ଲାଟେରାଲ କ୍ୟାନ୍ଥୋଟୋମି
Lateral canthotomy | |
---|---|
ହସ୍ତକ୍ଷେପ | |
ଫାଇଲ:Canthotomylateral.png |
ଲାଟେରାଲ କ୍ୟାନ୍ଥୋଟୋମି (ଇଂରାଜୀ ଭାଷାରେ Lateral canthotomy) ହେଉଛି ଏକ ଜରୁରୀ ପ୍ରଣାଳୀ ଯାହା ତୀବ୍ର ଅର୍ବିଟାଲ୍ କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ (ଓସିଏସ/ OCS) ରୋଗରର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ଏହା ଦୃଷ୍ଟି ଶକ୍ତି ସମସ୍ୟା, ବର୍ଦ୍ଧିତ ଇଣ୍ଟ୍ରାଓକୁଲାର ଚାପ (IOP), ଆଖିକୁ ଘୁଞ୍ଚାଇବା କ୍ଷମତା ହ୍ରାସ ଏବଂ ପ୍ରଭାବିତ ଆଖିରେ ଆଲୋକ ଆଲୋକିତ ହେବାବେଳେ ବିପରୀତ ଆଖିର କନୀନିକା ବିସ୍ତାର ପ୍ରାପ୍ତ ହେଉଥିଲେ ବ୍ୟବହାର କରାଯାଇପାରେ ।[୧] ପ୍ରଣାଳୀ ମାତ୍ରା କାର୍ଯ୍ୟ କରିବାକୁ ଅଧିକ ସମୟ ଲାଗେ ନାହିଁ ।[୧]
ତୀବ୍ର ଓସିଏସର ସବୁଠାରୁ ସାଧାରଣ କାରଣ ହେଉଛି ଏକ ଆଘାତ ଯାହା ଦ୍ୱାରା ଗୋଲାକାର ଡୋଳା ବା ଗ୍ଲୋବ ପଛରେ ରକ୍ତସ୍ରାବ ହୁଏ | [୨] ଅନ୍ୟାନ୍ୟ କାରଣ ମଧ୍ୟରେ ସ୍ୱତଃ ରକ୍ତସ୍ରାବ, ସାମ୍ପ୍ରତିକ ଚକ୍ଷୁ ଅସ୍ତ୍ରୋପଚାର ଏବଂ ଅର୍ବିଟାଲ ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇପାରେ । [୧] ପ୍ରଣାଳୀ ପ୍ରତିବନ୍ଧକରେ ଭାଙ୍ଗିଯାଇଥିବା ଗ୍ଲୋବ ଅନ୍ତର୍ଭୁକ୍ତ ।[୧]
ଏହି ପ୍ରଣାଳୀରେ ଏପିନେଫ୍ରିନ୍ ସହିତ ଲିଡୋକେନ୍ ସହିତ ଚର୍ମର ପାର୍ଶ୍ୱକୁ କାଲୁଆ କରାଯାଏ । [୧] ଆଖିର ପାର୍ଶ୍ୱ କୋଣକୁ ହେମୋଷ୍ଟାଟ ସାହାଯ୍ୟରେ ସଂକ୍ଷେପରେ ଚୂର୍ଣ୍ଣ ହୋଇଯାଏ ।[୧] ଏହା ପରେ ଧାର ବିହୀନ କଇଞ୍ଚି ସାହାଯ୍ୟରେ ଏହି ତନ୍ତୁ ମଧ୍ୟରେ ୧ରୁ ୨ସେମି କଟା ଯାଏ । [୧] ଲାଟେରାଲ୍ କ୍ୟାନ୍ଥାଲ ଟେଣ୍ଡନ୍ ଖୋଲିବା ପାଇଁ ତଳ ଆଖିପତାକୁ ଟାଣି ଦିଆଯାଏ ।[୧] ଏହି ଟେଣ୍ଡନର ତଳ ଅଂଶକୁ କଇଞ୍ଚି ସାହାଯ୍ୟରେ କାଟିଦିଆଯାଏ ।[୧] ଯଦି ଏହା ଯଥେଷ୍ଟ ନୁହେଁ ତେବେ ଉପର ଅଂଶ ମଧ୍ୟ କଟାଯାଇପାରେ ।[୧]
ସଫଳତାର ସଙ୍କେତ ମଧ୍ୟରେ ଏକ ଗତିଶୀଳ ତଳ ଆଖିପତା, ଆଇଓପି/ IOP ହ୍ରାସ, ଏବଂ ଉନ୍ନତ ଦୃଷ୍ଟିଶକ୍ତି ଅନ୍ତର୍ଭୁକ୍ତ ।[୧] ପ୍ରଣାଳୀ ପରେ କଟା ଅଂଶ ଖୋଲା ଛାଡ଼ି ଏକ ଜୀବାଣୁରହିତ ଡ୍ରେସିଂରେ ଆଚ୍ଛାଦିତ କରାଯାଏ ।[୨] ସମ୍ଭବ ହେଲେ ଶଯ୍ୟାର ମୁଣ୍ଡ ପାଖକୁ ୪୫ ଡିଗ୍ରୀରେ ଟେକି ରଖିବା ଉଚିତ୍ ।[୩] କିଛି ଦିନ ପରେ ଚକ୍ଷୁ ବିଶେଷଜ୍ଞଙ୍କ ଦ୍ୱାରା ଏହା ବନ୍ଦ କରାଯାଇପାରେ ।[୧]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ Desai, NM; Shah, Su (January 2021). "Lateral Orbital Canthotomy". StatPearls. PMID 32491408.
- ↑ ୨.୦ ୨.୧ Ballard, SR; Enzenauer, RW; O'Donnell, T; Fleming, JC; Risk, G; Waite, AN (2009). "Emergency lateral canthotomy and cantholysis: a simple procedure to preserve vision from sight threatening orbital hemorrhage". Journal of special operations medicine : a peer reviewed journal for SOF medical professionals. 9 (3): 26–32. PMID 19739474.
- ↑ "Orbital Compartment Syndrome" (PDF). MAGPAS AIr Ambulance. June 2018. Archived (PDF) from the original on 11 July 2021. Retrieved 14 March 2021.