ଶର୍ମିଲି ଅହମଦ

ଉଇକିପିଡ଼ିଆ‌ରୁ
ଶର୍ମିଲି ଅହମଦ
শর্মিলী আহমেদ
ଜନ୍ମ
ମାଜେଡା ମଲ୍ଲିକ

(1947-05-08)୮ ମଇ ୧୯୪୭
ବେଲୁର ଚୋକ, ଦମକାଲ, ମୁର୍ଶିଦାବାଦ୍, ବେ ବଙ୍ଗଳା ପ୍ରେସିଡେନ୍ସି, ବ୍ରିଟିଶ ଭାରତ
ମୃତ୍ୟୁ୮ ଜୁଲାଇ ୨୦୨୨(2022-07-08) (ବୟସ ୭୫)
ଢାକା, ବଙ୍ଗଳାଦେଶ
ଜାତୀୟତାବାଂଲାଦେଶୀ
ବୃତ୍ତି(ସମୂହ)ଅଭିନେତ୍ରୀ, ଉପସ୍ଥାପିକା, ରେଡ଼ିଓ କଳାକାର
ସକ୍ରିୟ ବର୍ଷ୧୯୬୨–୨୦୨୨
ପିତାମାତା
  • ତୋଫଜ୍ଜାଲ ହୁସେନ୍ (father)
ସମ୍ପର୍କୀୟୱାହିଦା ମଲ୍ଲିକ ଜଲି (ଭଉଣୀ)

ଶର୍ମିଲି ଅହମଦ (୮ ମଇ ୧୯୪୭ - ୮ ଜୁଲାଇ ୨୦୨୨) ଜଣେ ବାଂଲାଦେଶୀ ଦୂରଦର୍ଶନ ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ ଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଶର୍ମିଲି ଅହମଦଙ୍କର ଜନ୍ମ ନାମ ଥିଲା ମାଜେଡା ମଲ୍ଲିକ, ଯିଏକି ୧୯୪୭ ମସିହାର ମଇ ୮ ତାରିଖରେ ମୁର୍ସିଦାବାଦର ବେଲୁର ଚୋକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୧][୨] ସେ ରାଜଶାହୀ ପିଏନ୍ ବାଳିକା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍ ପାସ୍ କରିଥିଲେ ।[୧]

ଅଭିନୟ ଜୀବନ[ସମ୍ପାଦନା]

ଶର୍ମିଲି ୧୯୬୨ ମସିହାରେ ରାଜଶାହୀ ରେଡିଓରେ ଉପସ୍ଥାପିକା ତଥା ନାଟକ କଳାକାର ଭାବରେ କାମ କରିବା ଆରମ୍ଭ କରିଥିଲେ ।[୩] ୧୯୬୪ ମସିହାରେ ସେ ଚଳଚ୍ଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ୧୯୬୮ ମସିହାରେ ଦୂରଦର୍ଶନରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୩][୪][୫] ସେ ବାଂଲାଦେଶ ଦୂରଦର୍ଶନରେ ପ୍ରଥମ ଧାରାବାହିକ ଦମ୍ପତିରେ କାମ କରିଥିଲେ ।[୬] ୧୯୭୬ ମସିହାରେ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ଅଗୁନ୍ ନାଟକରେ ସେ ପ୍ରଥମ ଥର ପାଇଁ ମାଆ ଭୂମିକାରେ ଅଭିନୟ କରିଥିଲେ ।[୭] ୫୦ ବର୍ଷରୁ ଅଧିକ ସମୟ ଧରି ସେ ଅଭିନୟ ଜଗତରେ ସକ୍ରିୟ ଥିଲେ ଏବଂ ପାଖାପାଖି ୪୦୦ କଥାଚିତ୍ର ଏବଂ ୧୫୦ ଦୂରଦର୍ଶନ କାର୍ଯ୍ୟକ୍ରମରେ ଅଭିନୟ କରିଥିଲେ ।

ଲୋକପ୍ରିୟ କାର୍ଯ୍ୟ[ସମ୍ପାଦନା]

ଅଭିନୀତ ଧାରାବାହିକ[ସମ୍ପାଦନା]

  • ଦମ୍ପତି
  • ବ୍ରିଶ୍ତିର ପୋରେ (୨୦୦୫)
  • ଆମଦେର ଆନନ୍ଦ ବାରି (୨୦୦୫)
  • ଆଗନ୍ତୁକ (୨୦୦୫)
  • ପୋଶକ (୨୦୦୫)
  • ଆଞ୍ଚଲ (୨୦୦୬)
  • ଚେନା ମାନୁସର ପଞ୍ଚଲି (୨୦୦୬)
  • ଧୁପାଛାୟା (୨୦୦୯)
  • ଉପସଂହାର (୨୦୧୦)
  • ପୌଷ ଫାଲଗୁନେର ପାଲା (୨୦୧୧)
  • ଛେଲେଟି (୨୦୧୧)[୪]
  • ଅବର ହାୱା ବାଦଲ (୨୦୧୪)

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ଜୁଗ୍ନୁ (୧୯୬୮)[୮]
  • ଶୌରାନି ଦୌରାନି (୧୯୬୮)
  • ଆବିର୍ଭାବ (୧୯୬୮) - ଲୁନା ଚୌଧୁରୀ
  • ଆଲିଙ୍ଗନ (୧୯୬୯)
  • ପୋଲତୋକ (୧୯୭୩)
  • ଅଗୁନ୍ (୧୯୭୬)
  • ବସୁନ୍ଧରା (୧୯୭୭) - ଛବିର ଭଉଣୀ
  • ରୁପାଲି ଶୈକତେ (୧୯୭୯)
  • ଆରାଧନା (୧୯୭୯) - ପାରୁଲ
  • ଇମିଲିର ଗୋଏଣ୍ଡା ବାହିନୀ (୧୯୮୦)
  • ଆଶାର ଆଲୋ (୧୯୮୨)
  • ଦହନ୍ (୧୯୮୫) - ଆସମା/ଶ୍ରୀମତୀ ମୋଷ୍ଟାକ୍
  • ପ୍ରେମିକ (୧୯୮୫)
  • ହୁଶିଆର୍ (୧୯୮୮)
  • ଲାଲ ଗୋଲାପ
  • ସ୍ତ୍ରୀର ପାଓନା (୧୯୯୧) - କବୀରଙ୍କ ମାଆ
  • ଟାୟାଗ୍ (୧୯୯୩) - ରାଇହାନଙ୍କ ମାଆ
  • ବିକ୍ଷୋଭ (୧୯୯୪) - ଜିହାଦର ମାଆ
  • ପ୍ରେମ ଯୁଦ୍ଧ (୧୯୯୪)
  • ଆମି ତୋମାରି (୧୯୯୯)
  • ସୋବାଇଟୋ ସୁଖୀ ହୋତେ ଚାଇ (୨୦୦୦)
  • ଧାୱା (୨୦୦୦)
  • ମିଲନ୍ ହୋବେ କତୋ ଦିନେ (୨୦୦୨)
  • ସ୍ୱାମୀ ଚିନ୍ତାଇ (୨୦୦୪)
  • ମୋହବତ୍ ଜିନ୍ଦବାଦ (୨୦୦୫)
  • ଭାଲୋବାଶା ଭାଲୋବାଶା (୨୦୦୬)
  • ନା ବୋଲୋନା (୨୦୦୬)
  • ଚାଚୁ (୨୦୦୬)
  • ଜଜ୍ ଏର ରାଏ ଫାଶି (୨୦୦୭)
  • ଦୁଖିନି ଜହର (୨୦୦୭)
  • ଟିପ୍ ଟିପ୍ ବ୍ରିଷ୍ଟି (୨୦୦୮)
  • ଆକାଶ ଛୋୱ ଭାଲୋବାଶା (୨୦୦୮)
  • ସ୍ୱାମୀ ନିୟେ ଯୁଦ୍ଧ (୨୦୦୮)
  • ମାଟିର ଠିକାନା (୨୦୧୧)
  • ମେହେରଜାନ୍ (୨୦୧୧) - ମେହେରଙ୍କ ମାଆ
  • ମୋନର୍ ଜାଲ (୨୦୧୧)
  • ସେ ଅମର ମୋନ କେରେଚେ (୨୦୧୨)
  • ଆକାଶ କୋତୋ ଦୂରେ (୨୦୧୪)
  • ୭୧ ଏର୍ ମା ଜନୋନି (୨୦୧୪)
  • ପ୍ରେମ କରବୋ ତୋମାର ସାଥେ (୨୦୧୪)
  • ସ୍ୱର୍ଗୋ ଥାକେ ନରକ (୨୦୧୫)
  • ଓଚେନା ହ୍ରିଦୋୟ (୨୦୧୫)
  • ଏକ ପ୍ରୀଥିବି ପ୍ରେମ (୨୦୧୬)
  • ରାତ ଜାଗା ଫୁଲ (୨୦୨୧)

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଶର୍ମିଲି ଅହମ୍ମଦଙ୍କର ଏକ କନ୍ୟା ସନ୍ତାନ ଥିଲା, ତାନିମା ।[୭] ତାଙ୍କ ସାନ ଭଉଣୀ ୱାହିଦା ମଲ୍ଲିକ ଜଲି ଜଣେ ଥିଏଟର ଅଭିନେତ୍ରୀ ତଥା ସଂଗ୍ରାମୀ ଥିଲେ ।[୯]

ମୃତ୍ୟୁ[ସମ୍ପାଦନା]

ସେ ୨୦୨୨ ମସିହାର ଜୁଲାଇ ୮ ତାରିଖରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।[a]

ଟିପ୍ପଣୀ[ସମ୍ପାଦନା]

  1. ତାଙ୍କ ମୃତ୍ୟୁ ସ୍ଥାନକୁ ନେଇ କିଛି ଦ୍ୱନ୍ଦ୍ୱ ଅଛି । ଦ ଡେଲି ଷ୍ଟାର୍ (ବାଂଲାଦେଶ)ର ରିପୋର୍ଟ ଅନୁସାରେ ସେ ଉତ୍ତରା ସହରରେ ତାଙ୍କ ଘରେ ପ୍ରାଣ ହରାଇଥିଲେ ।[୧୦] ଦ ବିଜିନେସ୍ ଷ୍ଟାଣ୍ଡାର୍ଡ଼ର ରିପୋର୍ଟ ଅନୁଅରେ ସେ ଢାକାସ୍ଥିତ ଏଭର୍‌କେୟାର୍ ହସ୍ପିଟାଲରେ ପ୍ରାଣ ହରାଇଥିଲେ ।[୧୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ Shah Alam Shazu (August 15, 2010). "Those were the days". The Daily Star. Retrieved November 30, 2015.
  2. Afsar Ahmed (May 6, 2005). "Tit Bits – The celebrity name game". The Daily Star. Archived from the original on March 4, 2016. Retrieved December 28, 2015.
  3. ୩.୦ ୩.୧ "Bangladesh actress Sharmili Ahmed dies". New Age (in ଇଂରାଜୀ). July 8, 2022. Retrieved July 8, 2022.
  4. ୪.୦ ୪.୧ "Through the eyes of Sharmili Ahmed". The Daily Star. 23 September 2017. Retrieved 22 September 2017.
  5. Tamanna Khan (26 August 2011). "Television Now and Then". The Daily Star. Archived from the original on 8 December 2015. Retrieved 30 November 2015.
  6. Shah Alam Shazu (October 31, 2014). "The Five Generations of TV Heroines". The Daily Star. Retrieved November 30, 2015.
  7. ୭.୦ ୭.୧ Punny Kabir (May 12, 2013). "Sharmili Ahmed, symbol of an 'ideal mother'". Dhaka Tribune. Retrieved November 30, 2015.
  8. Gazdar, Mushtaq (1997). Pakistan Cinema, 1947–1997. Oxford University Press. p. 260. ISBN 0-19-577817-0.
  9. Mohammad Zahidul Islam (September 6, 2014). "Wahida Mollick Jolly". The Daily Star. Retrieved November 30, 2015.
  10. "Legendary actress Sharmili Ahmed no more". The Daily Star (in ଇଂରାଜୀ). July 8, 2022. Retrieved July 8, 2022.
  11. "Veteran actor Sharmili Ahmed passes away at 75". The Business Standard (in ଇଂରାଜୀ). July 8, 2022. Retrieved July 8, 2022.

ବାହାର ଆଦାହର[ସମ୍ପାଦନା]