ଲଘିଷ୍ଠ ସାଧାରଣ ଗୁଣିତକ

ଉଇକିପିଡ଼ିଆ‌ରୁ


ପାଟିଗଣିତ ତଥା ସଂଖ୍ୟାତତ୍ତ୍ୱରେ ଅନ୍ତତଃ ଦୁଇଟି ପୂର୍ଣ୍ଣାଙ୍କର ( ଯଥା 'କ' ଓ 'ଖ' ) ଲଘିଷ୍ଠ ସାଧାରଣ ଗୁଣିତକ (LCM ବା ଲ. ସା. ଗୁ. )ହେଉଛି ସେହି କ୍ଷୁଦ୍ରତମ ଧନାତ୍ମକ ସଂଖ୍ୟା ଯାହା ଉଭୟ 'କ' ଓ 'ଖ'ଦ୍ୱାରା ବିଭାଜ୍ୟ ।.[୧] ସେହିପରି ଦୁଇରୁ ଅଧିକ ପୂର୍ଣ୍ଣାଙ୍କର ଲ. ସା. ଗୁ. ହେବ ସେହି କ୍ଷୁଦ୍ରତମ ଧନାତ୍ମକ ସଂଖ୍ୟା ଯାହା ନିଆଯାଇଥିବା ପ୍ରତ୍ୟେକ ସଂଖ୍ୟାଦ୍ୱାରା ବିଭାଜ୍ୟ ହେବ ।[୨] ଯେହେତୁ ଶୁନ୍ୟଦ୍ୱାରା ଗାଣିତିକ ବିଭାଜନ ଏକ ଅସମ୍ଭବ ପ୍ରକ୍ରିୟା, ଅଣଶୁନ୍ୟ ସଂଖ୍ୟାମାନଙ୍କର ହିଁ ଲଘିଷ୍ଠ ସାଧାରଣ ଗୁଣିତକ ନିର୍ଣ୍ଣୟ କରାଯାଇପାରିବ ।[୩] ତଥାପି କେତେକ ଗାଣିତିକଙ୍କ ମତରେ 'କ' (ଅନଶୁନ୍ୟ ସଂଖ୍ୟା) ଏବଂ ଶୁନ୍ୟ (୦)ର ଲ. ସା. ଗୁ. ଶୁନ୍ୟ (୦) ହେବ ।

ଗାଣିତିକ ପ୍ରୟୋଗ[ସମ୍ପାଦନା]

  • ଭଗ୍ନାଂଶ ଗୁଡିକର ଯୋଗ/ବିଯୋଗ ପ୍ରକ୍ରିୟାରେ ହରମାନଙ୍କର ଲସାଗୁ ହେବ ଯୋଗଫଳର ଲସାଗୁ ।
  • ପୂର୍ଣ୍ଣାଙ୍କମାନଙ୍କର ଲସାଗୁ ଓ ଗସାଗୁର ଗୁଣଫଳ ହେବ ସଂପୃକ୍ତ ସଂଖ୍ୟାମାନଙ୍କର ଗୁଣଫଳ ।[୪]

ଉଦାହରଣ[ସମ୍ପାଦନା]

ଗୁଣନୀୟକ ପଦ୍ଧତିରେ ୪ ଓ ୬ର ଲସାଗୁ ନିର୍ଣ୍ଣୟ:

୪ର ଗୁଣିତକସବୁ ହେଲା:- ୪, ୮, ୧୨, ୧୬, ୨୦, ୨୪ ...............

୬ର ଗୁଣିତକ ସବୁ ହେଲା:- ୬, ୧୨, ୧୮, ୨୪ .................

ଉଭୟ ମଧ୍ୟରେ ସାଧାରଣ ଗୁଣିତକଗୁଡିକ ହେଲା: ୧୨, ୨୪ .........

ଅତଏବ ଲଘିଷ୍ଠ ସାଧାରଣ ଗୁଣିତକଟି ହେଉଛି - ୧୨

ଆଧାର[ସମ୍ପାଦନା]

  1. Hardy & Wright, § 5.1, p. 48
  2. "Least common multiple (LCM)". Retrieved 11 June 2018.
  3. Long (1972, p. 39)
  4. "Least common multiple". Retrieved 11 June 2018.

ବାହାର ଲିଙ୍କ[ସମ୍ପାଦନା]