ଶ୍ରୀ ବିଶ୍ଵନାଥ ମନ୍ଦିର

Coordinates: BHU 25°15′58″N 82°59′16″E / 25.266034°N 82.987847°E / 25.266034; 82.987847
ଉଇକିପିଡ଼ିଆ‌ରୁ
ଶ୍ରୀ ବିଶ୍ୱନାଥ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtବାରାଣଶୀ
ଦେବାଦେବୀଶିବ
FestivalsMahashivratri
Nag Panchami
Shravan
Navratri
Makar Sankranti
Location
ସ୍ଥାନବିରଳା ହିନ୍ଦୁ ବିଶ୍ୱବିଦ୍ୟାଳୟ (Benaras Hindu University), Varanasi
Stateଉତ୍ତର ପ୍ରଦେଶ
Country India
ଶ୍ରୀ ବିଶ୍ଵନାଥ ମନ୍ଦିର is located in Varanasi district
ଶ୍ରୀ ବିଶ୍ଵନାଥ ମନ୍ଦିର
Shown within Varanasi district
ଭୌଗଳିକ ଅବସ୍ଥିତିBHU 25°15′58″N 82°59′16″E / 25.266034°N 82.987847°E / 25.266034; 82.987847
Architecture
ବିରଳା ପରିବାର (Birla family)
Completed୧୯୬୬
Specifications
Temple(s)ସାତ
Elevation77 m (253 ft)
Website
https://www.bhu.ac.in/VT/

ଶ୍ରୀ ବିଶ୍ୱନାଥ ମନ୍ଦିର, ଅନ୍ୟ ନାମ ବିଶ୍ୱନାଥ ମନ୍ଦିର, ବିଶ୍ୱନାଥ ଟେମ୍ପଲ, ନୂଆ ବିଶ୍ୱନାଥ ଟେମ୍ପଲ ଓ ବିରଳା ଟେମ୍ପଲ, ଏକ ବିଖ୍ୟାତ ହିନ୍ଦୁ ମନ୍ଦିର ଓ ବାରାଣଶୀର ସର୍ବାଧିକ ପର୍ଯ୍ୟଟକ ଆକର୍ଷଣ ସ୍ଥଳ । ଶିବଙ୍କୁ ସମର୍ପିତ ଏହି ମନ୍ଦିର ବାରାଣଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଅବସ୍ଥିତ । ୨୫୦ ଫୁଟ ଉଚ୍ଚତାର ଏହି ମନ୍ଦିର ପୃଥିବୀର ସବୁଠାରୁ ଉଚ୍ଚ ମନ୍ଦିର ।[୧][୨][୩][୪][୫][୬] ଏହି ମନ୍ଦିରକୁ ଲୋକ ଭାଷାରେ ବିଶ୍ୱନାଥ ମନ୍ଦିରକୁ ଭିଟି କହନ୍ତି ।[୭]

ଇତିହାସ[ସମ୍ପାଦନା]

୧୧୯୪ରେ କୁତବ-ଉଦ-ଦିନ, ୧୪୪୭ରୁ ୧୫୪୮ ମଧ୍ୟରେ ହୁସେନ ଶାହ ଶରକି ଓ ୧୬୬୯ ମସିହାରେ ଔରଙ୍ଗଜେବ ଏହି କାଶୀ ବିଶ୍ୱନାଥ ମନ୍ଦିରକୁ ଧ୍ୱଂସ କରିଦେଇଥିଲେ । ପଣ୍ଡିତ ମଦନ ମୋହନ ମାଲବ୍ୟ ୧୯୩୦ ମସିହାରେ କାଶୀ ବିଶ୍ୱନାଥ ମନ୍ଦିରକୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପରିସରରେ ନବୀକରଣ କରିବାକୁ ଯୋଜନା କରିଥିଲେ ।[୮] ବିରଳା ପରିବାର ଏହି ମନ୍ଦିର ଗଠନ କରିବାର ଦାୟୀତ୍ୱ ନେଇ ୧୯୩୧ ମସିହାରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଅବଶେଷରେ ୧୯୬୬ ମସିହାରେ ମନ୍ଦିର ତିଆରି ସମାପ୍ତ ହୋଇଥିଲା ।[୧][୨][୩][୪][୫][୬]

ଗଠନ[ସମ୍ପାଦନା]

ଶ୍ରୀ ବିଶ୍ୱନାଥ ମନ୍ଦିର ଗଠନ ସମ୍ପୂର୍ଣ୍ଣ କରିବା ନିମନ୍ତେ ୩୫ ବର୍ଷ (୧୯୩୧ରୁ ୧୯୬୬) ଲାଗିଥିଲା । ଭାରତର ଉଚ୍ଚ ମନ୍ଦିରମାନଙ୍କ ମଧ୍ୟରୁ ଏହା ଗୋଟିଏ । ମନ୍ଦିର ଉଚ୍ଚତା ପ୍ରାୟ ୭୭ ମିଟର । କାଶୀ ବିଶ୍ୱନାଥ ମନ୍ଦିର ଶୈଳୀରେ ଏହା ଗଠିତ ହୋଇଛି ଓ ଅଧିକାଂଶ ଶଙ୍ଖ ମର୍ମର ପ୍ରସ୍ତରରେ ତିଆରି ହୋଇଛି । ଶ୍ରୀ ବିଶ୍ୱନାଥ ମନ୍ଦିର ପ୍ରାଥମିକ ଭାବରେ ଶିବଙ୍କୁ ସମର୍ପିତ ହୋଇଥିଲେ ମଧ୍ୟ ଏହାର ବେଢାରେ ୯ଟି ମନ୍ଦିର ଅଛି ଓ ଏହା ମଧ୍ୟକୁ ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କ ନିମନ୍ତେ ମନ୍ଦିର ଖୋଲା ରହେ । ଲକ୍ଷ୍ମୀ ନାରାୟଣ ମନ୍ଦିରର ପ୍ରଥମ ମହଲାରେ ଶିବ ବିଗ୍ରହ ଥିବା ବେଳେ ଦ୍ୱିତୀୟ ମହଲାରେ ଲକ୍ଷ୍ମୀନାରାୟଣ ଓ ଦୂର୍ଗାଙ୍କ ବିଗ୍ରହ ଅଛି । ଏହା ବ୍ୟତୀତ ନଟରାଜ, ପାର୍ବତୀ, ଗଣେଶ, ପଞ୍ଚମୂଖୀ ମହାଦେବ, ହନୁମାନ, ସରସ୍ୱତୀ ଓ ନଂଦିଙ୍କ ବିଗ୍ରବ ଅଛି । ମନ୍ଦିର ଭିତର କାନ୍ଥର ସମୁଦାୟ ଗୀତା ଓ ହିନ୍ଦୁ ପୁରାଣରୁ ଛବି ସହିତ ଅନେକ ଲେଖା ଅଙ୍କିତ ହୋଇଛି ।[୧][୨][୩][୪][୫][୬]

ସ୍ଥାନ[ସମ୍ପାଦନା]

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ମୁଖ୍ୟ ଫାଟକଠାରୁ ୧.୭ କିମି ଦୂରରେ ଶ୍ରୀ ବିଶ୍ୱନାଥ ମନ୍ଦିର ଅବସ୍ଥିତ । ଦୁର୍ଗା ମନ୍ଦିରର ଦକ୍ଷିଣ ପଶ୍ଚିମ ଦିଗରେ ୩.୩ କିମି ଦୂରରେ, କାଶୀ ବିଶ୍ୱନାଥ ମନ୍ଦିରର ଦକ୍ଷିଣ ପଶ୍ଚିମ ଦିଗରେ ୭ କିମି ଦୂରରେ ଓ ବାରାନଦୀ ଷ୍ଟେସନଠାରୁ ଦକ୍ଷିଣ ଦିଗରେ ୯ କିମି ଦୂଆରେ ଏହା ଅବସ୍ଥିତ ।

ଗ୍ୟାଲେରି[ସମ୍ପାଦନା]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Brief description". Benaras Hindu University website. Archived from the original on 26 May 2018. Retrieved 7 March 2015.
  2. ୨.୦ ୨.୧ ୨.୨ "The temples". Benaras Hindu University website. Archived from the original on 23 September 2015. Retrieved 7 March 2015.
  3. ୩.୦ ୩.୧ ୩.୨ "Vishwanath Temple". Wikinapia. Archived from the original on 2 April 2015. Retrieved 7 March 2015.
  4. ୪.୦ ୪.୧ ୪.୨ "New Vishwanath Temple". Varanasi city website. Archived from the original on 14 March 2015. Retrieved 7 March 2015.
  5. ୫.୦ ୫.୧ ୫.୨ "Birla Temple". varanasi.org.in. Archived from the original on 15 March 2015. Retrieved 7 March 2015.
  6. ୬.୦ ୬.୧ ୬.୨ "History". Eastern U.P. Tourism website. Archived from the original on 2 ଅପ୍ରେଲ 2015. Retrieved 7 ମାର୍ଚ୍ଚ 2015.
  7. "Vishwanath Temple (VT) opened in "New Normal"". BHU Express (in ଆମେରିକୀୟ ଇଂରାଜୀ). 2020-09-23. Archived from the original on 24 January 2022. Retrieved 2022-01-24.
  8. Karkar, S.C. (2009). The Top Ten Temple Towns of India. Kolkota: Mark Age Publication. p. 12. ISBN 978-81-87952-12-1.