ଶ୍ରୀମନ୍ଦିର ଇତିହାସ

ଉଇକିପିଡ଼ିଆ‌ରୁ

୧୩୬୦ ମସିହା (ଫିରୋଜ ଶାହା)[ସମ୍ପାଦନା]

ପୁରୀରେ ୧ବର୍ଷରୁ ଅଧିକ କାଳ ହୋଇଥଲା ଅତ୍ୟାଚାର । କେବଳ ଲୋକ ନୁହନ୍ତି, ଠାକୁର ମଧ୍ୟ ବିଧର୍ମୀଙ୍କ ଅତ୍ୟାଚାରର ଶିକାର ହୋଇଥିଲେ । ୧୩୬୦ ମସିହାରେ ଫିରୋଜ ଶାହା ବଙ୍ଗ ବିଦ୍ରୋହକୁ ଦମନ କରିନପାରି ୨ଟି ହିନ୍ଦୁ ରାଜ୍ୟ ଉପରେ ଆକ୍ରମଣ କରିଥଲେ । ପ୍ରଥମଟି ଥିଲା ଓଡ଼ିଶା । ପୁରୀ ଉପରେ ଆକ୍ରମଣ କରି ହିନ୍ଦୁ ଦେବାଳୟ ନଷ୍ଟ ଓ ଲୁଣ୍ଠନ ଅଲା ଲକ୍ଷ୍ୟ । ସେଥ ପାଇଁ ମନଇଚ୍ଛା ଅତ୍ୟାଚାର କରାଯାଇଥଲା । ଏହି ନିଷ୍ଣୁର ବାଦଶାହା ପ୍ରଥମେ ବିହାର ପ୍ରଦେଶ ପଟୁ ଓଡ଼ିଶା ସୀମାରେ ପହଁଚିଥଲା । ସେଠାରେ ଘୋଷଣା କରିଥିଲା, ‘ଆମର ଲକ୍ଷ୍ୟ ହେଉଛି ହାତୀ ଧରିବା, ହିନ୍ଦୁମାନଙ୍କର ବିଗ୍ରହ ଧ୍ୱଂସ କରିବା ଓ ଓଡ଼ିଶା ରାଜାଙ୍କୁ ଲୋପ କରିବା । ସେ ଓଡ଼ିଶାର ଉତ୍ତର ଦିଗରୁ ଆକ୍ରମଣ କରିଥଲେ । କିଛି ରାଜଦ୍ରୋହୀ ଓ ବିଶ୍ୱାସଘାତକଙ୍କ ସାହାଯ୍ୟରେ ଓଡ଼ିଶାର ତତକାଳୀନ ରାଜଧାନୀ କଟକର ବିଡ଼ାନାସୀରେ ପ୍ରବେଶ କରିଥଲେ । ରାଜା ଭାନୁଦେବ ନଗର ଛାଡ଼ି ଚାଲିଯିବାରୁ ଫିରୋଜ ଶାହା କୁଆଖାଇ ନଦୀର ଦକ୍ଷିଣ ଦିଗକୁ ଅବା ସାରଙ୍ଗ ଗଡ଼କୁ ଧ୍ୱଂସ କରିଦେଲେ । ତା’ପରେ ନିଜେ ସୈନ୍ୟସାମନ୍ତଙ୍କ ସହ ପୁରୀ ଆକ୍ରମଣ କଲେ । ଏହି ଆକ୍ରମଣ କାଳରେ ପୁରୀର ବହୁ ଛୋଟଛୋଟ ମନ୍ଦିର ଓ ସେଥରେ ପ୍ରତିଷ୍ଠିତ ପ୍ରତିମାଙ୍କୁ ନଷ୍ଟଭ୍ରଷ୍ଟ କରିଦେଲେ । ଲୁଣ୍ଡନ ମଧ୍ୟ କରିଥଲେ । ସେତିକିରେ ଅଟକି ନଥିଲା ଅତ୍ୟାଚାର । ଫିରୋଜ ଶାହା ସିଂହାସନରୁ ବିଗ୍ରହମାନଙ୍କୁ ଉଠାଇ ନେବା ସହ ଅନେକ ଧନରତ୍ନ, ହୀରାନୀଳା ଲୁଟି ନେଇଥଲା । ଏହାପରେ ସୁଲତାନଙ୍କ ସୈନ୍ୟମାନେ ଆହୁରି ଉଗ୍ର ହୋଇ ପଡ଼ିଥିଲେ । ପୁରୀର ବହୁ ନିରୀହ ଲୋକଙ୍କୁ ଆକ୍ରମଣ କରି ହତ୍ୟା ମଧ୍ୟ କରିଥଲେ । ପ୍ରତିଦିନ ଅତ୍ୟାଚାର ଚାଲିଥଲା । ୧ ବର୍ଷରୁ ଅଧିକ କାଳ ସେ ଅତ୍ୟାଚାର କରିଥିଲେ। ସିଂହଦ୍ୱାରଠାରୁ ଶରଧାବାଲି ମଧ୍ୟରେ ଏମାନଙ୍କ ଭୟରେ କାହାର ବି ଚରଣ ହେଉ ନଥଲା । ଠାକୁରଙ୍କ ରୀତିନୀତି ମଧ୍ୟ ବନ୍ଦ ରହୁଥୁଲା । ଫିରୋଜ ଶାହା ଭୟରେ ଅନେକ ଲୋକ ପୁରୀ ଛାଡ଼ି ଚିଲିକା ପଳାଇଥଲେ । ଫିରୋଜ ଶାହା ସେମାନଙ୍କୁ ଚିଲିକାରେ ଯାଇ ହାଣି ହତ୍ୟା କରିଥଲେ । ଜୀବନ ରକ୍ଷା ପାଇଁ ଚିଲିକାରେ ରହିଅବା ଲୋକଙ୍କୁ ସେହିଠାରେ ହତ୍ୟା କରି ରକ୍ତ ରଞ୍ଜିତ କରିଦେଇଥଲେ । ଏହି ଦୁର୍ଦ୍ଦଶ ଆକ୍ରମଣକାରୀ ଶ୍ରୀମନ୍ଦିର ଏବଂ କଟକ ବିଡ଼ାନାସୀର ଜଗନ୍ନାଥ ମନ୍ଦିରରୁ ଜଗନ୍ନାଥଙ୍କୁ ନେଇ ଯାଇଥିଲା । ଦଉଡ଼ିରେ ବାନ୍ଧି ଘୋଷାରି ଘୋଷାରି ଠାକୁରଙ୍କୁ ଦିଲ୍ଲୀ ନେଇ ଯାଇଥଲେ । ସେଠାରେ ନେଇ ପହଞ୍ଚାଇବା ପରେ ସୁଲତାନ ଆଦେଶ ଦେଇଥଲେ ବିଗ୍ରହଙ୍କୁ ଦିଲ୍ଲୀର ଜାମା ମସଜିଦରେ ପାହାଚ ଭାବେ ପକାଗଲା । ସେହି ପାହାଚ ଉପରେ ଚଢ଼ି ପ୍ରତିଦିନ ଠାକୁରଙ୍କୁ ଦଳମକଚି ଦିଆଯାଉଥଲା । ଏହି ଆକ୍ରମଣ କାଳରେ ଓଡ଼ିଶାରୁ ସେ ୭୩ଟି ହାତୀ ଉପରେ ସୁନା ଅଳଙ୍କାର ନେଇ ଦିଲ୍ଲୀରେ ପହଞ୍ଚାଇଥଲେ । [୧]


ଆଧାର[ସମ୍ପାଦନା]

  1. "ଠାକୁରଙ୍କୁ ରସିରେ ବାନ୍ଧି ଘୋସାରିନେଲେ". ପ୍ରମେୟ. ୨୦ /୭ /୨୦୧୫. Retrieved 5 September 2015. {{cite news}}: Check date values in: |date= (help)[permanent dead link]