Jump to content

ଲଲାଟେନ୍ଦୁ ସାହୁ

ଉଇକିପିଡ଼ିଆ‌ରୁ
ଲଲାଟେନ୍ଦୁ ସାହୁ
ଜନ୍ମ (1977-07-13) ୧୩ ଜୁଲାଇ ୧୯୭୭ (ବୟସ ୪୮)
କରଡ଼ାପାଳ, କଟକ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ
ବୃତ୍ତିପ୍ରଶାସନିକ ଅଧିକାରୀ
ଉଲ୍ଲେଖନୀୟ କୃତିଲଲାଟେନ୍ଦୁଙ୍କ ଗଳ୍ପ ଶତକ
ପିତାମାତାସାର୍ତକୀ ସାହୁ (ପିତା), ମଞ୍ଜୁଲତା ସାହୁ (ମାତା)

ଲଲାଟେନ୍ଦୁ ସାହୁ ଜଣେ ଓଡ଼ିଆ ସାହିତ୍ୟିକ ଓ ପ୍ରଶାସନିକ ଅଧିକାରୀ । ସେ ଉଭୟ ଓଡ଼ିଆ ଗଳ୍ପ, ଉପନ୍ୟାସ ଆଦି ରଚନା କରିଛନ୍ତି ।[]

ବାଲ୍ୟଜୀବନ ଓ ଶିକ୍ଷା

[ସମ୍ପାଦନା]

ଲଲାଟେନ୍ଦୁ ୧୯୭୭ ମସିହାରେ ଯାଜପୁର ଜିଲ୍ଲାର କରଡ଼ାପାଳଠାରେ ଜନ୍ମଗ୍ରହଣ କରିଥିଲେ । ରେଭେନସା ମହାବିଦ୍ୟାଳୟରୁ ୧୯୯୭ରେ ଇଂଲିଶ ଭାଷା ସାହିତ୍ୟରେ ସ୍ନାତ କ ସମାପ୍ତାନ୍ତେ ୨୦୦ ମସିହାରେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେଲେ । ୨୦୦୪ରେ ସେ ସମାଜବିଜ୍ଞାନରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ପୋଲିସ୍ କଲଚର୍ ଓ ମାନବାଧିକାର ଉପରେ ସନ୍ଦର୍ଭ ଲେଖି ପିଏଚ୍ ଡି ଲାଭ କରିଥିଲେ । [][] ରାଜ୍ୟ ସରକାରଙ୍କ ସର୍ଭେ ସେଟଲମେଣ୍ଟ, ପୁରୀ କୋଣାର୍କ ଉନ୍ନୟନ ପରିଷଦ ଇତ୍ୟାଦିରେ କାର୍ଯ୍ୟରତ ଲଲାଟେନ୍ଦୁ ଅନେକ ଗଳ୍ପ, ଉପନ୍ୟାସ ଓ ଗବେଷଣାତ୍ମକ ପ୍ରବନ୍ଧର ସ୍ରଷ୍ଟା ।[][]

ରଚନାବଳୀ

[ସମ୍ପାଦନା]
  • ଘାଟମୁହାଁ ଡଙ୍ଗା (ଉପନ୍ୟାସ, ୨୦୨୩)[]
  • ଏକ ଅପହୃତ କଲିଂବେଲର ସମାଧି (ଗଳ୍ପ, ୨୦୨୩)
  • ଅଣଚାଷ ପବନ (ଗଳ୍ପ, ୨୦୨୨)
  • ଲଲାଟେନ୍ଦୁଙ୍କ ଗଳ୍ପ ଶତକ
  • କଥା କୁହ କୋଣାର୍କ (କବିତା)
  • Frozen Fire (Novel)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ୨୦୨୪ - ଆନନ୍ଦପୁର ଲେଖକ ସମବାୟ ସମିତି ପକ୍ଷରୁ 'ସାରସ୍ୱତ ଗଳ୍ପ ସମ୍ମାନ'[]
  • ପରାଗ ସାହିତ୍ୟ ସମ୍ମାନ
  • ୫ମ ଅଜୟ ଉତ୍ସବ ସାହିତ୍ୟ ସମ୍ମାନ
  • ସାହିତ୍ୟାୟନ ସମ୍ମାନ
  • ବ୍ୟାସ ପ୍ରତିଭା ସମ୍ମାନ
  • ରାଜ୍ୟ ଯୁବ ସାହିତ୍ୟ ପର୍ବ ସମ୍ମାନ
  • ଅନ୍ତର୍ଜାତିକ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ସମ୍ମାନ
  • ୨୩ତମ ରାଜଧାନୀ ପୁସ୍ତକମେଳା ପୁରସ୍କାର
  • ମାନସିଂହ ସାହିତ୍ୟ ସଂସଦ ପକ୍ଷରୁ 'ଗଳ୍ପ ସମ୍ମାନ' ୨୦୨୪[]
  1. https://sambadepaper.com/imageview_48001_870408_4_71_01-12-2024_9_i_1_sf.html
  2. https://dharitriepaper.in/edition/16997/chhutidina/page/9#
  3. ଘାଟ ମୁହାଁ ଡଙ୍ଗା. ଭୁବନେଶ୍ୱର: ପକ୍ଷୀଘର ପ୍ରକାଶନୀ. ୨୦୨୩. pp. କଭର ପୃଷ୍ଠା.
  4. chrome-extension://efaidnbmnnnibpcajpcglclefindmkaj/https://home.odisha.gov.in/sites/default/files/2023-07/26927.pdf
  5. https://dharitriepaper.in/edition/17403/chhutidina/page/6
  6. https://indiawhispers.com/2023/11/19/novel-short-story-books-by-lalatendu-sahu-released/
  7. https://sambadepaper.com/imageview_49401_224525_4_90_09-12-2024_0_i_1_sf.html
  8. https://samajaepaper.in/imageview_9_271220243163224_4_73_27-12-2024_17_i_1_sf.html