ଲଲାଟେନ୍ଦୁ ରଥ
ଦେଖଣା
ଲଲାଟେନ୍ଦୁ ରଥ | |
|---|---|
| ବୃତ୍ତି |
|
| ଭାଷା | ଓଡ଼ିଆ |
| ନାଗରିକତା | ଭାରତୀୟ |
| ସାହିତ୍ୟ କୃତି | ଆକାଶ ଯେଉଁଠି ସରିଯାଏ |
ଲଲାଟେନ୍ଦୁ ରଥ ଜଣେ ଓଡ଼ିଆ ନାଟ୍ୟକାର, ଅଭିନେତା, ଚିତ୍ରଶିଳ୍ପୀ ଓ ମଞ୍ଚ ନିର୍ଦ୍ଦେଶକ।[୧][୨]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଲଲାଟେନ୍ଦୁ ବିଦ୍ୟାଳୟରେ ଶିକ୍ଷାଲାଭ ସମୟରୁ ନାଟକ ବାବଦରେ ବିଭିନ୍ନ ପାଠାଗାରରୁ ବହି ସଂଗ୍ରହ କରି ପଢ଼ୁଥିଲେ। ୧୯୭୦ରେ ସେ ଇଞ୍ଜିନିୟରିଂ ଶିକ୍ଷା ସମାପ୍ତ କଲେ। ପରେ ନାଟକ ମଞ୍ଚରେ ବିଭିନ୍ନ କାର୍ଯ୍ୟ କରିଥିବା ବେଳେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ। କିଛି ବର୍ଷ ଷ୍ଟିଲ ପ୍ଲାଣ୍ଟରେ ଚାକିରୀ କଲା ପରେ ସେ ନାଟକ ନିର୍ଦ୍ଦେଶନା ଆରମ୍ଭ କରିଥିଲେ । ପ୍ରଥମଥର ପାଇଁ ସେ କଳିଙ୍ଗ କଳା ପରିଷଦର ପ୍ରଥମ ନାଟକ ରାମ-ଶ୍ୟାମ-ଯଦୁର ନିର୍ଦ୍ଦେଶନା ଦେଇଥିଲେ । ଏପର୍ଯ୍ୟନ୍ତ ୩୦ରୁ ୩୫ଟି ନାଟକର ନିର୍ଦ୍ଦେଶନା ଦେଇଥିବା ବେଳେ ଏକାଧିକ ମୌଳିକ ନାଟକ ରଚନା କରିଛନ୍ତି। ସେ ଇଂରାଜୀ, ବଙ୍ଗଳା, ହିନ୍ଦୀ ଓ ମରାଠୀରୁ ଅନେକ ନାଟକ ଓଡ଼ିଆରେ ଅନୁବାଦ କରିଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରେ ତାଙ୍କ ନିର୍ଦ୍ଦେଶିତ ନାଟକମାନ ପ୍ରଦର୍ଶିତ ହୋଇଛି ।
ମଞ୍ଚସ୍ଥ ନାଟକ
[ସମ୍ପାଦନା]- ପ୍ରାପ୍ତି
- ବାହାର ଲୋକ
- ଆକାଶ ଯେଉଁଠି ସରିଯାଏ
- ଶେଷ ପୃଷ୍ଠା
- ସହଯାତ୍ରୀ
- ଅପରାହ୍ଣର ଆକାଶ
ରଚନାବଳୀ
[ସମ୍ପାଦନା]- ତିନୋଟି ଏକକ ନାଟକ (ସହଯାତ୍ରୀ, ଅପରାହ୍ଣର ଆକାଶ ଓ ଶେଷ ପୃଷ୍ଠା)
ଆଧାର
[ସମ୍ପାଦନା]- ↑ Pioneer, The. "Play 'Nisiddha Nagari' performed". The Pioneer (in ଇଂରାଜୀ). Retrieved 2024-12-11.
- ↑ "ନାଟକ ହେଉଛି ସାଧନା". samajaepaper.in. Retrieved 2024-12-11.