ଲିଜିଓନେୟାର ରୋଗ

ଉଇକିପିଡ଼ିଆ‌ରୁ
ଲିଜିଓନେୟାର ରୋଗ
ଲିଜିଓନେଲୋସିସ୍,[୧] ଲିଜିଓନ ଜ୍ୱର
Transmission electron microscopy ଶତକଡ଼ା ୯୦ଭାଗ ଲିଜିଓନେୟାର ରୋଗ ସୃଷ୍ଟି କରୁଥିବା ଏଲ ନିମୋଫିଲାର ଛବି ।[୨]
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରମକ ରୋଗ, pulmonology
ଆଇସିଡ଼ି-୧୦A48.1, A48.2
ଆଇସିଡ଼ି-୯-ସିଏମ୍482.84
ରୋଗ ଡାଟାବେସ7366
ମେଡ଼ିସିନ-ପ୍ଲସ000616
ଇ-ମେଡ଼ିସିନmed/1273
MeSHD007876
Orphanet549

ଲିଜିଓନେୟାର ରୋଗ, ଏକ ଅସ୍ୱାଭାବିକ ନିମୋନିଆ ରୋଗ ଯାହା ଯେ କୌଣସି ଲିଜିଓନେଲା ଜାତିର ଜୀବାଣୁଦ୍ୱାରା ସୃଷ୍ଟି ହୁଏ । [୩] ଏହାର ଲକ୍ଷଣ:- କାଶ, ଛୋଟ ଶ୍ୱାସକ୍ରିୟା, ଉଚ୍ଚ ଜ୍ୱର, ମାଂସପେଶୀ ଯନ୍ତ୍ରଣା ଓ ମୁଣ୍ଡବଥା ।[୪] ଅଇ, ବାନ୍ତି ଓ ତରଳ ଝାଡ଼ା ମଧ୍ୟ ହୋଇପାରେ ।[୧] ସଂକ୍ରମଣ ହେବାର ୨ରୁ ୧୦ଦିନ ପରେ ଏହି ରୋଗ ଆରମ୍ଭ ହୁଏ ।[୪]

ଲିଜିଓନେଲା ଜୀବାଣୁ ସ୍ୱାଭାବିକ ଭାବରେ ମିଠା ତାଜା ପାଣିରେ ରହନ୍ତି । ଗରମ ଜଳ ଟାଙ୍କି, ଗରମ ଟବ୍ ଓ ବିରାଟ ଶୀତ‌ତାପ ନିୟନ୍ତ୍ରଣକାରୀ ଯନ୍ତ୍ରର ଥଣ୍ଡା ଜଳକୁ ଅପମିଶ୍ରିତ କରେ । ଜୀବାଣୁ ମିଶ୍ରିତ କୁହୁଡ଼ିରେ ଶ୍ୱାସକ୍ରିୟା ସମୟରେ ଜୀବାଣୁ ଦେହକୁ ଯାଏ । ଅପମିଶ୍ରିତ ଜଳକୁ ଶୋଷଣ କଲେ ସଂକ୍ରମଣ ହୁଏ । ଲୋକମାନଙ୍କ ମଧ୍ୟରେ ଏହା ସିଧା ସଳଖ ବ୍ୟାପେ ନାହିଁ ଓ ଜୀବାଣୁ ସଂସ୍ପର୍ଶରେ ଆସିଲେ ମଧ୍ୟ ଅଧିକାଂଶ ଲୋକ ସଂକ୍ରମିତ ହୁଅନ୍ତି ନାହିଁ ।[୫] ରୋଗ ସଙ୍କଟକାରୀ ଅବସ୍ଥା:- ବୃଦ୍ଧ ବୟସ, ଧୂମ୍ରପାନ, କ୍ରନିକ ଫୁସଫୁସ ବେମାରୀସ୍ୱଳ୍ପ ଇମ୍ମ୍ୟୁନିଟି[୬] ଯାତ୍ରା ପର ନିମୋନିଆ ବା ସାଂଘାତିକ ନିମୋନିଆ ହୋଇଥିଲେ ଏହି ରୋଗ ନିମନ୍ତେ ପରୀକ୍ଷା ଆବଶ୍ୟକ ହୁଏ ।[୭] ପରିସ୍ରାର ଆଣ୍ଟିଜେନ ପରୀକ୍ଷାସ୍ପୁଟମ୍ କଲ୍‌ଚର କରି ରୋଗ ନିର୍ଣ୍ଣୟ କରାଯାଏ । [୮]

ଏହି ରୋଗ ନିମନ୍ତେ ଟିକା ନାହିଁ । ଉତ୍ତମ ମାନର ଜଳ ସରବରାହ ଉପରେ ପ୍ରତିଷେଧ ନିର୍ଭର କରେ ।[୯] ଆଣ୍ଟିବାୟୋଟିକ ସାହାଯ୍ୟରେ ଏହି ରୋଗ ଚିକିତ୍ସା କରାଯାଏ ।[୧୦] ଫ୍ଲୋରୋକୁଇନୋଲୋନ, ଆଜିଥ୍ରୋ ମାଇସିନ୍ ବା ଡକ୍‌ସିସାଇକ୍ଲିନ ଭଳି ଔଷଧ ଦିଆଯାଏ ।[୧୧] ଅଧିକାଂଶ ସମୟରେ ଆଡମିଶନ ଆବଶ୍ୟକ ହୁଏ ।[୭] ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ୧୦% ଲୋକଙ୍କର ମୃତ୍ୟୁ ହୁଏ ।[୧୦]

ଏହି ରୋଗୀ ସଂଖ୍ୟର ପରିସଂଖ୍ୟାନ ନାହିଁ । ହିସାବରୁ ଜଣାଯାଏ, ଗୋଷ୍ଠିରେ ହେଉଥିବା ନିମୋନିଆ ମଧ୍ୟରୁ ୨ରୁ ୧୦% ଏହି ରୋଗ ଯୋଗୁ ହୋଇଥାଏ ।[୧] ପ୍ରତି ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଧରଣର ୮,୦୦୦ରୁ ୧୮,୦୦୦ ରୋଗୀଙ୍କର ଆଡମିଶନ୍ ଆବଶ୍ୟକ ହୁଏ ।[୧୨] ମଡ଼କ ହେଲେ ଅଳ୍ପ ଲୋକ ପ୍ରଭାବିତ ହୁଅନ୍ତି । [୧][୧୩] ବର୍ଷର ଯେ କୋଣସି ସମୟରେ ରୋଗ ହେଲେ ମଧ୍ୟ ଗ୍ରୀଷ୍ମ ଓ ଶରତ୍ ଋତୁରେ ସାଧାରଣତଃ ଅଧିକ ହୁଏ । [୧୨] ପ୍ରଥମେ ଏହି ରୋଗ ଚିହ୍ନଟ ହୋଇଥିବା ସ୍ଥାନର ନାମ (1976 American Legion convention in Philadelphia) ଅନୁସାରେ ଏହାର ନାମକରଣ କରାଯାଇଛି ।[୧୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Cunha, BA; Burillo, A; Bouza, E (23 January 2016). "Legionnaires' disease". Lancet (London, England). 387 (10016): 376–85. PMID 26231463.
  2. Mahon, Connie (2014). Textbook of Diagnostic Microbiology. Elsevier Health Sciences. p. 416. ISBN 9780323292610.
  3. "Legionella (Legionnaires' Disease and Pontiac Fever) About the Disease". CDC. January 26, 2016. Retrieved 21 March 2016.
  4. ୪.୦ ୪.୧ "Legionella (Legionnaires' Disease and Pontiac Fever) Signs and Symptoms". CDC. January 26, 2016. Retrieved 21 March 2016.
  5. "Legionella (Legionnaires' Disease and Pontiac Fever) Causes and Transmission". CDC. March 9, 2016. Retrieved 21 March 2016.
  6. "Legionella (Legionnaires' Disease and Pontiac Fever) People at Risk". CDC. January 26, 2016. Retrieved 21 March 2016.
  7. ୭.୦ ୭.୧ "Legionella (Legionnaires' Disease and Pontiac Fever) Clinical Features". CDC. October 28, 2015. Retrieved 21 March 2016.
  8. "Legionella (Legionnaires' Disease and Pontiac Fever) Diagnostic Testing". CDC. November 3, 2015. Retrieved 21 March 2016.
  9. "Legionella (Legionnaires' Disease and Pontiac Fever) Prevention". CDC. January 26, 2016. Retrieved 21 March 2016.
  10. ୧୦.୦ ୧୦.୧ "Legionella (Legionnaires' Disease and Pontiac Fever) Treatment and Complications". CDC. January 26, 2016. Retrieved 21 March 2016.
  11. Mandell, LA; Wunderink, RG; Anzueto, A; Bartlett, JG; Campbell, GD; Dean, NC; Dowell, SF; File TM, Jr; Musher, DM; Niederman, MS; Torres, A; Whitney, CG; Infectious Diseases Society of, America; American Thoracic, Society (1 March 2007). "Infectious Diseases Society of America/American Thoracic Society consensus guidelines on the management of community-acquired pneumonia in adults". Clinical infectious diseases : an official publication of the Infectious Diseases Society of America. 44 Suppl 2: S27-72. PMID 17278083.
  12. ୧୨.୦ ୧୨.୧ "Legionella (Legionnaires' Disease and Pontiac Fever) History and Disease Patterns". CDC. January 22, 2016. Retrieved 21 March 2016.
  13. "Legionella (Legionnaires' Disease and Pontiac Fever) Prevention". CDC. October 28, 2015. Retrieved 21 March 2016.
  14. "Legionella (Legionnaires' Disease and Pontiac Fever)". CDC. January 15, 2016. Retrieved 21 March 2016.