Jump to content

ଲକ୍ଷ୍ମୀ ଇନ୍ଦିରା ପଣ୍ଡା

ଉଇକିପିଡ଼ିଆ‌ରୁ
ଲକ୍ଷ୍ମୀ ଇନ୍ଦିରା ପଣ୍ଡା

ଲକ୍ଷ୍ମୀ ଇନ୍ଦିରା ପଣ୍ଡା, ଆଜାଦ୍ ହିନ୍ଦ୍ ଫୌଜରେ ଯୋଗଦେଇଥିବା ଏକମାତ୍ର ଓଡ଼ିଆ ମହିଳା । []ଗଞ୍ଜାମ ଜିଲ୍ଲା ବୁଗୁଡ଼ା ନିକଟସ୍ଥ ବେଲପୁରଠାରେ ସେ ଜନ୍ମଗ୍ରହଣ କରିଥିଲେ। ବାପା ତ୍ରିନାଥ ଓ ମାଆ:କମଳା ସ୍ୱାମୀ: ଖଗେଶ୍ୱର ପଣ୍ଡା ଝିଅ: ରେଣୁକା ଓ ପୁଅ: ସୁରେନ୍ଦ୍ର

ଜୀବନୀ

[ସମ୍ପାଦନା]

ରେଙ୍ଗୁନର ଏକ କ୍ୟାମ୍ପ, ଯେଉଁଠି ଲକ୍ଷ୍ମୀଙ୍କ ପିତା ମାତା ରେଳ ଲାଇନ ବିଛାଇବା କାମରେ ଇଁରେଜ ମାନଙ୍କଦ୍ୱାରା ନିୟୋଜିତ ହୋଇଥିଲେ, ସେହି କ୍ୟାମ୍ପରେ ଲକ୍ଷ୍ମୀଙ୍କ ଜନ୍ମ ୧୯୩୦ ମସିହା ପାଖାପାଖି । ଲକ୍ଷ୍ମୀ ମଧ୍ୟ ପିଲାଟିଦିନେ ସେହି କ୍ୟାମ୍ପ କାମରେ ନିୟୋଜିତ ଥିଲେ । ୧୯୪୨ ମସିହା ବେଳକୁ ଯେତେବେଳେ ଜାପାନ ବର୍ମାର କିଛି ଅଂଶ ଦଖଲ କରିବାକୁ ବସିଲା ସେତେବେଳେ ବ୍ରିଟିଶ ସେନା ବୋମା ବର୍ଷଣ କରିବାକୁ ଲାଗିଲା । ଏହି ବୋମା ବର୍ଷଣରେ ଲକ୍ଷ୍ମୀଙ୍କ ପିତାମାତା ମୃତ୍ୟୁବରଣ କଲେ ।

୧୪ ବର୍ଷ ବୟସରେ ସୁଭାଷ ଚନ୍ଦ୍ର ବୋଷଙ୍କ ଇଣ୍ଡିଆନ୍‌ ନ୍ୟାସନାଲ ଆର୍ମି ବା ଆଜାଦ ହିନ୍ଦ୍ ଫୌଜରେ ଯୋଗଦେଇଥିଲେ ।[] ଦେଶ ପାଇଁ ସେ ସଂଗ୍ରାମ କରିଥିଲେ, କିନ୍ତୁ ଜେଲ୍ ଯାଇନଥିବାରୁ ସରକାର ତାଙ୍କୁ ସ୍ୱାଧୀନତା ସଂଗ୍ରାମୀର ସ୍ୱୀକୃତି ଦେଇନଥିଲେ ଦୀର୍ଘ ବର୍ଷ ଧରି । କୋରାପୁଟ ଜିଲ୍ଲାର ଜୟପୁର ସହରରେ ପରିବାର ଚଳାଇବା ପାଇଁ ପରଘରେ ବାସନ ମାଜିବାକୁ ପଡ଼ିଥିଲା ତାଙ୍କୁ । ସେ ଦେଶ ପାଇଁଁ ଲୋହିତ ବହ୍ନି ପରି ଜଳିବାକୁ ପଛେଇ ନଥିଲେ, କିନ୍ତୁ ଅଭାବ ଅନାଟନ ତାଙ୍କ ଆଖିରେ ଭରିଦେଇଥିଲା ଲୁହ ।[] ଆର୍ମିରେ ଦୁଇ ଜଣ ଲକ୍ଷ୍ମୀ ଥିବାରୁ ସୁଭାଷ ବୋଷ ନିଜେ ତାଙ୍କ ନାଁ ଦେଇଥିଲେ ଇନ୍ଦିରା ।

ପୁରସ୍କାର

[ସମ୍ପାଦନା]
  • ୨୦୦୮ ମସିହା ଅକ୍ଟୋବର ୨୫ ତାରିଖରେ  ମିଳିଥିଲା ରାଷ୍ଟ୍ରୀୟ ସ୍ୱତନ୍ତ୍ର ସୈନିକ ସମ୍ମାନ

ଶେଷ ଜୀବନ

[ସମ୍ପାଦନା]

ଇଣ୍ଡିଆନ୍‌ ନ୍ୟାସନାଲ ଆର୍ମିର ପତନ ପରେ ସେ ଏକା ଓଡ଼ିଶା ଫେରି ଆସିଲେ ଏବଂ ବ୍ରହ୍ମପୁରର ଖଗେଶ୍ୱର ପଣ୍ଡାଙ୍କୁ ବିବାହ କଲେ, ଯିଏ ହୀରାକୁଦ ନଦୀବନ୍ଧ ପ୍ରକଳ୍ପରେ ଡ୍ରାଇଭର ଥିଲେ। କିନ୍ତୁ ତାଙ୍କର ଦୁର୍ଭାଗ୍ୟ ୧୯୭୬ ମସିହାରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିଲା, ଯାହା ତାଙ୍କୁ ପରିବାର ପ୍ରତିପାଳନ ଏବଂ ତାଙ୍କ ପିଲାମାନଙ୍କ ପ୍ରତିପାଳନ ପାଇଁ ଗୃହପରିଚାରିକା ଭାବରେ କାମ କରିବାକୁ ବାଧ୍ୟ କରିଥିଲା । ସେ କେବେ ଜେଲ ଯାଇ ନଥିବାରୁ କେନ୍ଦ୍ର ସରକାର ତାଙ୍କୁ ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ଏବଂ ପେନସନରୁ ବଞ୍ଚିତ କରିଥିଲେ । ତଥାପି, ଐତିହାସିକ ଏବଂ ଐତିହ୍ୟ ପ୍ରେମୀ ଅନିଲ ଧୀର ବିଭିନ୍ନ ଉତ୍ସରୁ ତାଙ୍କ ବିଷୟରେ ସମସ୍ତ ଡକ୍ୟୁମେଣ୍ଟାରୀ ପ୍ରମାଣ ସଂଗ୍ରହ କରି ତତ୍କାଳୀନ ଭାରତର ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ପଠାଇଥିଲେ, ଯିଏ ତାଙ୍କୁ ଏକ ବ୍ୟକ୍ତିଗତ ସାକ୍ଷାତକାର ଦେବା ପରେ ୨୫ ଅକ୍ଟୋବର ୨୦୦୮ରେ ତାଙ୍କୁ ରାଷ୍ଟ୍ରିୟ ସ୍ୱାଧୀନତା ସୈନିକ ସମ୍ମାନ ପ୍ରଦାନ କରିଥିଲେ । ଦୁଇ ସପ୍ତାହ ପରେ ୨୦୦୮ ମସିହା ନଭେମ୍ବର ମାସରେ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ତାଙ୍କୁ ଏକ ରାଷ୍ଟ୍ରିୟ ଅନ୍ତିମ ସଂସ୍କାରରେ ସମ୍ମାନିତ କରାଯାଇଥିଲା ।[]

  1. Dhir, Anil. "Laxmi Panda : The Forgotten Soldier of a Lost Army" (PDF). Orissa Review (August, 2010): 29–33. Archived from the original (PDF) on 22 December 2022. Retrieved 2 August 2018.
  2. Dhir, Anil. "Laxmi Panda : The Forgotten Soldier of a Lost Army" (PDF). magazines.odisha.gov.in. Retrieved 15 March 2025.
  3. "ଲୋହିତ ବ‌ହ୍ନିର ଲୁହଭରା କାହାଣୀ". ସମ୍ବାଦ. {{cite news}}: |access-date= requires |url= (help); Check date values in: |accessdate= (help)
  4. Mahotsav, Amrit. "Laxmi Indira Panda". Azadi Ka Amrit Mahotsav, Ministry of Culture, Government of India (in ଆମେରିକୀୟ ଇଂରାଜୀ). Retrieved 2025-03-15.