ରୋହିତ ଶର୍ମା

ଉଇକିପିଡ଼ିଆ‌ରୁ
ରୋହିତ ଶର୍ମା
ଅର୍ଜୁନ ପୁରସ୍କାର ଗ୍ରହଣ କରୁଥିବା ସମୟର ମୁହୂର୍ତ୍ତ
ବ୍ୟକ୍ତିଗତ ତଥ୍ୟ
ନାମରୋହିତ ଗୁରୁନାଥ ଶର୍ମା
ଜନ୍ମ (1987-04-30) ୩୦ ଅପ୍ରେଲ ୧୯୮୭ (ବୟସ ୩୬)
ନାଗପୁର ମହାରାଷ୍ଟ୍ର, ଭାରତ
ଡାକ ନାମହିଟମ୍ୟାନ
ଉଚ୍ଚତା1.74 m (5 ft 9 in)
ବ୍ୟାଟିଂ ପ୍ରକାରଡାହାଣହାତୀ
ବୋଲିଂ ପ୍ରକାରଡାହାଣହାତୀ ମିଡିଅମ
ଭୂମିକାବ୍ୟାଟ୍ସମ୍ୟାନ
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap ୨୮୦)୬ ନଭେମ୍ବର ୨୦୧୩ v ୱେଷ୍ଟଇଣ୍ଡିଜ
ଶେଷ ଟେଷ୍ଟ୯ ମାର୍ଚ୍ଚ ୨୦୨୩ v ଅଷ୍ଟ୍ରେଲିଆ
ପ୍ରଥମ ଦିନିକିଆ (cap ୧୬୮)୨୩ ଜୁନ୍ ୨୦୦୭ v ଆୟରଲ୍ୟାଣ୍ଡ
ଶେଷ ଦିନିକିଆ୨୪ ଜାନୁଆରୀ ୨୦୨୩ v ନ୍ୟୁଜିଲାଣ୍ଡ
ଦିନିକିଆ ଜାମା ନମ୍ବର୪୫
ପ୍ରଥମ ଟି୨୦ (cap ୧୭)୧୯ ସେପ୍ଟେମ୍ବର ୨୦୦୭ v ଇଂଲଣ୍ଡ
ଶେଷ ଟି୨୦୧୦ ନଭେମ୍ବର ୨୦୨୨ v ଇଂଲଣ୍ଡ
ଘରୋଇ ଦଳ ତଥ୍ୟ
YearsTeam
୨୦୦୬–ବର୍ତ୍ତମାନମୁମ୍ବାଇ
୨୦୧୧–ବର୍ତ୍ତମାନମୁମ୍ବାଇ ଇଣ୍ଡିଆନସ୍
Career statistics
ପ୍ରତିଯୋଗିତା ଟେଷ୍ଟ ଦିନିକିଆ ଟି ୨୦ ଏଫସି
ମ୍ୟାଚ ସଂଖ୍ୟା ୪୯ ୨୪୩ ୧୪୮ ୧୦୬
ମୋଟ ରନ ୩,୩୭୯ ୯,୮୨୫ ୩,୮୫୩ ୮,୧୨୩
ବ୍ୟାଟିଂ ହାର ୪୫.୬୭ ୪୮.୬୩ ୩୧.୩୨ ୫୪.୧୫
ଶତକ/ଅର୍ଦ୍ଧଶତକ ୯/୧୪ ୩୦/୪୮ ୪/୨୯ ୨୫/୩୪
ସର୍ବାଧିକ ରନ ୨୧୨ ୨୬୪ ୧୧୮ ୩୦୯*
ବଲ ସଂଖ୍ୟା ୩୮୩ ୫୯୩ ୬୮ ୨,୧୫୩
ଉଇକେଟ ୨୪
ବୋଲିଂ ହାର ୧୧୨.୦୦ ୬୪.୩୭ ୧୧୩.୦୦ ୪୮.୦୮
ଇନିଙ୍ଗସରେ ୫ଟି ଉଇକେଟ
ମ୍ୟାଚରେ ୧୦ଟି ଉଇକେଟ
ସବୁଠୁ ଭଲ ବୋଲିଂ ୧/୨୬ ୨/୨୭ ୧/୨୨ ୪/୪୧
କ୍ୟାଚ/ଷ୍ଟମ୍ପିଙ୍ଗ ୫୦/– ୮୭/– ୫୮/– ୯୩/–
Source: ESPNcricinfo, ୯ ମାର୍ଚ୍ଚ ୨୦୨୩

ରୋହିତ ଗୁରୁନାଥ ଶର୍ମା (ଜନ୍ମ: ୩୦ ଏପ୍ରିଲ ୧୯୮୭) ଜଣେ ଭାରତୀୟ ଆନ୍ତର୍ଜାତୀୟ କ୍ରିକେଟର ତଥା ଭାରତୀୟ ପୁରୁଷ କ୍ରିକେଟ ଦଳର ଅଧିନାୟକ ଅଟନ୍ତି । ଜଣେ ଶ୍ରେଷ୍ଠ ଭାରତୀୟ ଓପନର ବ୍ୟାଟ୍ସମ୍ୟାନ୍ ହିସାବରେ ସେ ଖୁବ୍ ପରିଚିତ ।[୧] ସେ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ହିସାବରେ ଭାରତୀୟ ଆନ୍ତର୍ଜାତୀୟ ଦଳ ଓ ଆଇପିଏଲ ପାଇଁ ମୁମ୍ବାଇ ଇଣ୍ଡିଆନସ୍ ପାଇଁ ମ୍ୟାଚ୍ ଖେଳନ୍ତି । ରୋହିତ ମଧ୍ୟ ମୁମ୍ବାଇ ଇଣ୍ଡିଆନସ୍‌ର ଅଧିନାୟକ ଅଛନ୍ତି ଏବଂ ତାଙ୍କ ନେତୃତ୍ୱରେ ଦଳ ୫ଟି ଟାଇଟଲ୍ ଜିତିଛି, ଯାହାକି ଅନ୍ୟ କୌଣସି ଦଳଠାରୁ ସର୍ବାଧିକ । ଏକ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚରେ ଏକମାତ୍ର ଖେଳାଳି ଭାବେ ସର୍ବାଧିକ ବ୍ୟକ୍ତିଗତ ସ୍କୋର (୨୬୪) ଏବଂ ତିନିଥର ଦ୍ୱିଶତକ କରିଛନ୍ତି ।[୨] ତାଙ୍କର କ୍ରିକେଟ ପ୍ରତି ଅବଦାନ ପାଇଁ ତାଙ୍କୁ ୨୦୧୫ ମସିହାରେ ଅର୍ଜୁନ ପୁରସ୍କାର ଓ ୨୦୨୦ ମସିହାରେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି ।[୩][୪]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ରୋହିତ ଶର୍ମା ୩୦ ଏପ୍ରିଲ ୧୯୮୭ରେ ବାନସୋଡ, ନାଗପୁର, ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କ ମାତାଙ୍କ ନାମ ପୂର୍ଣ୍ଣିମା ଶର୍ମା ଓ ପିତାଙ୍କ ନାମ ଗୁରୁନାଥ ଶର୍ମା । ସେ ୧୯୯୯ ମସିହାରେ ଦିନେଶ ଲାଡଙ୍କ କ୍ରିକେଟ କ୍ୟାମ୍ପରେ ଯୋଗଦେଇଥିଲେ ।

ଆନ୍ତର୍ଜାତୀୟ କ୍ୟାରିଅର[ସମ୍ପାଦନା]

ରୋହିତ ୨୩ ଜୁନ୍ ୨୦୦୭ ବେଲଫାଷ୍ଟରେ ଆୟରଲ୍ୟାଣ୍ଡ ବିପକ୍ଷରେ ନିଜର ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।[୬] ସେହିପରି ୧୯ ସେପ୍ଟେମ୍ବର ୨୦୦୭ରେ ଇଂଲଣ୍ଡ ବିପକ୍ଷରେ ନିଜର ପ୍ରଥମ ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଥିଲେ । ସେହି ବର୍ଷ ସାଉଥ୍ ଆଫ୍ରିକାରେ ଅନୁଷ୍ଠିତ ଆଇସିସି ଟି୨୦ ୱାଲ୍ଡ କପ୍‌ରେ ମଧ୍ୟ ଖେଳିବାର ସୁଯୋଗ ପାଇଥିଲେ ।[୭] ୨୦୧୩ ଇଡେନ ଗାର୍ଡେନରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ନିଜର ପ୍ରଥମ ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ ଖେଳିଥିଲେ ଓ ସେହି ମ୍ୟାଚ୍‌ରେ ସେ ୧୭୭ ରନ କରିଥିଲେ ।[୮]

ଆଧାର[ସମ୍ପାଦନା]

  1. "Rohit Sharma is one of the greatest ever ODI openers: Krishnamachari Srikkanth". The Times of India. 2020-06-30. ISSN 0971-8257. Retrieved 2023-03-09.
  2. "India's Rohit makes first ODI 250". BBC Sport (in ବ୍ରିଟିଶ୍‌ ଇଂରାଜୀ). Retrieved 2023-03-09.
  3. "Ajinkya Rahane, Rohit Sharma Conferred With Arjuna Award | Cricket News". NDTVSports.com (in ଇଂରାଜୀ). Retrieved 2023-03-09.
  4. "Rohit Sharma receives Khel Ratna Award, India's highest sporting honour". ESPNcricinfo (in ଇଂରାଜୀ). Retrieved 2023-03-09.
  5. "Rohit Sharma Profile - Cricket Player India | Stats, Records, Video". ESPNcricinfo (in ଇଂରାଜୀ). Retrieved 2023-03-09.
  6. "Full Scorecard of Ireland vs India Only ODI 2007 - Score Report | ESPNcricinfo.com". ESPNcricinfo (in ଇଂରାଜୀ). Retrieved 2023-03-09.
  7. "Full Scorecard of India vs South Africa 24th Match, Group E 2007/08 - Score Report | ESPNcricinfo.com". ESPNcricinfo (in ଇଂରାଜୀ). Retrieved 2023-03-09.
  8. "Records | Test matches | Batting records | Most runs in debut match | ESPNcricinfo.com". Cricinfo. Retrieved 2023-03-09.