ହୀର ରାଞ୍ଝା

ଉଇକିପିଡ଼ିଆ ରୁ
Jump to navigation Jump to search

ହୀର-ରାଞ୍ଝା (पंजाबी भाषा: ہیر رانجھا, ਹੀਰ ਰਾਂਝਾ) ପଞ୍ଜାବର ଚାରି ପ୍ରସିଦ୍ଧ "ପ୍ରେମ-କଥା" ମାନଙ୍କ ମଧ୍ୟରେ ଗୋଟେ ଅଟେ । ଏହା ଛଡା ମିର୍ଜା-ସାହିବା , ସସୀ-ପୂଂନ୍ନୁ ଏବଂ ସୋହନୀ- ମହୀବାଲ ବାକି ତିନିଜଣ ଅଟନ୍ତି । ଏହି କଥାର କିଛି ବର୍ଣ୍ଣନା ଲେଖା ହୋଇଛି କିନ୍ତୁ ସବୁଠାରୁ ପ୍ରସିଦ୍ଧ "ବାବା ବାରିସ ଶାହା"ଙ୍କ ଗାଥା ହିର-ରାଞ୍ଝା ଅଟେ । ଦାମୋଦର ଦାସ ଅରୋଡା , ମୁକବାଜ ଏବଂ ଅହମଦ ଗୁଜ୍ଜର ମଧ୍ୟ ଏହାର ନିଜ ରୂପ-ରୂପାନ୍ତର ଲେଖିଛନ୍ତି । ହୀର-ରାଞ୍ଝା ପଞ୍ଜାବ (ବର୍ତ୍ତମାନର ପାକିସ୍ଥାନ)ର ଏକ ପ୍ରସିଦ୍ଧ ଦୁଃଖ , ପ୍ରେମ କାହାଣୀ ଅଟେ । [୧]

ଏହି କାହାଣୀ ବର୍ତ୍ତମାନ ପାକିସ୍ଥାନର ବହୁ ଲୋକପ୍ରିୟ କାହାଣୀ ରୂପେ ଖ୍ୟାତି ଅର୍ଜନ କରିପାରିଛି । ବହୁ ଯୁବକ-ଯୁବତୀ ଯେଉଁମାନେ ଏହି ପ୍ରଣୟୀ ପ୍ରେମରେ ପଡିଛନ୍ତି , ସେମାନେ ମଧ୍ୟ ଏହିପରି ସମାନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । [୨] କିଛି ଲୋକ ବହୁ ବର୍ଷର ବାସ୍ତବ ହୀର-ରାଞ୍ଝାର ପ୍ରେମ କାହାଣୀ ଉପରେ ବିଶ୍ୱାସ କରନ୍ତି । ସେମାନେ କୁହନ୍ତି ଯେ , ହୀର-ରାଞ୍ଝାଙ୍କ ଦେହାନ୍ତ ହେବା ପରେ ଉଭୟଙ୍କୁ ପଞ୍ଜାବି (ପାକିସ୍ଥାନ)ର "ଝାଙ୍ଗ"ରେ ଶବ କବର ଦିଆଯାଇଥିଲା । [୩] କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ପ୍ରକୃତ ପ୍ରମାଣ ମିଳି ପାରିନାହିଁ ।

ଝାଙ୍ଗ ସହରରେ ହୀର-ରାଞ୍ଝାଙ୍କ କବର ସ୍ଥାନ

କାହାଣୀର ସାରକଥା[ସମ୍ପାଦନା]

ଏହି କାହାଣୀ ଦୁଇ ପ୍ରେମୀ ଯୁଗଳଙ୍କ ସମ୍ପର୍କରେ ବର୍ଣ୍ଣିତ । "ହୀର" ପଞ୍ଜାବର ଝାଙ୍ଗ ସହରର ସିୟାଳ ଉପଜାତି ସମ୍ପ୍ରଦାୟ ଧନୀ ପରିବାରରେ ଜନ୍ମ ଲାଭ କରିଥିବା ଏକ ସୁନ୍ଦରୀ କନ୍ୟା ଥିଲେ । "ରାଞ୍ଝା" ଚନାବ ନଦୀ କୂଳରେ "ତଖ୍ୱତ ହଜାରା" ନାମକ ଗ୍ରାମର ଏକ କୃଷକ ଉପଜାତି ପରିବାରର ଚାରି ପୁତ୍ରମାନଙ୍କ ମଧ୍ୟରେ ସବୁଠାରୁ ଛୋଟ ପୁତ୍ର ଥିଲେ । ସେ ତାଙ୍କ ପିତାଙ୍କର ସବୁଠାରୁ ପ୍ରିୟ ପୁତ୍ର ଥିଲେ ; ସେଥିପାଇଁ ଯେଉଁଠାରେ ତାଙ୍କ ଭାଈମାନେ କ୍ଷେତରେ ପରିଶ୍ରମ କରୁଥିଲେ , ରାଞ୍ଝା ବଂଶୀ (ପଞ୍ଜାବୀରେ 'ବଞ୍ଜଳୀ') ବଜାଇ ଆରାମରେ ଜୀବନ ନିର୍ବାହ କରୁଥିଲେ । ରାଞ୍ଝାଙ୍କୁ ପିଲାବେଳୁ ହିଁ ସୁନ୍ଦରତା ପସନ୍ଦ ଥିଲା । ସେ ନିଜ ପାଇଁ ସ୍ୱପ୍ନରେ ହିଁ ଜଣେ ହସିନାର ରୂପ ଚିତ୍ର ଗଢି ଦେଇଥିଲେ । ୧୨ ବର୍ଷ ବୟସରେ ପିତାଙ୍କର ସାୟା ରାଞ୍ଝାଙ୍କ ମୁଣ୍ଡରୁ ଉଠି ଯାଇଥିଲା । ତାଙ୍କର ଭାଉଜମାନେ ତାଙ୍କୁ ଖାଇବାକୁ ଦେବାପାଇଁ ମନ କରିଦେଲେ । ନିଜ ଭାଈ ମାନଙ୍କ ଠାରୁ ଅଲଗା ହେବା ପରେ ସବୁଦିନ ଏକ ଗଛ ତଳେ ବସି ରହୁଥିଲେ ଏବଂ ନିଜ ସ୍ୱପ୍ନର ରାଣୀ ବିଷୟରେ ଭାବୁଥିଲେ । ଦିନେ ଜଣେ ପୀର୍ ବାବା ପଚାରିଲେ କି- ତୁମେ ଏତେ ଦୁଃଖୀ କାହିଁକି ଅଛ? ସେହି ସମୟରେ ରାଞ୍ଝା ପୀରଙ୍କୁ ନିଜଦ୍ୱାରା ରଚିତ ପ୍ରେମ ଗୀତ ଶୁଣାଇ ଥିଲେ, ଯେଉଁଥିରେ ସ୍ୱପ୍ନ ରାଣୀର କଥା ଉଲ୍ଲେଖ ଥିଲା । ପୀର୍ କହିଥିଲେ ଯେ- ତୁମ ସ୍ୱପ୍ନର ରାଣୀ ହୀରଙ୍କ ଛଡ଼ା ଆଉ କେହି ମଧ୍ୟ ହୋଇପାରିବେ ନାହିଁ । ଏହା ଶୁଣି ରାଞ୍ଝା ନିଜ ଗ୍ରାମ ଛାଡ଼ି ହୀରଙ୍କୁ ଖୋଜିବାକୁ ବାହାରି ଗଲେ ଏବଂ ଚାଲି-ଚାଲି "ହୀର"ଙ୍କ ଗ୍ରାମରେ ପହଞ୍ଚିଗଲେ । ହୀର ବହୁତ ଦୃଢ ଶକ୍ତି ବୁଦ୍ଧି ବିଶିଷ୍ଟ ଝିଅ ଥିଲେ । ଦିନେ ରାତ୍ରି କାଳରେ ରାଞ୍ଝା "ହୀର"ଙ୍କ ନାବରେ ଲୁଚି ଶୋଇ ପଡ଼ିଥିଲେ । ଏହା ଦେଖି ହୀର ପୁରା ରାଗି ଯାଇଥିଲେ , କିନ୍ତୁ ଯେତେବେଳେ ହୀର ଜଣେ ଯବାନ ପୁରୁଷଙ୍କୁ ଦେଖିଲେ ସେତେବେଳେ ନିଜ ରାଗକୁ ଭୁଲି ଗଲେ ଏବଂ ରାଞ୍ଝାଙ୍କୁ ଦେଖି ରହିଗଲେ । ତା'ପରେ ରାଞ୍ଝା ନିଜ ସ୍ୱପ୍ନ କଥା ହୀରଙ୍କୁ ଜଣେଇ ଥିଲେ । ରାଞ୍ଝାଙ୍କ ଉପରେ ଆକୃଷ୍ଟ ହୀର ତାଙ୍କୁ ନିଜ ଘରକୁ ନେଇଗଲେ ।ସେଠାରେ ତାଙ୍କୁ ମଧ୍ୟ ହୀରଙ୍କ ସହ ପ୍ରେମ ହୋଇଗଲା । ହୀର ତାଙ୍କୁ ପିତାଙ୍କର ଗାଈ-ମଇଁଷି ଚରାଇବାର କାମ ଦେଲେ । ରାଞ୍ଝାଙ୍କ ବଂଶୀ ବାଦନ ଶୁଣି ହିର ମୁଗ୍ଧ ହୋଇଗଲେ ଏବଂ ତାଙ୍କୁ ମଧ୍ୟ ଭଲପାଇ ବସିଲେ । ସେମାନେ ଦୁହେଁ ଦୁହିଁଙ୍କୁ ଲୁଚି-ଲୁଚି ଦେଖା କରିବାକୁ ଲାଗିଲେ । ଗୋଟେ ଦିନ ହିରଙ୍କ ଦାଦା , ସମ୍ପର୍କୀୟ ଦେଖିଦେଲେ ଏବଂ ତାଙ୍କ ପିତା (ଚୂଚକ) ଓ ମାତା (ମଲକୀ) ଜବରଦସ୍ତୀ ହିରଙ୍କ ବିବାହ ଜଣେ "ସୌଦା ଖେଦା" ନାମକ ବ୍ୟକ୍ତିଙ୍କ ସହ କରିଦେଲେ ।

ରାଞ୍ଝାଙ୍କ ହୃଦୟ ଭାଙ୍ଗିପଡ଼େ ଏବଂ ସେ ଯୋଗ ଶିକ୍ଷା କରିବା ପାଇଁ "ବାବା ଗୋରଖନାଥ"ଙ୍କ ଡେରେ , ଟିଲ୍ଲା ଯୋଗିୟାଁକୁ ପଳେଇଲେ ।

ଦିଲ୍ଲୀ ଜୋଗିୟାଁ ପାହାଡ , ଯେଉଁଠାକୁ ରାଞ୍ଝା "ବାବା ଗୋରଖନାଥ"ଙ୍କ ପାଖକୁ ଯୋଗ ଶିକ୍ଷା କରିବା ପାଇଁ ଆସିଥିଲେ ।

ଗୋରଖନାଥଙ୍କ ଚେଲାମାନେ ନିଜ କାନ ଛେଦନ କରି ବାଳି ପିନ୍ଧିବା କାରଣରୁ ତାଙ୍କୁ କାନଫଟେ କୁହାଯାଉଥିଲା । ରାଞ୍ଝା ମଧ୍ୟ କାନ ଛେଦନ କରି "ଅଲେଖ ନିରଞ୍ଜନ"ର ଜପ କରି ପୁରା ପଞ୍ଜାବରେ ବୁଲିବାକୁ ଲାଗିଲେ । ଶେଷରେ ଗୋଟେ ଦିନ ସେ ହୀରଙ୍କ ଶଶୁର ଘର ଗ୍ରାମରେ ପହଞ୍ଚି ଗଲେ । ହୀର-ରାଞ୍ଝା ଦୁହେଁ ହିରଙ୍କ ଗ୍ରାମ ପଳେଇଆସିଲେ ଯେଉଁଠାରେ ହିରଙ୍କ ମାତା-ପିତା ସେମାନଙ୍କୁ ବିବାହ କରିବା ପାଇଁ ମଞ୍ଜୁରୀ ଦେଇଦେଲେ । କିନ୍ତୁ ହୀରଙ୍କ ଦାଦା ଫୌଦୋ ସେମାନଙ୍କୁ ଖୁସିରେ ଦେଖି ଜଳୁଥିଲେ । ବାହାଘର ଦିନ ହୀରଙ୍କ ଦାଦା , ହୀରଙ୍କ ଖାଦ୍ୟରେ ବିଷ ମିଶାଇଦେଲେ । ଏହି ଖବର ଶୁଣି ରାଞ୍ଝା ହୀରଙ୍କୁ ବଞ୍ଚେଇବା ପାଇଁ ଦୌଡ଼ି ଆସିଲେ କିନ୍ତୁ ବହୁତ ଡେରି ହୋଇସାରିଥିଲା । ରାଞ୍ଝା ଏହି ଦୁଃଖକୁ ବରଦାସ୍ତ କରି ନ ପରି ସେହି ବିଷାକ୍ତ ମିଠାକୁ ଖାଇଦେଲେ ଏବଂ ହିରଙ୍କ ପାଖରେ ନିଜ ଶେଷ ଜୀବନ ତ୍ୟାଗ କଲେ । ତାଙ୍କୁ ହିରଙ୍କ ଶହର , ଝାଙ୍ଗରେ ପୋତା ଯାଇଥିଲା ଏବଂ ସବୁ ଆଡୁ ଲୋକମାନେ ତାଙ୍କ ଶ୍ରଦ୍ଧାଲିପି ଥିବା ସମାଧି ଫଳକ ପାଖକୁ ଆସି ତାଙ୍କୁ ବହୁ ମନେ ପକାଇଥା'ନ୍ତି । [୪]

ହୀର-ରାଞ୍ଝାଙ୍କ ଶ୍ରଦ୍ଧାଲିପି ଥିବା ସମାଧି ଫଳକ

ଏହି ପରି ଖୁଦା ଦୁଇ ସତ୍ୟ ପ୍ରେମୀ ଯୁଗଳଙ୍କୁ ମିଳାଇ ଥିଲେ, କିନ୍ତୁ ଦୁନିଆ ସେମାନଙ୍କର ହତ୍ୟା କରିଦେଲା । ଆଜି ପର୍ଯ୍ୟନ୍ତ ପ୍ରେମୀ ମାନଙ୍କ ସହିତ ଦୁନିଆର ଲୋକମାନେ ଏହିପରି ଦୁଷ୍କର୍ମ କରିଆସୁଛନ୍ତି । ଜଣା ନାହିଁ ଏହାର ଅନ୍ତ କେବେ ହେବ ।

ଏହି ଦୁନିଆରେ ସମସ୍ତଙ୍କୁ ଦିନେ ନା ଦିନେ ମରିବାକୁ ହେବ । ସମସ୍ତ ପିଲାବେଳରୁ ବୃଦ୍ଧା ଅବସ୍ଥା ପର୍ଯ୍ୟନ୍ତ ଜୀବନ ନିର୍ବାହ କରିଥାନ୍ତି ଏବଂ ମୃତ୍ୟୁବରଣ କରିଥାନ୍ତି । କିନ୍ତୁ ହୀର ରାଞ୍ଝାର ମୃତ୍ୟୁ ସାଧାରଣ ନଥିଲା । ଦୁନିଆ ଶେଷ ହୋଇଯିବ କିନ୍ତୁ ହୀର ରାଞ୍ଝାର ପ୍ରକୃତ ପ୍ରେମ କାହାଣୀ ସବୁଦିନ ପାଇଁ ବଞ୍ଚିଥିବ ।

ଦୃଷ୍ଟାନ୍ତ[ସମ୍ପାଦନା]

ଈଶ୍ୱରଙ୍କ ପାଖରେ ପ୍ରାର୍ଥନା ଆରମ୍ଭରୁ , [୫] ଏହିପରି ଏକ ପାଠାନ୍ତର ଦିଆଯାଇଥିଲା
(ପଞ୍ଜାବର ଆର୍.ସି. ମନ୍ଦିରର ଏକ କିମ୍ବଦନ୍ତୀ , ରୁପା ଏବଂ କମ୍ପାନୀ , ଦୁଇ ଗ୍ରନ୍ଥଖଣ୍ଡ , ପୃଷ୍ଠା ୬୦୬) ରାଗ ହୀର-ରାଞ୍ଝା
 :

ଅୱାଲ-ଆଖିର ନାମ ଆଲ୍ଲା ଦ ଲେନା , ଦୁଜା ଦସ ମହମ୍ମଦ ମିରାନ

ତିଜା ନୌନ ମତ ପିତା ଡ଼ ଲେନା , ଉନ୍ହା ଦ ଚୁଙ୍ଗା ଦୁଧ୍ ସରିରାନ
ଚଉଥା ନୌନ ଆନ ପାଣି ଦ ଲେନା , ଜିସ ଖାଭେ ମାନ ବନ୍ହେ ଧିରନ
ପଞ୍ଚମାନ ନୌନ ଧରତି ମାତା ଦ ଲେନା , ଜିସ ପର କଦମ ତାକିମାନ
ଛେୱାନ ନୌନ ଖ୍ୱଜା ପୀର ଦ ଲେନା , ଝୁଲ ପିଲାଭେ ଥଣ୍ଡେ ନିରାନ
ସତୱାନ ନୌନ ଗୁରୁ ଗୋରଖନାଥ ଦେ ଲେନା , ପତଲ ପୂଜା ଭୋଜନ
ଆଠୱାନ ନୌନ ଲାଲାନୱାଲେ ଦ ଲେନା , ବନ୍ଦେ ବନ୍ଦେ ଦେ ତବକ ଜ଼ାଞ୍ଜିରାନ



ପ୍ରଥମ ଆଲ୍ଲାଙ୍କ ନାମ ଏବଂ ଦ୍ୱିତୀୟ ପ୍ରଧାନ ମହମ୍ମଦ , (ଭଗବାନ)ଙ୍କର ଅର୍ଧପ୍ରବର୍ତ୍ତକ
ତୃତୀୟ , ପିତା ଏବଂ ମାତାଙ୍କ ନାମ , ଯାହାଙ୍କ ରକ୍ତ , କ୍ଷୀର ମୋ ଶରୀରରେ ଉନ୍ନତି କରିଥିଲା ।
ଚତୁର୍ଥ , ରୁଟି ଏବଂ ପାଣିର ନାମ ନିଅ , ଯାହାକୁ ଖାଇବାଦ୍ୱାରା ମୋ ହୃଦୟ ଆନନ୍ଦିତ ହୋଇଥିଲା ।
ପଞ୍ଚମ , ମାତୃଭୂମିର ନାମ ନିଅ , ଯେଉଁଠାରେ ମୁଁ ମୋ ସ୍ଥାନ ପାଇଁ ଉପଯୋଗ ଥିଲି ।
ଷଷ୍ଠ , ଖୱାଜ (ଖିଜ଼ର , ସିଦ୍ଧିପୁରୁଷ) , ଯିଏ ମୋତେ ପିଇବା ପାଇଁ ଥଣ୍ଡା ପାନୀୟ ଦେଇଥିଲେ ।
ସପ୍ତମରେ , ଗୁରୁ ଗୋରଖନାଥଙ୍କ ନାମ ନିଅ , ଯିଏ ଖାଦ୍ୟ ପାଇଁ ବଡ ଥାଳିରେ ଥିବା କ୍ଷୀର ଏବଂ ଭାତକୁ ଉପାସନା କରୁଥିଲେ ।
ଅଷ୍ଟମରେ , ଲାଲାନୱାଲାଙ୍କ ନାମ ନିଅ , ଯିଏ ଶିକୁଳିରେ ଆବଦ୍ଧ ବ୍ୟକ୍ତି ଓ ପଶୁଙ୍କ ବନ୍ଧନକୁ ଭାଙ୍ଗିଥିଲେ ।

କାହାଣୀର ଭିନ୍ନ ରୂପ[ସମ୍ପାଦନା]

Luddan ferries Ranjha across the Chenab.jpg

ଦାମୋଦର କବି , ଅକବରଙ୍କ ରାଜ୍ୟକଳାରେ ବଞ୍ଚିଲେ ଏବଂ ନିଜକୁ ହୀରଙ୍କ ପିତା "ଚୂଚକ"ଙ୍କ ମିତ୍ର ବୋଲି କୁହନ୍ତି ; ସେ ନିଜ ମତ ଦିଅନ୍ତି ଯେ , ଏସବୁ ମୋର ଆଖିରେ ଦେଖିଥିବା ଘଟଣା ଅଟେ । ଦାମୋଦରଙ୍କର (ଖ୍ରୀଷ୍ଟପୂର୍ବ ୧୫୭୨) ପରେ ପଞ୍ଜାବୀ ସାହିତ୍ୟରେ ପାଖାପାଖି ୩୦ ଗାଥା "ହୀର" କିମ୍ବା "ହୀର-ରାଞ୍ଝା" ନାମରେ ଉପଲବ୍ଧ ହୋଇଛି ; ଯେଉଁଥିରେ , ଗୁରଦାସ (୧୬୦୭) , ଅହମଦ ଗୁଜ୍ଜର (୧୭୯୨) , ଗୁରୁ ଗୋବିନ୍ଦସିଂ (୧୭୦୦) , ମିୟାଁ ଚିରାଗ ଅବାନ (୧୭୧୦) , ମୁକବଲ (୧୭୫୫) , ବାରିସ ଶାହା (୧୭୭୫) , ହାମିଦଶାହା (୧୮୦୫) , ହାଶିମ , ଅହମଦୟାର , ପୀର ମୁହମ୍ମଦ ବସ୍ୱଶ , ଫଜଲଶାହ , ମୌଲାଶାହା , ଭଗବାନ ସିଂହ , କିଶନ ସିଂହ ଆରିଫ (୧୮୮୯) , ସନ୍ଥ ହଜାରାସିଂହ (୧୮୯୪) ଏବଂ ଗୋକୁଳଚନ୍ଦ ଶର୍ମାଙ୍କ ଗାଥା ସର୍ବ ବିଦିତ ରହିଛି , କିନ୍ତୁ ଯାହା ପ୍ରସିଦ୍ଧ ବାରିସଶାହଙ୍କ କୃତିରେ ଯାହା ପ୍ରାପ୍ତ ହୋଇଥିଲା ତାହା ଅନ୍ୟ କୌଣସି କବିଙ୍କୁ ମିଳିପାରିନାହିଁ । ନାଟକୀୟ ଭାଷା , ଅଳଙ୍କାର ଏବଂ ଅନ୍ୟେକ୍ତିୟଂଙ୍କ ନବୀନତା , ଅନୁଭୁତିର ବିସ୍ତୃତି , ଆଚାର ବ୍ୟବହାରର ଆଦର୍ଶବାଦିତା , ଇଷ୍କ ମଜାଜରେ ଇଷ୍କର ବ୍ୟାଖ୍ୟା , ବର୍ଣ୍ଣନା ଏବଂ ଭାବ ଇତ୍ୟାଦି ଏହି ଗାଥାର ଅନେକ ବିଶେଷତା ରହିଛି । ଏଥିରେ ଛନ୍ଦର ପ୍ରୟୋଗ ଅତ୍ୟନ୍ତ ସଫଳତାପୂର୍ବକ ହୋଇଛି । ଗ୍ରାମୀଣ ଜୀବନର ଚିତ୍ରଣ , ଦୃଶ୍ୟବର୍ଣ୍ଣନା , କଳ୍ପନା ଏବଂ ସହିତ୍ୟିକତାର ଦୃଷ୍ଟିରେ ମୁକାବଲର "ହୀର-ରାଞ୍ଝା" ବାରିସର "ହୀର"ଙ୍କର ସମକକ୍ଷ ବୋଲି ଗ୍ରହଣ କରାଯାଇପାରେ ।

ଆଧାର[ସମ୍ପାଦନା]

  1. A. Tahir, 'Punjabi Folk tales' Lahore, 1992
  2. Dr ST Mirza 'Resistance themes in Punjabi Literature' Lahore, 1991.
  3. Mirza
  4. The legends of the Panjab, Volume 2, Sir Richard Carnac Temple, Education Society's Press, 1884, ... Jis banjâre nûṅ ghâṭâ â gîâ, so banjârâ roveṅ, Chelâ ban chalâṅ Gorakh Nâth dâ, Chaudhar Takht Hazâre dî khoveṅ ...
  5. In Waris Shah's version there is an added invocation to the famous Panj peer or five saints

ବାହାର ଲିଙ୍କ[ସମ୍ପାଦନା]