ଶୋଭ ସିଂହ (ଚିତ୍ରକର)

ଉଇକିପିଡ଼ିଆ‌ରୁ

ଶୋଭ ସିଂହ
ଜନ୍ମ(1901-11-29)୨୯ ନଭେମ୍ବର ୧୯୦୧
ମୃତ୍ୟୁ୨୨ ଅଗଷ୍ଟ ୧୯୮୬(1986-08-22) (ବୟସ ୮୪)
ବିଭାଗଚିତ୍ରକଳା

ଶୋଭା ସିଂହ (୨୯ ନଭେମ୍ବର ୧୯୦୧- ୨୨ ଅଗଷ୍ଟ ୧୯୮୬)[୧] ଜଣେ ଭାରତୀୟ ପଞ୍ଜାବର ସମସାମୟିକ ଚିତ୍ରକର

ଆରମ୍ଭ ଜୀବନ[ସମ୍ପାଦନା]

ସର୍ଦ୍ଦାର ଶୋଭ ସିଂହ ୨୯ ନଭେମ୍ବର ୧୯୦୧ରେ ପଞ୍ଜାବର ଗୁରଦାସପୁର ଜିଲ୍ଲାର ଶ୍ରୀହରଗୋବିନ୍ଦପୁରଠାରେ ଏକ ରାମଗରିଆ ଶିଖ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା, ଦେବ ସିଂହ, ଭାରତୀୟ ଅଶ୍ୱବାହିନୀରେ ଥିଲେ । ୧୯୪୯ ମସିହାରେ ସେ ହିମାଳୟର ପାଦଦେଶରେ କାଙ୍ଗ୍ରା ଉପତ୍ୟକାରେ ଏକ ଦୁର୍ଗମ ଓ ସେତେବେଳେ ଅତି କମ୍ ଜଣାଶୁଣା hamlet ଆଣ୍ଡ୍ରେଟାରେ ରହି ନିଜର ଚିତ୍ରକର ଜୀବନ ଆରମ୍ଭ କରିଥିଲେ । ଶୋଭ ସିଂହ ଦାର୍ଜି ନାମରେ ବେଶ୍ ଜଣାଶୁଣା ଓ ତାଙ୍କର ପୋଷ୍ୟ କନ୍ୟା ବିବି ଗୁରୁଚରଣ କୌର ଆଣ୍ଡ୍ରେଟାକୁ ଚିତ୍ରକଳା ପ୍ରେମୀଙ୍କ ପାଇଁ ଏକ ପର୍ଯ୍ୟଟନ ସ୍ଥାନରେ ପରିଣତ କରିଥିଲେ । ବର୍ତ୍ତମାନ ଗୁରୁଚରଣ କୌରଙ୍କ ପୁଅ ହୃଦୟ ପଲ୍ ସିଂହ କାଙ୍ଗ୍ରା ଉପତ୍ୟକାର କେନ୍ଦ୍ରାଞ୍ଚଳରେ ଶୋଭ ସିଂହ ଚିତ୍ର ଗ୍ୟାଲେରି ଚଲାଉଛନ୍ତି ।


ଶିକ୍ଷା ଓ ତାଲିମ[ସମ୍ପାଦନା]

୧୫ ବର୍ଷ ବୟସରେ ଶୋଭ ସିଂହ ୧ ବର୍ଷିଆ କଳା ଓ ହସ୍ତ ତନ୍ତ ବିଦ୍ୟା ଶିଖିବା ପାଇଁ ଅମୃତସରରେ ଥିବା ଶିଳ୍ପ ବିଦ୍ୟାଳୟରେ ନାମ ଲେଖାଇଥିଲେ । ସେ ଏକ ନ‌କସାକାରୀ ଭାବେ ବ୍ରିଟିଶ ଭାରତୀୟ ସୈନ୍ୟବାହିନୀରେଯୋଗ ଦେଇଥିଲେ ଓ ବାଗଦାଦ, ମେସୋପୋଟାମିଆରେ କାର୍ଯ୍ୟ କରିଥିଲେ । ୧୯୨୩ରେ ସେ ସୈନ୍ୟବାହିନୀ ଛାଡ଼ି ଦେଇଥିଲେ ଓ ଅମୃତସର ଫେରି ଆସିଥିଲେ, ଯେଉଁଠାରେ ସେ ତାଙ୍କର ଷ୍ଟୁଡ଼ିଓ ଖୋଲିଥିଲେ । ସେହି ବର୍ଷ, ସେ ବିବି ଇନ୍ଦର କୌରଙ୍କୁ ବୈସାଖୀ ଦିନ ବିବାହ କରିଥିଲେ । ସେ ୧୯୨୬ରେ ଅମୃତସର ଓ ଲାହୋର ଏବଂ ୧୯୩୧ରେ ଦିଲ୍ରେଲୀରେ ଥିବା ଷ୍ଟୁଡ଼ିଓରେ କାମ କରିବା ଆରମ୍ଭ କରି ଦେଇଥିଲେ ।

୧୯୪୬ରେ, ସେ ଲାହୋରକୁ ଫେରି ଯାଇଥିଲେ ଓ ଅନାରକଲିଠାରେ ଥିବା ନିଜ ଷ୍ଟୁଡ଼ିଓକୁ ଖୋଲିଥିଲେ ଓ ଦେଶ ବିଭାଜନ ସମୟରେ ସେ ସ‌ହର ଛାଡ଼ିବାକୁ ବଧ୍ୟ ହେଲାବେଳେ ଏକ ଚଳଚ୍ଚିତ୍ରର ଚିତ୍ର ନିର୍ଦ୍ଦେଶକ ଭାବେ କାମ କରୁଥିଲେ ।[୨] ୧୯୪୯ ମସିହାରେ ସେ ପାଲାମ୍ପୁର ନିକଟରେ ଆଣ୍ଡ୍ରେଟାରେ ସ୍ଥାୟୀ ଭାବେ ରହିଥିଲେ ।

ଚିତ୍ରକଳା[ସମ୍ପାଦନା]

ଅମୃତସରରେ ୩୮ ବର୍ଷ ରହଣି ସମୟରେ, ଏସ୍ ଶୋଭ ସିଂହ ମୁଖ୍ୟତଃ ଶିଖ ଗୁରୁ, ସେମାନଙ୍କ ଜୀବନୀ ଓ କାର୍ଯ୍ୟ ବିଷୟରେ ଚିତ୍ର କରିଥିଲେ ।ଶିଖ ଗୁରୁଙ୍କ ଉପରେ ତାଙ୍କ ସିରିଜ ଖୁବ୍ ଉଚ୍ଚମାନର ଥିଲା । ତାଙ୍କ ଚିତ୍ର ଗୁରୁ ନାନ‌କଗୁରୁ ଗୋୱିନ୍ଦ ସିଂହଙ୍କ ସ‌ହ ଜଡ଼ିତ ଥିନା ଲୋକଙ୍କ ମାନସିକତାକୁ ନେଇ ଥିଲା ।

୫୦୦ତମ ଜନ୍ମ ଉତ୍ସବ ଅବସରରେ ୧୯୬୯ରେ ସେ ଗୁରୁ ନାନ‌କଙ୍କ ଉଦ୍ଦେଶ୍ୟରେ କରିଥିବା ଚିତ୍ରଟି ଖୁବ୍ ଉଚ୍ଚକୋଟୀର ଥିଲା । ଶୋଭ୍ ସିଂହ ଅନ୍ୟ ଗୁରୁଙ୍କ ଚିତ୍ର ମଧ୍ୟ ଆଙ୍କିଥିଲେ, ଯଥା: ଗୁରୁ ଅମର ଦାସ, ଗୁରୁ ତେଗ ବାହାଦୁର, ଗୁରୁ ହର କ୍ରିଷ୍ଣନ

ତାଙ୍କର ସୋନୀ ମାହୀୱାଲହୀର ରାଞ୍ଝା ପ୍ରଭୃତି ଚିତ୍ର ମଧ୍ୟ ବ‌ହୁତ ଲୋକପ୍ରିୟ ଥିଲା । ସେ ମଧ୍ୟ ଜାତୀୟ ସଂଗ୍ରାମୀ ଓ ନେତା ଯେପରି: ଷୀଦ ଭଗତ ସିଂହ, କର୍ତ୍ତାର ସିଂହ ସରଭା, ମହାତ୍ମା ଗାନ୍ଧୀ, ଲାଲ୍ ବାହାଦୁର ଶାସ୍ତ୍ରୀ, ପ୍ରଭୃତିଙ୍କ ଚିତ୍ର ଆଙ୍କି ଥିଲେ ।[୩]

ତାଙ୍କର ଚିତ୍ରସବୁ ନୂଆ ଦିଲ୍ଲୀର ଭାରତୀୟ ପାର୍ଲାମେଣ୍ଟର ଚିତ୍ର ଗ୍ୟାଲେରିରେ ଶୋଭା ପୌଛି । ଗୋଟିଏ ପାର୍ଶ୍ୱରେ ଶିଖ ଇତିହାସର ଗୁରୁ ନାନ‌କ, ବଲା, ମର୍ଦାନା ଥିବା ବେଳେ, ଅନ୍ୟ ପାର୍ଶ୍ୱରେ ଧ୍ୟାନରେ ଥିବା ଗୁରୁ ଗୋବିନ୍ଦ ସିଂହଙ୍କ ଚିତ୍ର ରହିଛି । ସେ ମଧ୍ୟ ଏମ୍ ଏସ୍ ରାନ୍ଧ‌ୱା, ପୃଥ୍ୱିରାଜ କପୁର ଓ ନିର୍ମଳା ଚନ୍ଦ୍ରଙ୍କ ସ‌ହ ପଞ୍ଜାବୀ କବି ଅମ୍ରିତା ପ୍ରୀତମଙ୍କ ଅଧାଗଢା ଚିତ୍ର କରିଥିଲେ ।ତାଙ୍କର ଅସଲ ଚିତ୍ର ସବୁ ଅମୃତସରରେ ଥିବା ତାଙ୍କର ଷ୍ଟୁଡ଼ିଓରେ ଅଛି । ସାଧାରଣ ଲୋକେ ମଧ୍ୟ ଆଣ୍ଡ୍ରେଟାରେ ଥିବା ଅଙ୍କର ଚିତ୍ର ସବୁ ଦେଖି ପାରନ୍ତି ।

ସେ ଚଣ୍ଡଗଡରେ ୨୧ ଅଗଷ୍ଟ ୧୯୮୬ରେ ମରି ଯାଇଥିଲେ । ଶୋଭ ସିଂହଙ୍କ ଚିତ୍ର ଗ୍ୟାଲେରି ପାଇଁ ଆଣ୍ଡ୍ରେଟା ପ୍ରସିଦ୍ଧ ହୋଇ ପାରିଥିଲା ।

ପୁରସ୍କାର[ସମ୍ପାଦନା]

ତାଙ୍କୁ ବିଭିନ୍ନ ପ୍ରକାରର ପୁରସ୍କାର ମିଳିଥିଲା । ତା' ମଧ୍ୟରୁ ଅନ୍ୟତମ ୧୯୭୪ରେ ପଞ୍ଜାବ ସରକାରଙ୍କ ତରଫରୁ ମିଳିଥିବା ରାଜ୍ୟ ଚିତ୍ରକର ସମ୍ମାନ ଓ ୧୯୮୩ରେ ଭାରତ ସରକାରଙ୍କ ତରଫରୁ ମିଳିଥିବା ପଦ୍ମଶ୍ରୀ ସମ୍ମାନ ।N[୪] ସେ ପଞ୍ଜାବ ବିଶ୍ୱବିଦ୍ୟାଳୟ, ପଟିଆଲା ଭାଷାରେ ଡିଗ୍ରୀ ସମ୍ମ୍ନ ଲାଭ କରିଥିଲେ ।[୫]

ସୂଚନା ପ୍ରଯୁକ୍ତିବିଦ୍ୟା ଓ ପ୍ରସାରଣ ମନ୍ତ୍ରଳାଳୟ ଶୋଭ ସିଂହଙ୍କ ଜୀବନୀ ଉପରେ ପେଣ୍ଟର ଅଫ୍ ଦି ପିପୁଲ୍ ନାମରେ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲା । ବ୍ରିଟିଶ ପ୍ରସାରଣ କର୍ପୋରେସନ୍ ମଧ୍ୟ ୧୯୮୪ରେ ଏକ ପ୍ରମାଣସିଦ୍ଧ ଚଳଚ୍ଚିତ୍ର ନିର୍ମାଣ କରିଥିଲା ।୨୦୦୧ରେ ଭାରତ ସରକାର ତାଙ୍କ ସମ୍ମାନରେ ଏକ ଡାକ ଟିକେଟ ପ୍ରଚଳନ କରିଥିଲେ ।[୬]

ଆଧାର[ସମ୍ପାଦନା]

  1. ਰਛਪਾਲ ਸਿੰਘ ਗਿੱਲ (2004). ਪੰਜਾਬ ਕੋਸ਼ ਜਿਲਦ ਪਹਿਲੀ. ਭਾਸ਼ਾ ਵਿਭਾਗ ਪੰਜਾਬ. p. 430.
  2. "S. Sobha Singh Artist". Archived from the original on 3 ମାର୍ଚ୍ଚ 2016. Retrieved 3 ଅଗଷ୍ଟ 2016.
  3. "Sardar Shoba Singh |". Archived from the original on 4 ମାର୍ଚ୍ଚ 2016. Retrieved 3 ଅଗଷ୍ଟ 2016.
  4. "The Government Museum and Art Gallery Chandigarh, India". Archived from the original on 3 ଅପ୍ରେଲ 2007. Retrieved 3 ଅଗଷ୍ଟ 2016.
  5. The Sunday Tribune – Spectrum
  6. The Tribune, Chandigarh, India – Himachal Pradesh