ଲକ୍ଷ୍ମୀ ଇନ୍ଦିରା ପଣ୍ଡା

ଉଇକିପିଡ଼ିଆ‌ରୁ
ଲକ୍ଷ୍ମୀ ଇନ୍ଦିରା ପଣ୍ଡା

ଲକ୍ଷ୍ମୀ ଇନ୍ଦିରା ପଣ୍ଡା, ଅାଜାଦ୍ ହିନ୍ଦ୍ ଫୌଜରେ ଯୋଗଦେଇଥିବା ଏକମାତ୍ର ଓଡ଼ିଆ ମହିଳା । [୧]ଗଞ୍ଜାମ ଜିଲ୍ଲା ବୁଗୁଡ଼ା ନିକଟସ୍ଥ ବେଲପୁରଠାରେ ସେ ଜନ୍ମଗ୍ରହଣ କରିଥିଲେ। ବାପା ତ୍ରିନାଥ ଓ ମାଅା:କମଳା ସ୍ୱାମୀ: ଖଗେଶ୍ୱର ପଣ୍ଡା ଝିଅ: ରେଣୁକା ଓ ପୁଅ: ସୁରେନ୍ଦ୍ର

ଜୀବନୀ[ସମ୍ପାଦନା]

ରେଙ୍ଗୁନର ଏକ କ୍ୟାମ୍ପ, ଯେଉଁଠି ଲକ୍ଷ୍ମୀଙ୍କ ପିତା ମାତା ରେଳ ଲାଇନ ବିଛାଇବା କାମରେ ଇଁରେଜ ମାନଙ୍କଦ୍ୱାରା ନିୟୋଜିତ ହୋଇଥିଲେ, ସେହି କ୍ୟାମ୍ପରେ ଲକ୍ଷ୍ମୀଙ୍କ ଜନ୍ମ ୧୯୩୦ ମସିହା ପାଖାପାଖି । ଲକ୍ଷ୍ମୀ ମଧ୍ୟ ପିଲାଟିଦିନେ ସେହି କ୍ୟାମ୍ପ କାମରେ ନିୟୋଜିତ ଥିଲେ । ୧୯୪୨ ମସିହା ବେଳକୁ ଯେତେବେଳେ ଜାପାନ ବର୍ମାର କିଛି ଅଂଶ ଦଖଲ କରିବାକୁ ବସିଲା ସେତେବେଳେ ବ୍ରିଟିଶ ସେନା ବୋମା ବର୍ଷଣ କରିବାକୁ ଲାଗିଲା । ଏହି ବୋମା ବର୍ଷଣରେ ଲକ୍ଷ୍ମୀଙ୍କ ପିତାମାତା ମୃତ୍ୟୁବରଣ କଲେ ।


୧୪ ବର୍ଷ ବୟସରେ ସୁଭାଷ ଚନ୍ଦ୍ର ବୋଷଙ୍କ ଇଣ୍ଡିଅାନ୍ ନ୍ୟାସନାଲ ଅାର୍ମି (ଅାଇଏନ୍ଏ) ବା ଅାଜାଦ ହିନ୍ଦ୍ ଫୌଜରେ ଯୋଗଦେଇଥିବା ଲକ୍ଷ୍ମୀ ପଣ୍ଡା ହେଉଛନ୍ତି ସ୍ୱାଧୀନତା ସଂଗ୍ରାମ ଇତିହାସର ଜଣେ ଅନାଲୋଚିତ ନାୟିକା । ଦେଶ ପାଇଁ ସେ ସଂଗ୍ରାମ କରିଥିଲେ, କିନ୍ତୁ ଜେଲ୍ ଯାଇନଥିବାରୁ ସରକାର ତାଙ୍କୁ ସ୍ୱାଧୀନତା ସଂଗ୍ରାମୀର ସ୍ୱୀକୃତି ଦେଇନଥିଲେ ଦୀର୍ଘ ବର୍ଷ ଧରି । କୋରାପୁଟ ଜିଲ୍ଲାର ଜୟପୁର ସହରରେ ପରିବାର ଚଳାଇବା ପାଇଁ ପରଘରେ ବାସନ ମାଜିବାକୁ ପଡ଼ିଥିଲା ତାଙ୍କୁ । ସେ ଦେଶ ପାଇଁଁ ଲୋହିତ ବହ୍ନି ପରି ଜଳିବାକୁ ପଛେଇ ନଥିଲେ, କିନ୍ତୁ ଅଭାବ ଅନଟନ ତାଙ୍କ ଅାଖିରେ ଭରିଦେଇଥିଲା ଲୁହ ।[୨] ଅାର୍ମିରେ ଦୁଇ ଜଣ ଲକ୍ଷ୍ମୀ ଥିବାରୁ ସୁଭାଷ ବୋଷ ନିଜେ ତାଙ୍କ ନାଁ ଦେଇଥିଲେ ଇନ୍ଦିରା ।

ପୁରସ୍କାର[ସମ୍ପାଦନା]

  • ୨୦୦୮ ମସିହା ଅକ୍ଟୋବର ୨୫ ତାରିଖରେ  ମିଳିଥିଲା ରାଷ୍ଟ୍ରୀୟ ସ୍ୱତନ୍ତ୍ର ସୈନିକ ସମ୍ମାନ

ମୃତ୍ୟୁ[ସମ୍ପାଦନା]

୨୦୦୮ ମସିହା ନଭେମ୍ବର ମାସରେ । ୨୦୧୭ ମସିହା ଏପ୍ରିଲ ୧୬ ତାରିଖରେ ଲକ୍ଷ୍ମୀଙ୍କ ପୁଅ ସୁରେନ୍ଦ୍ର ଓ ବୋହୂ ସୁଜାତାଙ୍କୁ ଭୁବନେଶ୍ୱରରେ ଅାୟୋଜିତ ବିଜେପି ରାଷ୍ଟ୍ରୀୟ କାଯର୍ୟକାରିଣୀ ବୈଠକରେ (ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମାନିତ କରିଥିଲେ ।[୩]

ଆଧାର[ସମ୍ପାଦନା]

  1. Dhir, Anil. "Laxmi Panda : The Forgotten Soldier of a Lost Army" (PDF). Orissa Review (August, 2010): 29–33. Retrieved 2 August 2018.
  2. "ଲୋହିତ ବ‌ହ୍ନିର ଲୁହଭରା କାହାଣୀ". ସମ୍ବାଦ. {{cite news}}: |access-date= requires |url= (help); Check date values in: |accessdate= (help)
  3. "ସମ୍ବର୍ଧିତ କରି ଭୁଲିଗଲେ". ସମ୍ବାଦ. {{cite news}}: |access-date= requires |url= (help); Check date values in: |accessdate= (help)