ଲଣ୍ଠନ
Jump to navigation
Jump to search
![]() | ଏହି ପ୍ରସଙ୍ଗଟିରେ ଗୋଟିଏ ବି ଆଧାର ନାହିଁ । ଦୟାକରି ଏଥିରେ ବିଶ୍ୱସନୀୟ ସ୍ରୋତ (ଖବରକାଗଜ, ଜର୍ଣ୍ଣାଲ ଆଦି) ଆଧାର ରୂପେ ଦିଅନ୍ତୁ । ଆଧାର ନ ଥିବା ପ୍ରସଙ୍ଗ ଲିଭାଇ ଦିଆଯାଇପାରେ. |
ଲଣ୍ଠନ ବିଭିନ୍ନ ପ୍ରକାର ଯେମିତି କିରୋସିନ୍, ପେଟ୍ରୋମାକ୍ସ୍ କିମ୍ବା ବିଦ୍ୟୁତ୍ ଚାଳିତ ଆଲୋକ ଉପକରଣ ହୋଇପାରେ। କିନ୍ତୁ ଓଡି଼ଶାରେ ଲଣ୍ଠନ କହିଲେ ସାଧାରଣତଃ କିରୋସିନ୍ ଚାଳିତ ଲଣ୍ଠନକୁ ବୁଝାଯାଏ। ଲଣ୍ଠନ ଭିତରେ ମହମବତୀ, କିରୋସିନ୍ ସଳିତା, ପେଟ୍ରୋମାକ୍ସ୍ ମେଣ୍ଟଲ୍ କିମ୍ବା ବିଦ୍ୟୁତ୍ ବତୀ ଆଲୋକର ଉତ୍ସ ଭାବରେ ବ୍ୟବହାର ହୋଇଥାଏ। ଖୋଲା ଆଲୋକ ଉତ୍ସ ଯେମିତି ମହମବତୀ କିମ୍ବା ଡିବିରି ବତୀରୁ ଅନେକ ପ୍ରକାରେ ଅଗ୍ନି ବିପତ୍ତି ହେବାର ସମ୍ଭାବନା ଥିବା ବେଳେ ଲଣ୍ଠନ ଏକ ନିରାପଦ ବତୀ ଭାବରେ ବ୍ୟବହାର କରାଯାଇଥାଏ। ପ୍ରକୃତରେ ଲଣ୍ଠନର ଉଦ୍ଭାବନ ନିରାପଦ ଆଲୋକ ପାଇବା ଉଦ୍ଦେଶ୍ୟରେ ହିଁ ହୋଇଥିଲା। ଅଧିକନ୍ତୁ ଘର ବାହାରେ ଲଣ୍ଠନର ଆଲୋକ ଉପରେ ପବନର ପ୍ରଭାବ ବିଶେଷ ନଥାଏ।