ଶିବସମୁଦ୍ର ଜଳପ୍ରପାତ

ଉଇକିପିଡ଼ିଆ ରୁ
Jump to navigation Jump to search
ଶିବନସମୁଦ୍ରମ୍ ଜଳପ୍ରପାତ
ଶିବସମୁଦ୍ର ଜଳପ୍ରପାତ
Shivasamudram Falls1.jpg
କାବେରୀ ନଦୀରେ ଶିବସମୁଦ୍ର ଜଳପ୍ରପାତ
ଅବସ୍ଥାନମଣ୍ଡ୍ୟା ଜିଲ୍ଲା ଓ ଚାମରାଜନଗର ଜିଲ୍ଲା, କର୍ଣ୍ଣାଟକ, ଭାରତ
ଦିଗବାରେଣି12°17′38″N 77°10′05″E / 12.294°N 77.168°E / 12.294; 77.168Coordinates: 12°17′38″N 77°10′05″E / 12.294°N 77.168°E / 12.294; 77.168
ପ୍ରକାରବିଭାଜିତ ବା ବିଖଣ୍ଡିତ ଜଳପ୍ରପାତ
ଉଚ୍ଚତା୯୦ ମିଟର୍ (୩୦୦ ଫୁଟ୍)
ଖାଲମାନଙ୍କ ସଂଖ୍ୟାଗଗନଚୁକ୍କି, ବରାଚୁକ୍କି
ହାରାହାରି ଗତି ହାରସେକେଣ୍ଡ୍ ପ୍ରତି ୯୩୪ ଘନ ମିଟର୍ (୩୩୦୦୦ ଘନ ଫୁଟ୍)
ଝରଣାକାବେରୀ ନଦୀ

ଶିବନସମୁଦ୍ରମ୍ (ଶିବସମୁଦ୍ର ବା ଶିବନସମୁଦ୍ର ବା ଶିବସମୁଦ୍ରମ୍) ଭାରତର କର୍ଣ୍ଣାଟକ ରାଜ୍ୟରେ ଅବସ୍ଥିତ ଏକ ଜଳପ୍ରପାତ । ଜଳପ୍ରପାତ ନିକଟରେ ମଣ୍ଡ୍ୟା ଜିଲ୍ଲାରେ ଥିବା ଶିବନସମୁଦ୍ର ସହରର ନାମରୁ ଏହି ଜଳପ୍ରପାତର ଏପରି ନାମକରଣ ହୋଇଛି । ଏହି ଜଳପ୍ରପାତ କାବେରୀ ନଦୀ ଶଯ୍ୟାରେ ଅବସ୍ଥିତ । କାବେରୀ ନଦୀ ମଣ୍ଡ୍ୟା ଓ ଚାମରାଜନଗର ଜିଲ୍ଲାର ଭୌଗୋଳିକ ସୀମା ନିରୂପଣ କରିଥାଏ । ଭାରତରେ ସ୍ଥାପିତ ପ୍ରଥମ କେତୋଟି ଜଳ-ବିଦ୍ୟୁତ୍ ପ୍ରକଳ୍ପମାନଙ୍କ ମଧ୍ୟରୁ ଗୋଟିଏ ଏହିଠାରେ ଅବସ୍ଥିତ । ୧୯୦୨ ମସିହାରେ ଏହି ଜଳବିଦ୍ୟୁତ୍ ପ୍ରକଳ୍ପ ପ୍ରତିଷ୍ଠିତ ହୋଇଥିଲା । ଦିୱାନ ଶେଷାଦ୍ରି ଆୟାର୍‍ଙ୍କଦ୍ୱାରା ଏହି ପ୍ରକଳ୍ପ ରୂପାୟିତ ହୋଇଥିଲା ।[୧] ଏହି ଜଳପ୍ରପାତ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଳୁରୁ ସହରରୁ ୧୩୯ କିଲୋମିଟର୍ ଦୂରତାରେ ଅବସ୍ଥିତ ।

ଜଳପ୍ରପାତ ସମ୍ପର୍କିତ ତଥ୍ୟ[ସମ୍ପାଦନା]

ଡେକାନ୍ ମାଳଭୂମିର ପ୍ରସ୍ତରସଜ୍ଜା ମଧ୍ୟ ଦେଇ ଗତି କରିବା ବେଳେ କାବେରୀ ନଦୀରେ ଶିବସମୁଦ୍ର ଜଳପ୍ରପାତର ସୃଷ୍ଟି ହୋଇଛି ।[୨] ଶିବନସମୁଦ୍ର ନାମକ ସହର ଯୋଗୁଁ କାବେରୀ ନଦୀ ଦୁଇଟି ଯମଜ ଶାଖା ପ୍ରପାତରେ ପରିଣତ ହୋଇଛି । ନଦୀଦ୍ୱାରା ଆବଦ୍ଧ ଦ୍ୱୀପମାନଙ୍କ ମଧ୍ୟରେ ଏହା ଚତୁର୍ଥ ବୃହତ୍ତମ । ଏହି ସ୍ଥାନରେ ବହୁ ପ୍ରାଚୀନ ମନ୍ଦିର ଅବସ୍ଥିତ ଓ ପ୍ରାଚୀନ ସମୟରେ ଏଠାରେ ଏକ ଜନବସତି ଥିବା ଅନୁମେୟ ।

ଏହି ଜଳପ୍ରପାତ ଏକାଧିକ ଭାଗରେ ବିଭକ୍ତ ହୋଇଛି । ବିଭକ୍ତ ପ୍ରପାତ ପୂର୍ବରୁ ନଦୀ ବା ସ୍ରୋତର ଜଳଧାରା ବିଭିନ୍ନ ଭାଗରେ ବିଭକ୍ତ ହୋଇ ପ୍ରପାତ ରୂପେ ଭୂପତିତ ହୁଏ । ତେଣୁ ପ୍ରପାତରେ ବିଭିନ୍ନ କୋଣରୁ ବା କୋଣକୁ ପାଣି ପଡ଼ିବା ପରି ଦେଖାଯାଏ । ଶିବସମୁଦ୍ର ପ୍ରପାତର ହାରାହାରି ଓସାର ପ୍ରାୟ ୩୦୫ ମିଟର୍, ଉଚ୍ଚତା ପ୍ରାୟ ୯୮ ମିଟର୍ ଏବଂ ହାରାହାରି ପ୍ରବାହ ଘନତା ସେକେଣ୍ଡ୍ ପ୍ରତି ୯୯୪ ଘନ ମିଟର୍ । ବର୍ତ୍ତମାନ ସୁଦ୍ଧା ରେକର୍ଡ୍ କରାଯାଇଥିବା ସର୍ବାଧିକ ପ୍ରବାହ ହେଲା ସେକେଣ୍ଡ୍ ପ୍ରତି ୧୮୮୮୭ ଘନ ମିଟର୍ ।

ଶିବସମୁଦ୍ର ଏକ ଚିରସ୍ରୋତା ଜଳପ୍ରପାତ । ଜୁଲାଇରୁ ଅକ୍ଟୋବର୍ ମାସ ପର୍ଯ୍ୟନ୍ତ ମୌସୁମୀ ପ୍ରବାହ କାଳରେ ପ୍ରପାତରେ ସର୍ବାଧିକ ଜଳ ପ୍ରବାହ ଦେଖାଯାଏ ।[୩]

ଶିବସମୁଦ୍ର ପ୍ରପାତର ବାମ ପଟକୁ ଗଗନଚୁକ୍କି ଓ ଡାହାଣ ପଟକୁ ଭରାଚୁକ୍କି କୁହାଯାଏ ବୋଲି ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ରହିଛି । ପ୍ରକୃତରେ ଭରାଚୁକ୍କି ଜଳପ୍ରପାତ[୪] ଗଗନଚୁକ୍କି ଜଳପ୍ରପାତର ଦକ୍ଷିଣ-ପଶ୍ଚିମ ଦିଗରେ କିଛି କିଲୋମିଟର୍ ଦୂରତାରେ ଅବସ୍ଥିତ ।[୫] ଦକ୍ଷିଣ ଦିଗକୁ ପ୍ରବାହିତ କାବେରୀ ନଦୀ କିଛି କିଲୋମିଟର୍ ଦୂରତାରେ ପୂର୍ବ ଓ ପଶ୍ଚିମ ଦୁଇଟି ଶାଖାରେ ବିଭକ୍ତ ହୋଇଥିବାରୁ ଏପରି ଦୁଇଟି ଜଳପ୍ରପାତ ସୃଷ୍ଟି ହୋଇଛି ।[୬] ପଶ୍ଚିମ ଶାଖାର ଜଳପ୍ରପାତକୁ ଗଗନଚୁକ୍କି ଓ ପୂର୍ବ ଶାଖାର ଜଳପ୍ରପାତକୁ ଭରାଚୁକ୍କି କୁହାଯାଏ । ଗଗନଚୁକ୍କିର ମନୋରମ ଦୃଶ୍ୟ ଉପଭୋଗ କରିବା ପାଇଁ ଶିବନସମୁଦ୍ର ନିରୀକ୍ଷଣ ଟାୱାର୍ (ୱଚ୍ ଟାୱର୍) ସର୍ବୋତ୍କୃଷ୍ଟ ସ୍ଥାନ ।[୭] ଏହି ପ୍ରପାତର ଅଧିକାଂଶ ଚିତ୍ର ଏହିଠାରୁ ଉତ୍ତୋଳନ କରାଯାଇଥାଏ । ଦର୍ଗା ହଜରତ୍ ମର୍ଦ୍ଦାନେ ଗୈବ (ଇମାମ୍ ଅଲି) ପଟରୁ ମଧ୍ୟ ଗଗନଚୁକ୍କି ଦେଖିବା ପାଇଁ ଏକ ରାସ୍ତା ରହିଛି ।[୮] ଅନେକ ସତର୍କ ସୂଚନା ଜାରୀ କରାଯିବା ସତ୍ତ୍ୱେ ଲୋକେ ଜଳପ୍ରପାତର ପଛ ଓ ତଳ ପଟକୁ ଯାଇ ଦେଖିବାକୁ ଚେଷ୍ଟା କରିଛନ୍ତି ଓ ଏହା ଫଳରେ ଅନେକ ସମୟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ମନ୍ଦିର[ସମ୍ପାଦନା]

ଏଠାରେ ଅବସ୍ଥିତ ଶ୍ରୀ ରଙ୍ଗନାଥସ୍ୱାମୀ ମନ୍ଦିର ଦ୍ରାବିଡ଼ ସ୍ଥାପତ୍ୟ ଶୈଳୀରେ ନିର୍ମିତ । ଏଠାକାର ବୈଷ୍ଣବ ସମ୍ପ୍ରଦାୟଦ୍ୱାରା ପୂଜିତ ଶ୍ରୀ ରଙ୍ଗନାଥସ୍ୱାମୀଙ୍କୁ "ମଧ୍ୟ ରଙ୍ଗ" ବୋଲି ମଧ୍ୟ ଅଭିହିତ କରାଯାଇଥାଏ । ଭଗବାନ ବିଷ୍ଣୁଙ୍କ ତିନି ରଙ୍ଗରୁ ଏଠାକାର ମୂର୍ତ୍ତି ତାଙ୍କ ଯୁବାବସ୍ଥା ସୂଚାଏ ଓ ତେଣୁ ଏହି ମୂର୍ତ୍ତିଙ୍କୁ ‘ମୋହନ ରଙ୍ଗ’ ବା ‘ଜଗମୋହନ ରଙ୍ଗ’ ବୋଲି ମଧ୍ୟ କୁହାଯାଇଥାଏ । ଏହି ମନ୍ଦିର ଅତି ପୁରାତନ, ଏହାର ମୂର୍ତ୍ତି ଖୁବ୍ ସୁନ୍ଦର ଓ ଅପହଞ୍ଚ ସ୍ଥାନରେ ଥିବା ସତ୍ତ୍ୱେ ଏଠାରେ କିଛି ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ । ମନ୍ଦିର ଅଧିକାଂଶ ସମୟ ବନ୍ଦ ରହିଥିବା ଦେଖାଯାଏ । ସରକାରଙ୍କ ତରଫରୁ ଏହି ସ୍ଥାନରେ ପର୍ଯ୍ୟଟନ ପାଇଁ ବିଶେଷ ପଦକ୍ଷେପ ନିଆଯାଇନାହିଁ ।[୯] ନଦୀ ଦ୍ୱୀପର ଅପର ପାର୍ଶ୍ୱରେ ଆହୁରି ତିନୋଟି ମନ୍ଦିର ରହିଛି ।

ଶିବସମୁଦ୍ର ନିକଟରେ ରହିଥିବା ଆଉ ଏକ ପ୍ରସିଦ୍ଧ ମନ୍ଦିର ହେଲା ଶ୍ରୀ ସୋମେଶ୍ୱର ମନ୍ଦିର । ଆଦିଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ଏଠାକୁ ଆସି ଏଠାରେ "ଶ୍ରୀ ଚକ୍ର" ପ୍ରତିଷ୍ଠା କରିଥିବାର କିମ୍ବଦନ୍ତୀ ରହିଛି । ଲୋକେ ବିଶ୍ୱାସ କରନ୍ତି ଯେ ଏଠାକାର ସୋମେଶ୍ୱର ଶିବଲିଙ୍ଗ ରଙ୍ଗନାଥଙ୍କ ମୂର୍ତ୍ତିର ବହୁ ପୂର୍ବରୁ ବିଦ୍ୟମାନ । ସପ୍ତର୍ଷି ଏହି ଲିଙ୍ଗକୁ ପୂଜା କରୁଥିଲେ ବୋଲି ବିଶ୍ୱାସ ମଧ୍ୟ ରହିଛି ।

ସୋମେଶ୍ୱର ମନ୍ଦିରଠାରୁ ୧ କିଲୋମିଟର୍ ଦୂରରେ ଶକ୍ତି ଦେବତୀ ବନଦୁର୍ଗା ଦେବୀଙ୍କ ମନ୍ଦିର ରହିଛି ।

ଜଳ-ବିଦ୍ୟୁତ୍ ଉତ୍ପାଦନ[ସମ୍ପାଦନା]

ଏହି ଜଳପ୍ରପାତ ନିକଟରେ ଭାରତରେ ସ୍ଥାପିତ ଦ୍ୱିତୀୟ ଜଳବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ରହିଛି ଓ ଏହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ଅବସ୍ଥାରେ ରହିଛି । ମହୀଶୂର ରାଜ୍ୟର ଦିୱାନ୍ ସାର୍ କେ. ଶେଷାଦ୍ରି ଅୟର୍ ଏହି ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର ପ୍ରତିଷ୍ଠା କରାଇଥିଲେ । ପ୍ରଥମେ ଏଠାରେ ଉତ୍ପାଦିତ ବିଦ୍ୟୁତ୍ ଶକ୍ତି କୋଲାର୍ ସୁନା ଖଣିର ବିଦ୍ୟୁତ୍ ଚାହିଦାକୁ ପୂରଣ କରିବା ପାଇଁ ବ୍ୟବହୃତ ହେଉଥିଲା । ଭାରତର ପ୍ରଥମ ଜଳବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ହେଉଛି ଦାର୍ଜିଲିଂର ସିଦ୍ରପୋଂଗ୍ ଜଳବିଦ୍ୟୁତ୍ ଶକ୍ତି କେନ୍ଦ୍ର । ଏସିଆରେ ସ୍ଥାପିତ ପ୍ରଥମ କିଛି ଜଳବିଦ୍ୟୁତ୍ କେନ୍ଦ୍ର ତାଲିକାରେ ଏହି ଦୁଇଟି ପରିଗଣିତ ହୋଇଥାନ୍ତି ।

ପରିବହନ ଓ ଯାତାୟତ ବ୍ୟବସ୍ଥା[ସମ୍ପାଦନା]

ବେଙ୍ଗାଳୁରୁ ନଗରର କେ. ଆର୍. ମାର୍କେଟ୍ ଓ ମଲାୱଲିରୁ ମିଲେଗାକୁ ବସ୍ ଚଳାଚଳ ବ୍ୟବସ୍ଥା ରହିଛି । ପ୍ରପାତରୁ ୨ କିଲୋମିଟର୍ ଦୂର ସତ୍ୟ ଗାଲା ହ୍ୟାଣ୍ଡ୍ ପୋଷ୍ଟଠାରେ ବସରୁ ଓହ୍ଲାଇବାକୁ ହୋଇଥାଏ ।

ଏହି ହ୍ୟାଣ୍ଡ୍ ପୋଷ୍ଟ ଓ ଜଳପ୍ରପାତ ମଧ୍ୟରେ ଅନେକ ତିନି-ଚକିଆ-ଅଟୋରିକ୍ସା ଗାଡ଼ି ଚଳାଚଳ ହୁଏ । ପ୍ରପାତ ନିକଟରେ ରାତିଟିଏ ବିତାଇବାର ଇଚ୍ଛା ରଖୁଥିବା ଯାତ୍ରୀଙ୍କ ପାଇଁ ଚୁକ୍କିମାନେ ପରି କେତୋଟି ରିଜୋର୍ଟ୍ ହୋଟେଲ୍ ବ୍ୟବସ୍ଥା ମଧ୍ୟ ରହିଛି ।

ଚିତ୍ର ଗ୍ୟାଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Sivasamudram Falls comes alive". The Hindu. 2007-07-19. Retrieved 2008-02-15.
  2. "Shivanasamudra Falls".
  3. "World Waterfall Database". Retrieved 2012-07-07.
  4. [୧]
  5. [୨]
  6. [୩]
  7. [୪]
  8. [୫]
  9. http://rcmysore-portal.kar.nic.in/temples/shivanasamudratemple/about.html

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]