପରିଚାଳନା ସଂସ୍ଥାର କୌଣସି ନିୟମ ନଥିବା କମିଟି ରିପୋର୍ଟ କଲେ । ରୁଲିଂ ପାର୍ଟିର ମନ୍ତ୍ରୀ ବା ତାଙ୍କର ଶକ୍ତିଶାଳୀ ଲୋକଙ୍କଦ୍ୱାରା ଏହା ପରିଚାଳିତ ହେଉଥିବା ରିପୋର୍ଟ ହେଲା ।[୮]

ବମ୍ବେ ହାଇକୋର୍ଟ ଟ୍ରଷ୍ଟର ଫଣ୍ଡ ପରିଚାଳନା ନିମନ୍ତେ ରାଜ୍ୟ ସରକାରଙ୍କୁ ଏକ ଗାଇଡ ଲାଇନ ତିଆରି କରିବାକୁ ଆଦେଶ ଦେଲେ ।[୯]

ଆଧାର[ସମ୍ପାଦନା]

  1. "Shree Siddhivinayak Mandir". Amazing Maharashtra.
  2. "The Birth of Shree Siddhivinayak Ganapati". Archived from the original on 2015-05-27. Retrieved 2022-09-08.
  3. "History". Archived from the original on 2015-05-27. Retrieved 2022-09-08.
  4. "Board of Trustees - Shree Siddhivinayak Ganapati Mandir Trust" (in ଆମେରିକୀୟ ଇଂରାଜୀ). 2020-10-02. Retrieved 2021-07-11.
  5. "SHREE SIDDHI VINAYAK GANPATI TEMPLE TRUST (PRABHADEVI) ACT, 1980" (PDF). Law and Judiciary Department, Government of Maharashtra.{{cite web}}: CS1 maint: url-status (link)
  6. ANI. "Sena leader Adesh Bandekar reappointed as Sri Siddhivinayak Temple trust Chairman". BW Businessworld (in ଇଂରାଜୀ). Retrieved 2021-07-11.
  7. ୭.୦ ୭.୧ Siddhivinayak grants may be screened, Times of India, 10 December 2004. Retrieved on 1 March 2007.
  8. Draft guidelines for using Trust funds of Siddhivinayak: HC UNI 9 March 2006. Retrieved on 1 March 2007.
  9. State to finalize guidelines for Siddhivinayak Trust funds: HC UNI 13 December 2006. Retrieved on 1 March 2007.