ଲୁଚକାଳି

ଉଇକିପିଡ଼ିଆ‌ରୁ


ଲୁଚକାଳି
Jan Verhas - À cache-cache
ଖେଳାଳି2+
ବୟସ ସୀମାକୌଣସି ନିର୍ଦ୍ଧିଷ୍ଟ ବୟସ ସୀମା ନାହିଁ
ବ୍ୟବସ୍ଥିତ ସମୟକିଛି ନିର୍ଦ୍ଧିଷ୍ଟ ନୁହେଁ
ଖେଳିବା ସମୟକିଛି ନିର୍ଦ୍ଧିଷ୍ଟ ନୁହେଁ
Random chanceVery Low
ଆବଶ୍ୟକୀୟ କୌଶଳRunning, Tracking, Hiding, Observation

ଲୁଚକାଳି (ବା ଲୁଚୁକାଳି/ଲୁଚ୍‌+କାଳି/ଲୁଚିକାଳି[୧]; ବା-ଲୁଚଲୁଚାଣି, ଲୁଚୁଲୁଚାଣି[୨]) ଖେଳରେ ଜଣେ କିମ୍ବା ତତୋଽଧିକ ଖେଳାଳିଙ୍କୁ ଲୁଚି ରହିଥିବା ଅନ୍ୟାନ୍ୟ ଖେଳାଳିଙ୍କୁ ଖୋଜିବାକୁ ପଡ଼ିଥାଏ । ଏହି ଖେଳକୁ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରେ ଖେଳା ଯାଇଥାଏ ।

ନିୟମ[ସମ୍ପାଦନା]

ପଥମେ ସମସ୍ତ ଖେଳାଳିଙ୍କ ଭିତରୁ ଚୋର ବଛାଯାଏ । ଏହି ଚୋରକୁ ଆଖି ବନ୍ଦକରି ନିର୍ଦ୍ଧିଷ୍ଟ ସଂଖ୍ୟା ପର୍ଯ୍ୟନ୍ତ ଗଣିବାକୁ କୁହାଯାଇଥାଏ ଓ ସେହି ସମୟ ଭିତରେ ଅନ୍ୟ ଖେଳାଳିମାନେ ଲୁଚିଯାଆନ୍ତି । ଗଣି ସାରିବାପରେ ଚୋର ଜଣକ ସମସ୍ତଙ୍କୁ ଖୋଜିବା ଆରମ୍ଭକରେ । ଯେଉଁ ଖେଳାଳି ପ୍ରଥମେ ଧରାପଡେ ସେ ପରବର୍ତ୍ତୀ ଚୋର ହୁଏ । ଜଣେ ଖେଳାଳି ଧରାପଡ଼ିଗଲେ ସମସ୍ତଙ୍କୁ ଏହି କଥା ଜଣେଇଦିଆଯାଏ ଯେ ଖେଳର ଦ୍ୱିତୀୟ ଭାଗ ଆରମ୍ଭ ହେଲା ଓ ନୂଆ ଚୋରକୁ ଚିହ୍ନେଇ ଦିଆଯାଏ । କେତେକ କ୍ଷେତ୍ରରେ କିନ୍ତୁ ସମସ୍ତ ଖେଳାଳି ଧରାପଡ଼ିବା ପର୍ଯ୍ୟନ୍ତ ଖେଳ ଚାଲେ । ଏହି ସମୟ ଭିତରେ ଯଦି କେହି ଧରାପଡ଼ିନଥିବା ଖେଳାଳି ପଛପଟୁ ଚୋରକୁ ଛୁଇଁଦିଏ ତେବେ ସେହି ଚୋରକୁ ପୁଣିଥରେ ଚୋର ହବାକୁ ପଡେ ।

ଅନ୍ୟ କେତେକ ଟିକିଏ ଅଲଗା ଖେଳନ୍ତି । ସେଥିରେ ଚୋର ସହ ଜଣେ "ବୁଢିଆଣୀ" ବା "ବୁଢ଼ୀ ମାଉସୀ" ବି ବଛାଯାଏ । ବୁଢ଼ୀ ମାଉସୀ ସମସ୍ତେ ଲୁଚିବା ଯାଏଁ ଚୋର ଆଖି ବନ୍ଦକରି ରଖେ ଓ ସମସ୍ତ ଖେଳାଳି ଲୁଚିଗଲା ପରେ ଛାଡେ । କେତେକ କ୍ଷେତ୍ରରେ ଆଖିବନ୍ଦ କରି ରଖିବା ପାଇଁ ନିର୍ଦ୍ଧିଷ୍ଟ ସମୟ ଧାର୍ଯ୍ୟ କରାଯାଇଥାଏ । ଖେଳାଳି ସବୁ ଚୋରଠୁଁ ଲୁଚିଲୁଚି ଆସି ବୁଢ଼ୀ ମାଉସିକୁ ଛୁଇଁ ଦେଇଯାଆନ୍ତି; ଯିଏ ବୁଢିଆଣୀକୁ ଛୁଇଁବା ପୂର୍ବରୁ ଚୋର ହାବୁଡରେ ପଡେ ତେବେ ସେ ପରବର୍ତ୍ତୀ ଚୋର ହୁଏ । ଏହି ଧାରା କ୍ରମାନ୍ୱୟରେ ଚାଲେ ।[୨]

A 19th century painting of three children playing hide and seek in a forest
A 19th century painting of three children playing hide and seek in a forest

ଆଧିକ ଦେଖନ୍ତୁ[ସମ୍ପାଦନା]


ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ର ଭଷାକୋଷ, ପୃ-୭୩୯୦ (ବହି ଦେଖନ୍ତୁ; ୱେବ ନୁହଁ)
  2. ୨.୦ ୨.୧ ପୂର୍ଣ୍ଣଚନ୍ଦ୍ର ଭଷାକୋଷ (ୱେବ)[permanent dead link]

ବାହାର ଲିଙ୍କ[ସମ୍ପାଦନା]