ଗରିଷ୍ଠ ସାଧାରଣ ଗୁଣନୀୟକ

ଉଇକିପିଡ଼ିଆ‌ରୁ


ପାଟିଗଣିତ ତଥା ସଂଖ୍ୟାତତ୍ତ୍ୱରେ ଅନ୍ତତଃ ଦୁଇଟି ପୂର୍ଣ୍ଣାଙ୍କର ( ଅଣଶୁନ୍ୟ , ଯଥା 'କ' ଓ 'ଖ' ) ଗରିଷ୍ଠ ସାଧାରଣ ଗୁଣନୀୟକ (GCD ବା ଗ. ସା. ଗୁ. )ହେଉଛି ସେହି ବୃହତ୍ତମ ଧନାତ୍ମକ ସଂଖ୍ୟା ଯାହାଦ୍ୱାରା ଉଭୟ 'କ' ଓ 'ଖ' ବିଭାଜ୍ୟ । ସେହିପରି ଦୁଇରୁ ଅଧିକ ପୂର୍ଣ୍ଣାଙ୍କର ଗ. ସା. ଗୁ. ହେବ ସେହି ବୃହତ୍ତମ ଧନାତ୍ମକ ସଂଖ୍ୟା ଯାହାଦ୍ୱାରା ନିଆଯାଇଥିବା ପ୍ରତ୍ୟେକ ସଂଖ୍ୟା ବିଭାଜ୍ୟ ହେବ ।[୧][୨]

ଗାଣିତିକ ପ୍ରୟୋଗ[ସମ୍ପାଦନା]

  • ପୂର୍ଣ୍ଣାଙ୍କମାନଙ୍କର ଲସାଗୁ ଓ ଗସାଗୁର ଗୁଣଫଳ ହେବ ସଂପୃକ୍ତ ସଂଖ୍ୟାମାନଙ୍କର ଗୁଣଫଳ ।[୩]

ଉଦାହରଣ[ସମ୍ପାଦନା]

ଗୁଣନୀୟକ ପଦ୍ଧତିରେ ୫୪ ଓ ୨୪ର ଗସାଗୁ ନିର୍ଣ୍ଣୟ:

୫୪ର ଗୁଣନୀୟକ ସବୁ ହେଲା:- ୫୪×୧= ୨୭×୨= ୧୮×୩ = ୯×୬

୨୪ର ଗୁଣନୀୟକ ସବୁ ହେଲା:- ୨୪ ×୧= ୮×୩= ୪×୬= ୧୨×୨

୫୪ର ସାଧାରଣ ଗୁଣନୀୟକ ସବୁ ହେଲା =୧, ୨, ୩, ୬, ୯, ୧୮, ୨୭, ୫୪

୨୪ର ସାଧାରଣ ଗୁଣନୀୟକ ସବୁ ହେଲା= ୧, ୨, ୩, ୪, ୬, ୮, ୧୨, ୨୪

ଉଭୟ ମଧ୍ୟରେ ସାଧାରଣ ଗୁଣନୀୟକସବୁ ହେଲା: ୧, ୨, ୩, ୬

ଉଭୟ ମଧ୍ୟରେ ବୃହତ୍ତମ ସାଧାରଣ ଗୁଣନୀୟକ ହେଲା: ୬

ଅତଏବ ୫୪୨୪ଗରିଷ୍ଠ ସାଧାରଣ ଗୁଣନୀୟକ ଟି ହେଉଛି -

ଆଧାର[ସମ୍ପାଦନା]

  1. Long (1972, p. 33)
  2. Pettofrezzo & Byrkit (1970, p. 34)
  3. "Least common multiple". Retrieved 11 June 2018.

ବାହାର ଲିଙ୍କ[ସମ୍ପାଦନା]