Jump to content

ରୋହିତ ବଳ

ଉଇକିପିଡ଼ିଆ‌ରୁ
ରୋହିତ ବଳ
୨୦୧୬ରେ ରୋହିତ ବଳ
ଜନ୍ମ(1961-05-08)୮ ମଇ ୧୯୬୧
ମୃତ୍ୟୁ୧ ନଭେମ୍ବର ୨୦୨୪(2024-11-01) (ବୟସ ୬୩)
ଶିକ୍ଷାଉଡ଼ଲାଣ୍ଡ୍ସ ହାଉସ ସ୍କୁଲ
ବର୍ଣ୍ଣ ହଲ ସ୍କୁଲ
ଦିଲ୍ଲୀ ପବ୍ଲିକ ସ୍କୁଲ ମଥୁରା ରୋଡ଼
ଶିକ୍ଷାନୁଷ୍ଠାନଦିଲ୍ଲୀ ବିଶ୍ୱବିଦ୍ୟାଳୟ
ରାଷ୍ଟ୍ରୀୟ ଫେସନ ପ୍ରାଦ୍ୟୋଗିକି ଅନୁଷ୍ଠାନ
Labelରୋହିତ ବଳ
ୱେବସାଇଟwww.rohitbal.com

ରୋହିତ ବଳ (୮ ମଇ ୧୯୬୧ – ୧ ନଭେମ୍ବର ୨୦୨୪) ଜଣେ ଭାରତୀୟ ଫେସନ ଡିଜାଇନର ଥିଲେ । ସେ ଉଭୟ ପୁରୁଷ ଓ ମହିଳାଙ୍କ ପରିଧାନ ଡିଜାଇନ କରୁଥିଲେ । ସେ ୧୯୮୬ ମସିହାରେ ସେ ନିଜ ଭାଇଙ୍କ ସହ ମିଶି ଅର୍ଚ୍ଚିଡ଼ ଓଭରସିଜ ପ୍ରା ଲି ନାମକ ସଂସ୍ଥାନ ପ୍ରତିଷ୍ଠା ସହିତ ନିଜର ଫେସନ ଡିଜାଇନ କାର୍ଯ୍ୟାରମ୍ଭ କରିଥିଲେ । ୧୯୯୦ ମସିହାରେ ସେ ନିଜର ସ୍ୱତନ୍ତ୍ର କାମ ଆରମ୍ବ କରିଥିଲେ । ସେ ଭାରତ ସରକାରଙ୍କ ଅଧିନରେ ଥିବା ଖଦି ଓ ଗ୍ରାମୋଦ୍ୟୋଗ ବିଭାଗ ସହଭାଗରେ ମଧ୍ୟ କାମ କରିଥିଲେ ।[] ଲୋକପ୍ରିୟ ଟେଲିଭିଜନ କାର୍ଯ୍ୟକ୍ରମ କୌନ ବନେଗା କରୋଡ଼ପତି ପାଇଁ ମଧ୍ୟ ସେ ପୋଷାକ ଡିଜାଇନ କରିଥିଲେ ।[]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ରୋହିତ ୧୯୬୧ ମସିହା ମଇ ମାସ ୮ ତାରିଖରେ ଶ୍ରୀନଗରର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[][][]

ଶ୍ରୀନଗରର ଉଡ଼ଲାଣ୍ଡ୍ସ ହାଉସ ସ୍କୁଲବର୍ଣ୍ଣ ହଲ ସ୍କୁଲରୁ ସେ ଶିକ୍ଷାଲାଭ କରିଥିଲେ । ୧୯୭୦ ଦଶକରେ ତାଙ୍କ ପରିବାର କାଶ୍ମୀର ଛାଡ଼ିଥିଲେ ।[][] କାଶ୍ମୀର ଛାଡ଼ିବାପରେ ତାଙ୍କ ପରିବାର ନୂଆ ଦିଲ୍ଲୀରେ ବସବାର କରିଥିଲେ । ଦିଲ୍ଲୀ ପବ୍ଲିକ ସ୍କୁଲ ମଥୁରା ରୋଡ଼ରୁ ସେ ନିଜ ସ୍କୁଲ ଶିକ୍ଷା ସମାପ୍ତ କରି ସେଣ୍ଟ ଷ୍ଟିଫେନ୍ସ କଲେଜ, ଦିଲ୍ଲୀରୁ ଇତିହାସରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।[] ରାଷ୍ଟ୍ରୀୟ ଫେସନ ପ୍ରାଦ୍ୟୋଗିକି ଅନୁଷ୍ଠାନରୁ ସେ ଫେସନ ଶିକ୍ଷାଲାଭ କରିଥିଲେ ଓ ସେହି ଅନୁଷ୍ଠାନରେ ଶିକ୍ଷକତା ମଧ୍ୟ କରିଥିଲେ ।[]

ବୃତିଗତ ଜୀବନ

[ସମ୍ପାଦନା]

୧୯୮୬ ମସିହାରେ ରୋହିତ ନିଜ ଭାଇ ରାଜୀବଙ୍କ ସହିତ ମିଶି ଅର୍ଚ୍ଚିଡ଼ ଓଭରସିଜ ପ୍ରା ଲି ନାମରେ ଏକ ଫେସନ ଅନୁଷ୍ଠାନ ଗଢ଼ି କାର୍ଯ୍ୟାରମ୍ଭ କରିଥିଲେ । ୧୯୯୦ ମସିହାରେ ସେ ନିଜର ସ୍ୱତନ୍ତ୍ର କାମ ଆରମ୍ଭ କରିଥିଲେ । []

ଭାରତ ସରକାରଙ୍କ ଖଦି ଓ ଗ୍ରାମୋଦ୍ୟୋଗ ବିଭାଗ, ନିଜ ପଞ୍ଚକୁଲା ପ୍ରକଳ୍ପରେ ରୋହିତଙ୍କୁ ସହଭାଗି କରିଥିଲା ।[୧୦] ରୋହିତ କୌନ ବନେଗା କରୋଡ଼ପତି କାର୍ଯ୍ୟକ୍ରମ ପାଇଁ ମଧ୍ୟ ପୋଷାକ ଡିଜାଇନ କରିଥିଲେ ।[]

ନୁଆ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୁରୁ, ଅହମଦାବାଦ, କୋଲକାତ ଓ ଚେନ୍ନାଇ ଆଦି ସହରରେ ରୋହିତ ନିଜର ସୋ'ରୁମ ଖୋଲିଥିଲେ । ପୋଷାକ ଡିଜାଇନରେ ସଫଲତା ପରେ ରୋହିତ ଅଳଙ୍କାର ଡିଜାଇନ କ୍ଷେତ୍ରରେ ମଧ୍ୟ ପ୍ରବେଶ କରିଥିଲେ ।[୧୧]

ରୋହିତ, ପଦ୍ମ ଓ ମୟୁରର ମୂଳଭାବକୁ ନିଜ ଫେସନରେ ବହୁଳ ବ୍ୟବହାର କରିଥିଲେ । ସେ ଭେଲଭେଟ, ବ୍ରୋକେଡ଼ ଆଦି କପଡ଼ା ବ୍ୟବହାର କରି ନିଜର ଫେସନରେ ଭାରତୀୟ ରାଜକୀୟ ଐଶର୍ଯ୍ୟ ଦର୍ଶାଇବାରେ ସକ୍ଷମ ହୋଇଥିଲେ ।[୧୨][୧୩][୧୪] ବିବା ଆପାରେଲ ସହିତ ଅନୁବନ୍ଧନରେ ସେ ବିବା ବାୟ ରୋହିତ ବଳ ସୃଷ୍ଟି କରିଥିଲେ ।[୧୫][୧୬]

ସିଣ୍ଡି କ୍ରଫୋର୍ଡ଼, ପାମେଲା ଆଣ୍ଡରସନ ଓ ଉମା ଥ୍ରୁମାନଙ୍କ ଭଳି ଆନ୍ତର୍ଜାତିକ ବ୍ୟକ୍ତିତ୍ୱମାନେ ରୋହିତଙ୍କ ଡିଜାଇନ କରାଯାଇଥିବା କପଡା଼ ବ୍ୟବହାର କରୁଥିଲେ । ସେ ଓମେଗା ଘଡ଼ିର ବ୍ରାଣ୍ଡ ଆମ୍ବାସଡର ଥିଲେ ।[୧୭]

ଅସୁସ୍ଥତା ଓ ମୃତ୍ୟୁ

[ସମ୍ପାଦନା]

୨୦୧୦ ମସିହାରେ ରୋହିତଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା ।[୧୮] ହୃଦୟ ଜନିତ ଅନୁସ୍ଥତା ପାଇଁ ୨୦୨୩ ମସିହାରେ ସେ ଗୁରୁଗାଁଓର ମେଦାନ୍ତ ହାସପାତାଲରେ ଭର୍ତ୍ତି ହୋଇଥିଲେ । ୨୦୨୪ ମସିହା ନଭେମ୍ବର ୧ ତାରିଖରେ ୬୩ ବର୍ଷ ବୟସରେ ରୋହିତଙ୍କର ହୃଦଘାତରେ ପରଲୋକ ଘଟିଥିଲା ।[୧୯][୨୦][୧୨][୨୧][୨୨][୨୩]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଡିଜାଇନର ଅଫ ଦ ଇଅର - କିଙ୍ଗଫିସର ଫେସନ ଆଚିଭମେଣ୍ଟ ଆୱାର୍ଡସ - ୨୦୦୧[]
  • ଡିଜାଇନର ଅଫ ଦ ଇଅର - ଇଣ୍ଡିଆନ ଫେସନ ଆୱାର୍ଡସ - ୨୦୦୬
  • ଲାକମୀ ଗ୍ରାଣ୍ଡ ଫାଇନାଲ ଡିଜାଇନର ୨୦୧୨[୨୪]
  • ଆଇକନିକ ଫେସନ ଡିଜାଇନର ଅଫ ଦ ସେଞ୍ଚୁରି - ରଜନୀଗନ୍ଧା ପର୍ଲସ ଇଣ୍ଡିଆ ଫେସନ ଆୱାର୍ଡସ ୨୦୨୦[୨୫]
  1. "Rohit Bal was chosen by the Khadi Gram Udyog, the largest handloom textile operation in Panchkula, to work with them – Photogallery". photogallery.indiatimes.com. Retrieved 5 June 2023.
  2. "Rohit Bal to design Big B's outfits for KBC". Hindustan Times (in ଇଂରାଜୀ). 5 May 2012. Retrieved 5 June 2023.
  3. "Even in troubled times, nothing can take away beauty of Kashmir: Rohit Bal" (in Indian English). Greater Kashmir. 31 January 2019. Archived from the original on 31 May 2023. Retrieved 10 June 2024. It's a simple explanation. I come from Kashmir. I am a Kashmiri, I know what's happening in the state. I grew up in a free Kashmir and unfortunately now it's a warzone.
  4. Sinha, Sahil (1 November 2024). "Rohit Bal dies at 63: Celebrated Kashmiri designer who redefined Indian fashion" (in Indian English). India Today. Archived from the original on 1 November 2024. Retrieved 1 November 2024. Born into a Kashmiri Pandit family on May 8, 1961, in Srinagar, Rohit Bal's journey in fashion began in 1986, when he co-founded Orchid Oversea Pvt. Ltd with his brother.
  5. "Ace Indian fashion designer Rohit Bal critical: Report" (in Indian English). Arabian Business. 1 November 2023. Archived from the original on 1 November 2024. Retrieved 1 November 2024. The designer, born into a Kashmiri Pandit family in Srinagar, Bal earned a History degree from Delhi's St Stephen's College.
  6. Sharma, Shweta (2 November 2024). "Rohit Bal: Tributes pour in as iconic Indian fashion designer dies at 63". The Independent. Retrieved 2 November 2024.
  7. "India's top fashion designer Rohit Bal dies at age 63". Connected to India. 1 November 2024. Retrieved 2 November 2024.
  8. ୮.୦ ୮.୧ ୮.୨ ୮.୩ Dugal, Jasmeen. "Rohit Bal". Know Your Designers. Explosive Fashion. Archived from the original on 11 May 2012. Retrieved 14 May 2012.ଛାଞ୍ଚ:Better source needed
  9. "Rohit Bal is part of the BoF 500". The Business of Fashion (in ବ୍ରିଟିଶ୍‌ ଇଂରାଜୀ). 12 July 2019. Retrieved 14 August 2022.
  10. Kumar, Sheila (22 June 2013). "Khadi does the catwalk". The Hindu (in Indian English). ISSN 0971-751X. Retrieved 17 May 2020.
  11. Arora, Tony (2 July 2012). "India's Fashion 'Bad Boy'". Bangkok Post. Retrieved 7 June 2019.
  12. ୧୨.୦ ୧୨.୧ Tilak, Sudha G (1 November 2024). "Pioneering Indian designer Rohit Bal dies at 63". BBC Home.
  13. Ahuja, Shilpa. "Rohit Bal Autumn Winter 2015 Couture Fashion Show Review". Shilpa's Lifestyle Blog. Retrieved 6 August 2015.ଛାଞ୍ଚ:Better source needed
  14. "India Couture Week 2016: The finale by Rohit Bal was a showcase of opulence and grandeur". Indian Express. 25 July 2016. Retrieved 4 August 2016.
  15. Vasudev, Shefalee. "UNDERSTATEMENT: More Biba than Bal". Retrieved 30 January 2024.
  16. "Rohit Bal joins forces with brand BIBA". Retrieved 30 January 2024.
  17. "Rohit Bal is part of the BoF 500". The Business of Fashion (in ବ୍ରିଟିଶ୍‌ ଇଂରାଜୀ). 12 July 2019. Retrieved 10 May 2020.
  18. "Ace fashion designer Rohit Bal passes away at 63 following heart complications". The Indian Express (in ଇଂରାଜୀ). 1 November 2024. Retrieved 1 November 2024.
  19. "Fashion designer Rohit Bal passes away; FDCI says his legacy of artistry, innovation will live on".
  20. "Renowned fashion designer Rohit Bal dies after prolonged illness". India Today (in ଇଂରାଜୀ). 1 November 2024. Retrieved 1 November 2024.
  21. "Fashion industry bids tearful adieu to its visionary Rohit Bal". Indian Express.
  22. Miller, John (2 November 2024). "Iconic Indian Designer Rohit Bal Cause of Death". America Gist (in ଆମେରିକୀୟ ଇଂରାଜୀ). Retrieved 2 November 2024.
  23. "Ananya Panday in Rohit Bal's ensemble bring glam to grand finale of Lakme Fashion Week X FDCI 2024". ANI News. 14 October 2024.
  24. Vyavahare, Renuka (23 February 2012). "Rohit Bal to host Lakme Grand Finale". The Times of India. Archived from the original on 7 July 2012. Retrieved 14 May 2012.
  25. Alison (27 February 2020). "The India Fashion Awards Presented by Rajnigandha Silver Pearls: – World of Fashion & Technology". Asia Radio Sales (in ଆମେରିକୀୟ ଇଂରାଜୀ). Retrieved 12 September 2021.

ବାହ୍ୟ ଲିଙ୍କ

[ସମ୍ପାଦନା]