ଶୌକତ ଅଲି

ଉଇକିପିଡ଼ିଆ‌ରୁ
ଶୌକତ ଅଲି
ଜନ୍ମ(1944-05-03)୩ ମଇ ୧୯୪୪
Punjab, British India
ମୃତ୍ୟୁ୨ ଅପ୍ରେଲ ୨୦୨୧(2021-04-02) (ବୟସ ୭୬) C.M.H. Lahore[୧]
Lahore, Pakistan
ଶୈଳୀFolk music
ପେଷାSinger
କାର୍ଯ୍ୟକାଳ1960–2021

ଶୌକତ ଅଲି, ଜଣାଶୁଣା ଅନ୍ୟ ନାମ ଶୌକତ ଅଲି ଖାନ, (୩ ମଇ ୧୯୪୪ – ୨ ଏପ୍ରିଲ ୨୦୨୧) ଜଣେ ପାକିସ୍ଥାନୀ ଲୋକ ଗାୟକ ଥିଲେ (ଲୋକ ଗାୟକ).[୨][୩]

ପ୍ରାକ୍ ଜୀବନ ଓ ପେଷା[ସମ୍ପାଦନା]

ଗୁଜରାଟ ଜିଲ୍ଲାର ମାଲାକ୍ୱାଲ ଟାଉନରେ (ଅଧୁନା ପାକିସ୍ଥାନ, ପଞ୍ଜାବର ଜିଲ୍ଲା ମଣ୍ଡିବ‌ହାଉଦ୍ଦିନ ଜିଲ୍ଲା) ଗୋଟିଏ କଳାକାର ପରିବାରରେ ୩ ମଇ ୧୯୪୪ ମସିହାର ଶୌକତ ଅଲି ଜନ୍ମ ଗ୍ରହଣ କରିଥିଲେ ଓ କଲେଜରେ ପଢ଼ୁଥିବା ବେଳେ ୧୯୬୦ ମସିହାରେ ତାଙ୍କର ବଡ଼ ଭାଇ ଇନାୟତ ଅଲିଙ୍କଠାରୁ ସାହାଯ୍ୟ ପାଇ ଗୀତ ଗାଇବାକୁ ଆରମ୍ଭ କରିଥିଲେ । ପଞ୍ଜାବୀ ଚଳଚ୍ଚିତ୍ର "ତିସ ମାର ଖାନ"ରେ (୧୯୬୩) ଚଳଚ୍ଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ଏମ ଅଶରଫ ତାଙ୍କୁ ପରିଚିତ କରେଇଥିଲେ ।[୪]

୧୯୬୦ ମସିହାର ଶେଷ ଆଡ଼କୁ ସେ ପଞ୍ଜାବୀ ଲୋକ ସଙ୍ଗୀତ ଓ ଗଜଲ ଗାଇ ପ୍ରଦର୍ଶନ କରିଥିଲେ ।[୪] ଜଣେ ଲୋକ ଗାୟକ ଭାବରେ ସେ ପାକିସ୍ଥାନ ପଞ୍ଜାବରେ ଜନପ୍ରିୟ ଥିଲେ ଓ ଏହା ସ‌ହିତ ଭାରତର ପଞ୍ଜାବରେ ମଧ୍ୟ ଲୋକପ୍ରିୟ ଥିଲେ । ବିଦେଶ ଭ୍ରମଣ କରି ସଂଯୁକ୍ତ ରାଜ୍ୟ, କାନାଡ଼ାସଂଜୁକ୍ତ ରାଷ୍ଟ୍ରମାନଙ୍କରେ ଥିବା ପ୍ରବାସୀ ପଞ୍ଜାବୀ ଜ‌ନସଂଖ୍ୟା ବ‌ହୁଳ ସ୍ଥାନମାନଙ୍କରେ ତାଙ୍କର କଳା ପ୍ରଦର୍ଶନ କରୁଥିଲେ । [୪]

ଗୀତ ଗାଇବାରେ ଅଧିକ ପରିସୀମା ଓ ଉତ୍ସାହ ସ‌ହିତ ଶୌକତ ଅଲି ପ୍ରଦର୍ଶନ କରୁଥିଲେ ଯେପରି ହୀର ୱାରିସ ଶାହ' ଓ 'ସଇଫ ଉଲ ମଲୁକ' ଦେଖାଉଥିଲେ । [୪]

୧୯୭୬ ମସିହାର ଶୌକତ ଅଲି 'ଭଏସ ଅଫ ପଞ୍ଜାବ' ପୁରସ୍କାର ଗ୍ରହଣ କରିଥିଲେ ।[୨] ଜୁଲାଇ ୨୦୧୩ ମସିହାର ପାକିସ୍ଥାନ ଇନସ୍ଟିଚ୍ୟୁତ ଅଫ ଲାଙ୍ଗୁଏଜ, ଆର୍ଟ ଆଣ୍ଡ କଲଚର ତରଫରୁ ସେ ପ୍ରାଇଡ ଅଫ ପଞ୍ଜାବ (ପଞ୍ଜାବର ଗର୍ବ) ପୁରସ୍କାର ଗ୍ରହଣ କରିଥିଲେ ।[୨] ଦିଲ୍ଲୀରେ ଅନୁଷ୍ଠିତ ୧୯୮୨ ଏସିଆନ ଗେମସରେ ସେ ଜୀବନ୍ତ ପ୍ରଦର୍ଶନ କରିଥିଲେ ଓ ୧୯୯୦ ମସିହାର ତାଙ୍କୁ ସର୍ବୋଚ୍ଚ ପାକିସ୍ଥାନୀ ସିଭିଲିଆନ ପ୍ରେସିଡେନସିଆଲ ପୁରସ୍କାର "ପ୍ରାଇଡ ଫ ପରଫରମାନସ୍" ପ୍ରଦାନ କରାଯାଇଥିଲା ।[୩][୪] ତାଙ୍କର ଗୀତ ୨୦୦୯ରେ ନିର୍ମିତ ଭାରତୀୟ ଚଳଚ୍ଚିତ୍ର 'ଲଭ ଆଜ କଲ'ରେ ବ୍ୟବ‌ହୃତ ହୋଇଥିଲା । ସେ ଜଗ୍ଗା ନମକ ଏକ ଟ୍ରାକ ମଷ୍ୟ ରିଲିଜ କରିଥିଲେ । ଅଲ ପାକିସ୍ଥାନ ମିଉଜିକ କନଫରେନ୍‌ସ ଉତ୍ସବ ଓ ପାକିସ୍ଥାନ ଟେଲିଭିଜନ କର୍ପୋରେସନମାନଙ୍କର ପ୍ରଦର୍ଶନରେ ଶୌକତ ଅଲି ବାରମ୍ବାର ପ୍ରଦର୍ଶନ କରୁଥିଲେ । [୪]

ସେ ପାକିସ୍ଥାନୀ ଗାୟକ ଇମରାନ ଶୌକତ ଅଲି, ଅମିର ଶୌକତ ଅଲି ଓ ମୋହସିନ ଶୌକତ ଅଲିଙ୍କ ପିତା ଥିଲେ ।[୫][୩]

ତାଙ୍କର ଜୀବନୀ ଉପରେ ଡକୁମେଣ୍ଟାରୀ[ସମ୍ପାଦନା]

୨୦୧୭ ମସିହାର ଏକ କାନାଡ଼ା କମ୍ପାନୀ ପାକିସ୍ଥାନୀ ସଙ୍ଗୀତ ଉଦ୍ୟୋଗକୁ ଶୌକତ ଅଲିଙ୍କ ଅବଦାନ‌କୁ ସ୍ମରଣୀୟ କରିବାକୁ ତାଙ୍କ ପୁତ୍ରଙ୍କ ସ‌ହାୟତାରେ ଗୋଟିଏ ଏକ ଘଣ୍ଟା ବ୍ୟାପୀ ଡକୁମେଣ୍ଟାରୀ ପ୍ରସ୍ତୁତ କରିଥିଲେ । ଏହି ଡକୁମେଣ୍ଟାରୀରେ ଜୀବନ ସାରା ଶୌକତ ଅଲି ତାଙ୍କର ପେଷାରେ ସମ୍ମୁଖୀନ ହୋଇଥିବା ଲଢ଼େଇ ବିଷୟ ଦେଖାଯାଇଥିଲେ ଓ ତାଙ୍କର ପୂର୍ବତନ ପ୍ରଦର୍ଶନ ତ‌ଥା ଲତା ମଙ୍ଗେସକର ଭଳି ଅନେକ ଗାୟକଙ୍କର ସାକ୍ଷାତକାର ବିଷୟ ପ୍ରଦର୍ଶିକ ହୋଇଥିଲା । ଏଥିରେ ଜଣେ ଉଚ୍ଚାଭିଳାସୀ ଯୁବକର ପାକିସ୍ଥାନୀ ଲୋକପ୍ରିୟ ଲୋକ ଗାୟକ ହେବାର ଯାତ୍ରା ପ୍ରଦର୍ଶିତ ହୋଇଥିଲା । [୩]

ଆଧାର[ସମ୍ପାଦନା]

  1. Gabol, Imran (2021-04-02). "Folk singer Shaukat Ali passes away in Lahore". Images (in ଇଂରାଜୀ). Retrieved 2021-04-02.
  2. ୨.୦ ୨.୧ ୨.୨ Cesare Baccheschi (21 July 2013). "Musical heritage: Shaukat Ali honoured with Pride of Punjab award". The Express Tribune (newspaper). Retrieved 19 June 2018.
  3. ୩.୦ ୩.୧ ୩.୨ ୩.୩ Adnan Lodhi (1 July 2017). "Folk singer Shaukat Ali's music immortalized in new documentary". The Express Tribune (newspaper). Retrieved 19 June 2018.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ Amjad Parvez (6 October 2017). "Shaukat Ali the indisputable Punjabi folk singer". Daily Times (newspaper). Archived from the original on 25 February 2021. Retrieved 11 July 2019.
  5. "Western culture 'affecting' Indians, Pakistanis". The. Chandigarh, India: Tribune News Service. 12 December 2004. Retrieved 16 November 2017.