ଲାରୀ ପେଜ୍
ଲାରି ପେଜ୍ | |
---|---|
ଜନ୍ମ | Lawrence Page ମାର୍ଚ୍ଚ ୨୬, ୧୯୭୩ East Lansing, Michigan, U.S. |
ଜାତୀୟତା | American |
ଶିକ୍ଷାନୁଷ୍ଠାନ | University of Michigan (B.S.) Stanford University (M.S.) |
ବୃତ୍ତିସମୂହ | Computer scientist, Internet entrepreneur |
ପ୍ରସିଦ୍ଧି | Co-founder of Google Inc. and CEO of Alphabet Inc |
Title | CEO of Alphabet Inc |
ବୈବାହିକ-ସାଥୀ |
Lucinda Southworth (m. ୨୦୦୭) |
ସନ୍ତାନ | 2 |
ୱେବସାଇଟ | www.abc.xyz |
ଦସ୍ତଖତ | |
ଲରେନ୍ସ ଲାରି ପେଜ (୨୬/0୩/୧୯୭୩) ଜଣେ ଆମେରିକାର କମ୍ପ୍ୟୁଟର ବିଜ୍ଞାନୀ ଓ ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର ଗୁଗଲ ଓ ଆଲ୍ଫାବେଟ ଆଇ.ଏନ.ସିର ଉଦ୍ଭାବକ ।୧୯୯୬ରେ ଷ୍ଟାନ୍ଫୋର୍ଡ଼୍ ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ର ଲାରି ପେଜ୍ ଓ ସର୍ଜି ବ୍ରିନ୍ଙ୍କଦ୍ୱାରା ଗୁଗଲ ଆରମ୍ଭ ହୋଇଥିଲା । କାଲିଫର୍ନିଆର ମେନ୍ଲୋ ପାର୍କରେ ଥିବା ଜଣେ ବନ୍ଧୁଙ୍କ ଗ୍ୟାରେଜ୍ରେ ୭ ସେପ୍ଟେମ୍ବର, ୧୯୯୮ରେ ଗୁଗଲ କମ୍ପାନୀରେ ପରିଣତ ହେଲା । ୧୯୯୯ ଫେବୃଆରୀରେ କାଲିଫର୍ନିଆର ପାଲୋ ଆଲ୍ଟୋକୁ କମ୍ପାନୀ ସ୍ଥାନାନ୍ତରିତ ହେଲା । ଏହାର ବର୍ଷେ ପରେ 'ଗୁଗଲ୍ପ୍ଲେକ୍ସ' ନାମକ ସ୍ଥାନକୁ ଏହା ଅଣାଗଲା । ସେପ୍ଟେମ୍ବର ୨୦୦୧ରେ ଗୁଗଲର ପୃଷ୍ଟା ତଉଲ (PageRank) ପଦ୍ଧତିକୁ ଆମେରିକୀୟ ପେଟେଣ୍ଟ ମିଳିଲା । ଜୁଲାଇ ୨୦୧୫ରେ ସେ ଆଲ୍ଫାବେଟ୍ ଇନ୍ସ୍ର ସି.ଇ.ଓ ହେଲେ । ପେଜ୍ XPRIZE ସଙ୍ଗଠନର ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୦୪ରେ National Academy of Engineeringର ମୁଖ୍ୟ ସଦସ୍ୟ ଭାବେ ନିର୍ବାଚିତ ହେଲେ । ପେଜ୍ ୨୦୦୪ରେ ମାର୍କୋନୀ ପୁରସ୍କାର ଜିତିଥିଲେ ।
ବାଲ୍ୟ ଜୀବନୀ
[ସମ୍ପାଦନା]ପେଜ୍ ଆମେରିକାର ମିଚିଗାନାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା କାର୍ଲ ଭିନ୍ସେଣ୍ଟ ପେଜ କମ୍ପ୍ୟୁଟରରେ ପି.ଏଚ.ଡି କରିଥିଲେ । ସେ Michigan State Universityରେ କମ୍ପ୍ୟୁଟର ବିଜ୍ଞାନର ପ୍ରଫେସର୍ ଥିଲେ । ପେଜ୍ଙ୍କ ମା ଗ୍ଲୋରିଆ ମିଚିଗାନାର Lyman Briggs Collegeରେ କମ୍ପ୍ୟୁଟର ପ୍ରୋଗ୍ରାମିଙ୍ଗର ଅଧ୍ୟାପକ ଥିଲେ । ପେଜ୍ ପ୍ରଥମେ ୬ ବର୍ଷ ବୟସରେ କମ୍ପ୍ୟୁଟର ପ୍ରତି ଆକର୍ଷିତ ହୋଇଥିଲେ । ସେ Okemosର [en.Montessori] (ବର୍ତ୍ତମାନର Montessori Radmoor)ବିଦ୍ୟାଳୟରେ ୧୯୭୫ରୁ ୧୯୭୩ ଓ ୧୯୯୧ରେ East Lansing High Schoolରୁ ସ୍ନାତକ ପ୍ରାପ୍ତି ହୋଇଥିଲେ । ସେ ମିଚିଗାନା ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ବିଜ୍ଞାନରେ ବ୍ୟାଚେଲର୍ ଓ ଷ୍ଟାନ୍ମ୍ଫୋର୍ଡରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ମିଚିଗାନା ବବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ଲେଗୋ ବ୍ରିକ୍ସ୍ ବ୍ୟବହାର କରି ଇଙ୍କ୍ ଜେଟ୍ ପ୍ରିଣ୍ଟର ତିଆରି କରିଥିଲେ ଓ ସ୍କୁଲ ବସ୍ ଗୁଡିକୁ "ପି ଆର ଟି" (ପର୍ସନାଲ ରାପିଡ୍ ଟ୍ରାନ୍ସିଟ୍ ସିଷ୍ଟମ )(ବିନା ଚାଳକରେ ଚାଲୁଥିବା ଯାନ)ଦ୍ୱାରା ପରିଚାଳିତ ପାଇଁ ପ୍ରସ୍ତାବ ଆଣିଥିଲେ । ସେ ବ୍ୟବସାୟ ପାଇଁ music synthesizer ସଫ୍ଟୋଓୟାରର ମଧ୍ୟ ଜୋଜନା କରିଥିଲେ ।
ଅନ୍ୟାନ୍ୟ
[ସମ୍ପାଦନା]ପେଜ୍ ଟେଲ୍ସା ମୋଟର୍ସର ଏକ ପୁଞ୍ଜି ନିବେଶକ ଥିଲେ । ସେ ଗୁଗଲ.ଓଆରଜିରୁ ଅର୍ଥ ଆନିଣି ପୁଞ୍ଜି ନିବେଶ କରୁଥିେ। ସାମାଜିକ ଓ ଅର୍ଥନୀତୀକୁ ପ୍ରଭାବ କରୁଥିବା ଉଚ୍ଚସ୍ତରୀୟ ବ୍ୟବସ୍ଥାକୁ ପ୍ରଯୁକ୍ତିବିଦ୍ୟାଦ୍ୱାରା କିପରି ଉନ୍ନତ୍ତ କରିଯାଇପାରିବ ସେ ବିଷୟରେ ମଧ୍ୟ କହିଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ରିଚାର୍ଡ ବ୍ରାନସନ୍ଙ୍କ ଦ୍ୱୀପ କାରିବିଆନର ଲୁଚିଣ୍ଦା ସାଉଥୱର୍ଥଙ୍କୁ ୨୦୦୭ରେ ବିବାହ କରିଥିଲେ । ସାଉଥୱର୍ଥ ଜଣେ ବୈଜ୍ଞ୍ୟାନିକ ଓ ଅଭିନେତ୍ରୀ କ୍ୟାରୀ ସାଉଥୱର୍ଥଙ୍କ ଭଉଣୀ ଥିଲେ । ତାଙ୍କର ପ୍ରଥମ ସନ୍ତାନ ୨୦୦୯ ଓ ଦ୍ୱିତୀୟ ସନ୍ତାନ ୨୦୧୧ରେ ଜନ୍ମଗ୍ରହଣ କରିଥିଲେ ।