ଲାକ୍ଟିଟୋଲ
| Clinical data | |
|---|---|
| Trade names | Importal, Pizensy, Lacty, others |
| Synonyms | Lactit, lactositol, lactobiosit[୧] |
| data | |
| Pregnancy category |
|
| Routes of administration | By mouth |
| Legal status | |
| Legal status |
|
| Identifiers | |
| |
| E number | E966 (glazing agents, ...) |
| ECHA InfoCard | 100.008.698 |
| Chemical and physical data | |
| Formula | C12H24O11 |
| Molar mass | ୩୪୪.୩୧ g·mol−1 |
| 3D model (JSmol) | |
| Melting point | 146 °C (295 °F) |
| |
| |
ଲାକ୍ଟିଟୋଲ ହେଉଛି ଏକ ଚିନି ମଦ୍ୟ ଏବଂ ରେଚକ ବା ଲାକ୍ସେଟିଭ ।[୧] ଏକ ରେଚକ ଭାବରେ ଏହା ଅଜ୍ଞାତ କାରଣର ଦୀର୍ଘକାଳୀନ କୋଷ୍ଠକାଠିନ୍ୟ ପାଇଁ ବ୍ୟବହୃତ ହୁଏ । [୨] ଏହା ପାଟିରେ ଦିଆଯାଏ ।[୨] କମ କ୍ୟାଲୋରୀଯୁକ୍ତ ଖାଦ୍ୟରେ ଏହା ଏକ ରିପ୍ଲେସମେଣ୍ଟ ମିଠା ଭାବରେ ମଧ୍ୟ ବ୍ୟବହୃତ ହୁଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟଫମ୍ପା, ତରଳ ଝାଡ଼ା ଏବଂ ରକ୍ତଚାପ ବୃଦ୍ଧି ହୋଇପାରେ ।[୨] ଏହା ଏକ ଅସୋମୋଟିକ୍ ରେଚକ ଏବଂ କ୍ଷୁଦ୍ର ଅନ୍ତନଳୀରେ ପାଣି ଟାଣି କାମ କରେ ।[୨] ଏଥିରେ ସୁକ୍ରୋଜର ପ୍ରାୟ ୩୦-୪୦% ମିଠା ଅଂଶ ଥାଏ ।[୧]
ଲାକ୍ଟିଟୋଲ ପ୍ରଥମେ ୧୯୨୦ ମସିହାରେ ସେଣ୍ଡେରେନ୍ସଦ୍ୱାରା ବର୍ଣ୍ଣନା କରାଯାଇଥିଲା ।[୧] ୨୦୨୦ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଥିଲା ।[୨] ଏହା ଯୁକ୍ତରାଷ୍ଟ୍ରରେ ସାଧାରଣତଃ ନିରାପଦ ଭାବରେ ସ୍ୱୀକୃତିପ୍ରାପ୍ତ ଏବଂ ୟୁରୋପରେ ମିଠାକାର (sweetener) ଭାବରେ ଅନୁମତିପ୍ରାପ୍ତ ।[୧] ୨୦୦୯ରେ ଏହା କିଲୋଗ୍ରାମ ପିଛା ପ୍ରାୟ୨.୫ ଡଲାରରେ ବିକ୍ରି ହୋଇଥିଲା ।[୩] ଏହା ଲାକ୍ଟୋଜରୁ ତିଆରି ହୁଏ ।[୧]
ଆଧାର
[ସମ୍ପାଦନା]- 1 2 3 4 5 6 7 O'Brien-Nabors, Lyn (8 June 2001). Alternative Sweeteners, Third Edition, Revised and Expanded (in ଇଂରାଜୀ). CRC Press. p. 297. ISBN 978-0-8247-0437-7. Archived from the original on 12 November 2022. Retrieved 4 November 2022.
- 1 2 3 4 5 "DailyMed - PIZENSY- lactitol powder, for solution". dailymed.nlm.nih.gov. Archived from the original on 25 October 2020. Retrieved 4 November 2022.
- ↑ Illanes, Andrés; Guerrero, Cecilia; Vera, Carlos; Wilson, Lorena; Conejeros, Raúl; Scott, Felipe (6 July 2016). Lactose-Derived Prebiotics: A Process Perspective (in ଇଂରାଜୀ). Academic Press. p. 100. ISBN 978-0-12-802745-5. Archived from the original on 12 November 2022. Retrieved 4 November 2022.