Jump to content

ଶଙ୍କର କୁମ୍ବି

ଉଇକିପିଡ଼ିଆ‌ରୁ


ଶଙ୍କର କୁମ୍ବି (ଜନ୍ମ: ଜୁନ ୧୯୫୮) କର୍ଣ୍ଣାଟକର ଧାରୱାଡ଼ର ଜଣେ ଜଣାଶୁଣା ଭାରତୀୟ ପରିବେଶବିତ୍ ।[] ୧୯୯୫ ମସିହାରେ ସେ ସ୍ଥାପିତ କରିଥିବା ହୁବଳି ଧରୱାଡ଼ ନାଗରିକ ପରିଷଦ ସମିତିର ସଭାପତି ଅଟନ୍ତି ।[][][] ସେ କର୍ଣ୍ଣାଟକ ବିଦ୍ୟାବର୍ଦ୍ଧନ ସଂଘ (କେଭିଏସ୍)ର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଅଟନ୍ତି ।[]

ସମାଜ ପ୍ରତି ତାଙ୍କର ଅବଦାନ ପାଇଁ ତାଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି । ଖୁବ୍ କମ୍ ବୟସରୁ ସେ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଆରମ୍ଭ କରିଥିଲେ। ୧୯୯୦ ମସିହାରେ ସେ "କର୍ଣ୍ଣାଟକ ରାଜ୍ୟ ଯୁବ ପୁରସ୍କାର" ପାଇଥିଲେ । ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ କର୍ଣ୍ଣାଟକ ସରକାର ୧୯୯୮ ମସିହାରେ ପରିସର ପୁରସ୍କାର ଏବଂ ୨୦୧୨ ମସିହାରେ ରାଜ୍ୟୋତ୍ସବ ପୁରସ୍କାରରେ ସମ୍ମାନିତ କରିଥିଲେ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ପୂର୍ବରୁ ସେ ଜନତା ଦଳ ସହ ମେଣ୍ଟ କରିଥିଲେ, ଯଦିଓ ପରେ ବିଜେପିରେ ଯୋଗ ଦେଇଥିଲେ, ସେ ହୁବଳି-ଧାରୱାଡ଼ ମହାନଗର ନିଗମ (ଏଚ୍‌ଡିଏମ୍‌ସି)ରେ ଏକ ଦଶନ୍ଧି ଧରି କାଉନ୍ସିଲର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[]

  1. "Residents protest against tree felling". The Hindu. 25 November 2012. Retrieved 2014-01-27.
  2. ୨.୦ ୨.୧ "NGO Partnership System". Government of India portal. Archived from the original on 8 ଫେବୃଆରୀ 2015. Retrieved 27 ଜାନୁଆରୀ 2014.
  3. "'Green' initiative draws municipal corporation's ire". The Hindu. 23 October 2013. Retrieved 25 January 2014.
  4. "'North Karnataka suitable for migratory birds' - The Hindu". The Hindu. 16 May 2011. Retrieved 2014-01-27.
  5. "Sangha removes saplings planted near premises". The Hindu. 4 November 2013. Retrieved 2014-01-27.
  6. "'Youth told to follow Netaji Subhas Chandra Bose's ideals'". The Hindu. 2006-01-24. Archived from the original on 2008-05-30. Retrieved 2006-01-24.