Jump to content

ଲିନିଆ ନାଇଗ୍ରା

ଉଇକିପିଡ଼ିଆ‌ରୁ
ଲିନିଆ ନାଇଗ୍ରା
Pregnancy line
Linea nigra as seen in a pregnant woman
ବିଭାଗObstetrics, dermatology
ଲକ୍ଷଣ1 cm (0.4 in) wide, brownish to blackish line, from the pubis to the belly button[]
ଆକ୍ରାନ୍ତ ସମୟ3rd month or earlier[]
କାରଣUnclear[]
ରୋଗ ନିର୍ଣ୍ଣୟ ପଦ୍ଧତିBased on appearance[]
ସଠିକ ରୋଗ ନିର୍ଣ୍ଣୟCafé au lait macules, postinflammatory hyperpigmentation, flagellate hyperpigmentation[]
ପ୍ରତିକାରSunscreen[]
ଚିକିତ୍ସାNo specific treatment[]
PrognosisGenerally resolves in the year following birth[]
ପୁନଃପୌନିକ>90% of pregnant women[]

ଲିନିଆ ନାଇଗ୍ରା, ଯାହା ଗର୍ଭଧାରଣ ରେଖା ଭାବରେ ମଧ୍ୟ ଜଣାଶୁଣା, ଗର୍ଭାବସ୍ଥାରେ ପେଟରେ ରେଖା ଆକାରରେ ବର୍ଦ୍ଧିତ ପିଗମେଣ୍ଟେସନ ବା ରଞ୍ଜନ ପ୍ରକ୍ରିୟା ଦେଖାଯାଏ ।[] ଏହା ସାଧାରଣତଃ ଏକ ସେଣ୍ଟିମିଟର (୦.୪ ଇଞ୍ଚ) ଚଉଡ଼ା, ବାଦାମୀ ବା କଳା ରଙ୍ଗର ଏବଂ ମଧ୍ୟଭାଗରେ ଭୂଲମ୍ବ ଭାବରେ ପୁବିସଠାରୁ ନାଭି ପର୍ଯ୍ୟନ୍ତ ବିସ୍ତାର ହୁଏ ।[] ବିଭିନ୍ନ ଭାବରେ ଏହା ଉପର ପେଟକୁ ମଧ୍ୟ ବିସ୍ତାର ହୋଇପାରେ ।[] ପ୍ରଥମ ଗର୍ଭଧାରଣରେ ଏହାର ଆରମ୍ଭ ସାଧାରଣତ ୩ୟ ମାସରେ ହୋଇଥାଏ; ଅବଶ୍ୟ, ପରବର୍ତ୍ତୀ ଗର୍ଭଧାରଣରେଏହା ପୂର୍ବରୁ ଦେଖାଯାଏ ।[] ଏହା ସ‌ହିତ ଗାଲରେ ଏବଂ ସ୍ତନାଗ୍ରରେ ମେଲାସମା ଦେଖାଯାଏ ।[]

ଏହାର ଅନ୍ତର୍ନିହିତ ପ୍ରଣାଳୀ ଅସ୍ପଷ୍ଟ କିନ୍ତୁ ବର୍ଦ୍ଧିତ ଇଷ୍ଟ୍ରୋଜେନ୍ ଯୋଗୁ ମେଲାନିନର ବୃଦ୍ଧି ହେଉଥିବା ବିଶ୍ୱାସ କରାଯାଏ ।[] [] ରୋଗ ନିର୍ଣ୍ଣୟ ଉପରେ ଲକ୍ଷଣ ଉପରେ ଆଧାରିତ ହୁଏ ।[] ଏହା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏନି ଏବଂ ଏହା ସାଧାରଣତଃ ପ୍ରସବ ପରେ ମଳିନ ହୋଇଯାଏ ।[] [] ସୂର୍ଯ୍ୟ କିରଣ ଏଡ଼ାଇବା କିମ୍ବା ସେହି ଅଞ୍ଚଳରେ ସନସ୍କ୍ରିନ ବ୍ୟବହାର କରି ପିଗମେଣ୍ଟେସନର ଡିଗ୍ରୀ ହ୍ରାସ କରାଯାଇପାରେ ।[] []

ଅଧିକାଂଶ ଗର୍ଭବତୀ ମହିଳା (>୯୦%) କିଛି ମାତ୍ରାରେ ପ୍ରଭାବିତ ହୁଅନ୍ତି ।[] ଯେଉଁମାନଙ୍କର ଗାଢ଼ ଚର୍ମ ଥାଏ ସେମାନେ ସାଧାରଣତଃ ଅଧିକ ପ୍ରଭାବିତ ହୁଅନ୍ତି ।[] ଜନ୍ମ ନିୟନ୍ତ୍ରଣ ବଟିକା ଖାଉଥିବା ୩୦% ଲୋକଙ୍କର ଏହି ଅବସ୍ଥା ହୋଇପାରେ, ଏପରିକି ଶିଶୁ ଏବଂ ପୁରୁଷମାନଙ୍କର ମଧ୍ୟ ହୋଇପାରେ ।[] [] ଶବ୍ଦଟି "କଳା ରେଖା" ପାଇଁ ଲାଟିନ୍ ଭାଷାରୁ ଆସିଛି ।[]

  1. 1 2 3 4 5 6 7 8 9 10 11 12 13 14 15 "Linea nigra". dermnetnz.org (in ଇଂରାଜୀ). DermNet. Archived from the original on 14 January 2024. Retrieved 11 January 2024.
  2. 1 2 Perry, Shannon E.; Hockenberry, Marilyn J.; Lowdermilk, Deitra Leonard; Wilson, David; Alden, Kathryn Rhodes; Cashion, Kitty (9 September 2017). Maternal Child Nursing Care - E-Book (in ଇଂରାଜୀ). Elsevier Health Sciences. p. 162. ISBN 978-0-323-47921-9. Archived from the original on 14 January 2024. Retrieved 11 January 2024.
  3. 1 2 Tyler, Kelly H. (24 July 2020). Cutaneous Disorders of Pregnancy (in ଇଂରାଜୀ). Springer Nature. p. 3. ISBN 978-3-030-49285-4. Archived from the original on 15 January 2024. Retrieved 11 January 2024.
  4. 1 2 3 Blackburn, Susan Tucker (2007). Maternal, Fetal, & Neonatal Physiology: A Clinical Perspective (in ଇଂରାଜୀ). Elsevier Health Sciences. p. 517. ISBN 978-1-4160-2944-1. Archived from the original on 15 January 2024. Retrieved 11 January 2024.
  5. 1 2 Bobonich, Margaret; Nolen, Mary; Honaker, Jeremy; DiRuggiero, Douglas (14 May 2021). Dermatology for Advanced Practice Clinicians: A Practical Approach to Diagnosis and Management (in ଇଂରାଜୀ). Lippincott Williams & Wilkins. p. PT1412. ISBN 978-1-9751-4837-9. Archived from the original on 14 January 2024. Retrieved 11 January 2024.
  6. 1 2 The Science of Pregnancy: The Complete Illustrated Guide From Conception to Birth (in ଇଂରାଜୀ). Penguin. 29 October 2019. p. 138. ISBN 978-1-4654-9921-9. Archived from the original on 15 January 2024. Retrieved 11 January 2024.