Jump to content

ଶୋଭନା

ଉଇକିପିଡ଼ିଆ‌ରୁ
ଶୋଭନା
ଜନ୍ମ
ଶୋଭନା ଚନ୍ଦ୍ରମୁଖୀ ପିଲ୍ଲାଇ

୨୧ ମାର୍ଚ୍ଚ ୧୯୭୦ [୧][୨]
ତିରୁବନନ୍ତପୁରମ (Thiruvananthapuram), କେରଳ , ଭାରତ
ପେଷାs
କାର୍ଯ୍ୟକାଳ୧୯୮୦–ବର୍ତ୍ତମାନ
Children୧
ସମ୍ପର୍କୀୟ
  • ଟ୍ରାଭାଙ୍କୋର/ ତ୍ରିବାନ୍ଦ୍ରମ ଭଉଣୀମାନେ (Travancore sisters)
  • ସୁକୁମାରୀ (Sukumari) (Aunt)
  • ବିନୀତ (Vineeth) (Cousin)
  • ଅମ୍ବିକା ସୁକୁମାରନ (Ambika Sukumaran)
  • କୃଷ୍ଣ (Krishna) (Nephew)
ପୁରସ୍କାରପଦ୍ମଶ୍ରୀ (୨୦୦୬)
ୱେବ୍‌ସାଇଟ୍www.shobana.info

ଶୋଭନା ଚନ୍ଦ୍ରକୁମାର ପିଲ୍ଲାଇ (ଇଂରାଜୀ ଭାଷାରେ Shobana Chandrakumar Pillai (ଜନ୍ମ ୨୧ ମାର୍ଚ୍ଚ ୧୯୭୦), ଏକ‌କ ନାମ (mononymously) ଶୋଭନା ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ଓ ଭାରତନାଟ୍ୟମ ନର୍ତ୍ତକୀ । ପ୍ରାୟ ୨୩୦ଟି ଚଳଚ୍ଚିତ୍ର ବିଶେଷତଃ ମଲୟାଲମ (Malayalam) ଭାଷା, ତେଲୁଗୁ , ତାମିଲ , ହିନ୍ଦୀ, କନ୍ନଡ଼ ଓ ଇଂରାଜୀ ଭାଷାରେ ସେ ଅଭିନୟ କରିଛନ୍ତି । ଦୁଇ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର (National Film Awards), ଥରେ କେରଳ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (Kerala State Film Awards) ଓ ଅନ୍ୟାନ୍ୟ ଅନେକ ପୁରସ୍କାର ପାଇଛନ୍ତି । [୩][୪][୫]

୧୯୮୦ ଓ ୧୯୯୦ ଦଶକରେ ଶୋଭନା‌ ନିଜକୁ ଏକ ଆଗ ଧାଡ଼ିର ଅଭିନେତ୍ରୀ ଭାବରେ ସିଦ୍ଧ କରିଥଲେ । ଅଦୂର ଗୋପାଲକୃଷ୍ଣନ , ଜି ଅରବିନ୍ଦନ, କେ ବାଲଚନ୍ଦ୍ରନ, ଫଜିଲ , ମଣି ରତ୍ନମ୍, ଭାରତନ, ଉପ୍ପଲପତି ନାରାୟନ ରାଓ ଓ ପ୍ରିୟଦର୍ଶନ ଭଳି ନିର୍ଦ୍ଦେଶକଙ୍କ ସ‌ହିତ କାମ କରିଛନ୍ତି । ସେ ଦୁଇ ଥର ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ଓ ସେମାନଙ୍କ ନାମ ଯଥାକ୍ରମେ ମଲୟାଲମର ମଣିଚିତ୍ରଥାଜୁ (Manichitrathazhu ୧୯୯୩) ଓ ଇଂରାଜୀ ଚଳଚ୍ଚିତ୍ର ମିତ୍ର, ମାଇ ଫ୍ରେଣ୍ଡ (Mitr (2001) । ଅବଶେଷରେ ସନ ୧୯୯୯ଠାରୁ ସେ ତାଙ୍କର ଚଳଚ୍ଚିତ୍ରକୁ ବ‌ହୁତ ଭାବିଚିନ୍ତି ଚ‌ୟନ କରନ୍ତି । [୬][୭][୮][୯]

ଚିତ୍ରା ବିଶ୍ୱେଶ୍ୱରନ Chitra Visweswaran ଓ ପଦ୍ମା ସୁବ୍ରମନିଅମ en:Padma Subrahmanyam ଭଳି ଭାରତ ନାଟ୍ୟମ ନର୍ତ୍ତକୀମାନଙ୍କଠାରୁ ଶୋଭନା ନୃତ୍ୟ ଶିକ୍ଷା କରିଥିଲେ । ଏହା ପରେ ସେ ସ୍ୱତନ୍ତ୍ର ଭାବରେ ନିଜ କଳା ଓ ନୃତ୍ୟ ପ୍ରଦର୍ଶନ କରିଥିଲେ ଓ ଚେନଇରେ (Chennai) କଳାର୍ପଣ ନାମକ ଏକ ନୃତ୍ୟ ବିଦ୍ୟାଳୟ ସ୍ଥାପନ କରିଥିଲେ ।[୬] ସନ ୨୦୦୬ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେଇ ସମ୍ମାନିତ କରିଥିଲେ ।[୧୦][୧୧] ସନ ୨୦୧୪ରେ କେରଳ ସରକାର ତାଙ୍କୁ କଳା ରତ୍ନ ପୁରସ୍କାର ଦେଇଥିଲେ । ସନ ୨୦୧୯ରେ ଡ: ଏମଜିଆର ଏଜୁକେସନାଲ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (Dr. M.G.R. Educational and Research Institute) ତାଙ୍କୁ ଅନରାରୀ ଡକ୍ଟରେଟ (honorary doctorate) ଦେଇ ସମ୍ମାନିତ କରିଥିଲେ ।[୧୨]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

କୋଏମ୍ବାଟୁରସ୍ଥିତ ସେଣ୍ଟ ଥୋମାସ ସେକେଣ୍ଡାରୀ ସ୍କୁଲରେ ସେ ତାଙ୍କର ଶିକ୍ଷା ଆରମ୍ଭ କରିଥିଲେ । ଟ୍ରାଭାଙ୍କୋର ଭଉଣୀ ନାମରେ ପରିଚିତ ଓ ଭାରତୀୟ ଶାସ୍ତ୍ରୀୟ ନର୍ତ୍ତକୀ ତ‌ଥା ଅଭିନେତ୍ରୀ ହୋଇଥିବା ଲ‌ଲିତା (Lalitha), ପଦ୍ମିନୀ (Padmini) ଓ ରାଗିଣୀଙ୍କର (Ragini) ସେ ଝିଆରୀ ଥିଲେ ।[୧୩] ଅଭିନେତ୍ରୀ ସୁକୁମାରୀ (Sukumari) ତାଙ୍କର ପିଇସୀ ଥିଲେ । ମଲୟାଲମ ଅଭିନେତ୍ରୀ ଅମ୍ବିକା ସୁକୁମାରନ ତାଙ୍କର ସମ୍ପର୍କୀୟ ଥିଲେ । ବିନୀତ ଓ କୃଷ୍ଣା ମଧ୍ୟ ସମ୍ପର୍କୀୟ ଥିଲେ ।[୧୪] ଅନନ୍ତନାରାୟଣୀଙ୍କର ଶୋଭନା ପୋଷ୍ୟ କନ୍ୟା ଥିଲେ । [୧୫][୧୬]

ଜୀବିକା

[ସମ୍ପାଦନା]

ଚଳଚ୍ଚିତ୍ର ଜୀବିକା

[ସମ୍ପାଦନା]
Shobana in a dance programme

ବଲିଉଡ଼ ଚଳଚ୍ଚିତ୍ର ଅମର ପ୍ରେମରେ (୧୯୭୨) ଶୋଭନା‌ ଶିଶୁ କଳାକାର ଭାବରେ ପ୍ରଥମ ପ୍ରବେଶ କରିଥିଲେ ।[୧୭] ନିର୍ଦ୍ଦେଶକ ବାଲାଚନ୍ଦ୍ର ମେନନ (Balachandra Menon) ଚଳଚ୍ଚିତ୍ର ଏପ୍ରିଲ ୧୮ରେ ଯୁବାବସ୍ଥା ପ୍ରାପ୍ତ ଶୋଭନାଙ୍କୁ ପୁନଃପ୍ରବେଶର ସୁଯୋଗ ଦେଇଥିଲେ । ଦର୍ଶକମାନେ ଜଣେ ସରଳ ପଡ଼ୋଶୀ ଭୂମିକା ନିର୍ବାହ କରିଥିବା ଶୋଭନାଙ୍କୁ ବ‌ହୁତ ପସନ୍ଦ କରିଥିଲେ ଓ ତା'ପରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେହି ବର୍ଷ ଏସ.ପି. ମୁଥୁରମନ (SP Muthuraman) ନିର୍ଦ୍ଦେଶନାରେ ତିଆରି ହୋଇଥିବା ତାମିଲ ଚଳଚ୍ଚିତ୍ର ଏନାକୁଲ ଓରୁବନରେ ଅଭିନୟ କରିଥିଲେ ।[୭] ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ଭାବରେ ନ ଚାଲିବାରୁ ଶୋଭନା ମଲୟାଲମ ସିନେମା ଜଗତକୁ ଫେରିଗଲେ । ସେ ସମୟ ସମୟରେ ତାମିଲ ସିନେମାରେ ଅଭିନୟ କରିବାକୁ ଆସିଥିଲେ ଯେଉଁଥିରେ ସାଧାରଣତଃ ଏକ ଗାଉଁଲି ଯୁବକ ପ୍ରତି ସେ ଏକ ସ‌ହରୀ ଗର୍ବୀ ଝିଅ ହୋଇ ମଧ୍ୟ ଆକର୍ଷିତ ହୋଇଥିବା ଭୂମିକାରେ ଦେଖାଦେଇଥିଲେ ।[୧୮]

ସନ ୧୯୯୪ରେ ଏ.ଏମ.ଫଜିଲଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ମଣିଚିତ୍ରଥାଜୁ' (Manichitrathazhu) ଚଳଚ୍ଚିତ୍ରରେ ଅଭିନୟ କରିଥିବା ଶୋଭନା ସର୍ବୋତ୍ତମ ଅଭିନେତ୍ରୀ ଭାବରେ ଜାତୀୟ ଫିଲ୍ମ ପୁରସ୍କାର (National Film Award for Best Actress) ଜିତିଥିଲେ । ତାଙ୍କ ଅଭିନିତ ଗଙ୍ଗା ଓ ଅନ୍ୟ ଏକ ସ୍ୱରୂପ- ନାଗାବଲି ଭୂମିକାରେ ଅଭିନୟକୁ ସମାଲୋଚକମାନେ 'ମନ୍ତ୍ରମୁଗଧ' ଭୂମିକା କ‌ହି ବ‌ହୁତ ପସନ୍ଦ କରଥିଲେ । [୧୯] ଦ୍ୱିତୀୟ ଥର ନିମନ୍ତେ ସେ ସର୍ବୋତ୍ତମ ଅଭିନେତ୍ରୀ ଭାବରେ ଜାତୀୟ ଫିଲ୍ମ ପୁରସ୍କାର ପାଇଥିବା ସିନେମାର ନାମ ମିତ୍ର ମାଇଁ ଫ୍ରେଣ୍ଡ ଥିଲା ଯାହାକୁ ରେବତୀ ନିର୍ଦ୍ଦେଶନା ଦେଇଥିଲେ । ଏହା ପରେ ସେ ତାଙ୍କର ଚଳଚ୍ଚିତ୍ରକୁ ବ‌ହୁତ ଭାବିଚିନ୍ତି ଚ‌ୟନ କରନ୍ତି । [୨୦]

  1. ↑ "FB About". Retrieved 2020-02-01.
  2. ↑ Davis, Maggie (15 June 2017). "Malayalam actress Shobana to get hitched at the age of 47?". India.com. Retrieved 1 March 2019.
  3. ↑ "I am an introvert, says Shobana". The Hindu. 29 December 2005 – via www.thehindu.com.
  4. ↑ "In pics: Shobana dedicates her dance to 'Krishna'". IBNLive. Archived from the original on 16 August 2012. Retrieved 31 March 2015.
  5. ↑ "New Straits Times – Google News Archive Search". google.com. Retrieved 31 March 2015.
  6. 1 2 "The Hindu : Metro Plus Bangalore / Personality : Thinking actress". hindu.com. 6 April 2005. Archived from the original on 17 October 2013. Retrieved 31 March 2015.
  7. 1 2 Sneha May Francis, Gulf News Report. "Shobana's mystical twist to an epic". gulfnews.com. Retrieved 31 March 2015.
  8. ↑ "Shobana: I don't feel bad if I don't act in a film, as long as people are making great films - Times of India". The Times of India.
  9. ↑ "Shobana extends her support for #MeToo movement - Times of India". The Times of India.
  10. ↑ "Padma Awards". Ministry of Communications and Information Technology. Retrieved 23 July 2009.
  11. ↑ "Welcome to Sify.com". sify.com. Retrieved 31 March 2015.
  12. ↑ "Honorary doctorate conferred on CM". The Hindu. 21 October 2019. Retrieved 1 February 2020.
  13. ↑ "About". Archived from the original on 8 September 2011.
  14. ↑ "ജീവിതത്തിന്‌ ഇപ്പോള്‍ എന്തൊരു രുചി...!". mangalam.com. Archived from the original on 10 November 2014. Retrieved 31 March 2015.
  15. ↑ "Women's Day 2016: Popular celebrities who broke all stereotypes and adopted children". Zee News (in ଇଂରାଜୀ). 7 March 2016. Retrieved 2 February 2020.
  16. ↑ "Shobhana adopts a baby girl". Sify (in ଇଂରାଜୀ). Retrieved 2 February 2020.
  17. ↑ "സിനിമ എന്ന തേന്മാവിൻ കൊമ്പത്ത്..." ManoramaOnline.
  18. ↑ "In her own groove". The Hindu. 3 November 2012. Retrieved 31 March 2015.
  19. ↑ S.R. Praveen (17 November 2013). "Sequel fails to impress". The Hindu. Retrieved 31 March 2015.
  20. ↑ "The Hindu : Shobhana changing track". hindu.com. 3 February 2003. Archived from the original on 1 July 2003. Retrieved 31 March 2015.