ରୋଜୀ ଆଫସାରୀ

ଉଇକିପିଡ଼ିଆ‌ରୁ
ରୋଜୀ ଆଫସାରୀ‌
রোজী আফসারী
ଫାଇଲ:Rosy Afsari (Cropped).jpg
ଜନ୍ମ
ଶମିମା ଅକ୍ତାର ରୋଜୀ

(1946-04-20)୨୦ ଅପ୍ରେଲ ୧୯୪୬
ଲକ୍ଷ୍ମୀପୁର, ବେଙ୍ଗଲ ପ୍ରେସିଡେନ୍ସି, ବ୍ରିଟିଶ୍ ଭାରତ
ମୃତ୍ୟୁ୯ ମାର୍ଚ୍ଚ ୨୦୦୭(2007-03-09) (ବୟସ ୬୦)
ଢାକା, ବାଂଲାଦେଶ
ଜାତୀୟତାବାଂଲାଦେଶୀ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୬୭ – ୨୦୦୪
ବୈବାହିକ-ସାଥୀ(s)ଅବଦୁସ ସାମାଡ଼
ମଲେକ ଆଫସାରୀ
ସନ୍ତାନ
ପୁରସ୍କାରବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ୧୯୭୫

ରୋଜୀ ଆଫସାରୀ (୨୩ ଅପ୍ରେଲ ୧୯୪୬ - ୯ ମାର୍ଚ୍ଚ ୨୦୦୭), ରୋଜୀ ସାମାଡ଼ ନାମରେ ମଧ୍ୟ ପରିଚିତ, ଜଣେ ବାଂଲାଦେଶୀ କଥାଚିତ୍ର ଅଭିନେତ୍ରୀ ଥିଲେ । ସେ ମୁଖ୍ୟତଃ ବାଂଲାଦେଶର ବଙ୍ଗାଳୀ କଥାଚିତ୍ର ଜଗତରେ ଅଭିନୟ କାମ କରୁଥିଲେ । ୧୯୬୪ ମସିହାରୁ ସେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ୧୯୭୫ ମସିହାରେ ଲାଥିଆଲ୍ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ପାଇଁ ତାଙ୍କୁ ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[୧] ସେ ବଙ୍ଗଳାଦେଶୀ କଥାଚିତ୍ର ସହିତ ଉର୍ଦ୍ଦୁ କଥାଚିତ୍ରରେ ମଧ୍ୟ ଅଭିନୟ କରୁଥିଲେ । ବାକ୍ସା ପୁରସ୍କାର, ଜାହିର ରାୟହାନ ପଦକ, ନିଗର ପୁରସ୍କାର ଆସି ପୁରସ୍କାରରେ ସେ ମଧ୍ୟ ସମ୍ମାନିତ ହୋଇଛନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ରୋଜୀ ଆଫସାରୀ ୧୯୪୬ ମସିହାର ଅପ୍ରେଲ ମାସ ୨୩ ତାରିଖରେ ବଙ୍ଗଳାଦେଶର ଲକ୍ଷ୍ମୀପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ପିଲାବେଳେ ତାଙ୍କ ନାମ ଥିଲା ଶାମିମା ଅକ୍ତାର ରୋଜୀ ଏବଂ ପରେ ବିବାହା ପରେ ଶିମିମା ରୋଜି ଆଫସାରୀ ହୋଇଥିଲା ।

ଅଭିନୟ ଜୀବନ[ସମ୍ପାଦନା]

ରୋଜୀ ଆଫସାରୀ ୧୯୬୪ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତ ଧଲିଉଡ୍‌ରେ କାମ କାରିବା ଆରମ୍ଭ କରିଥଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଇଟୋ ଜିବନ୍ , ଯାହାର ନିର୍ଦ୍ଦେଶନା ଦେଇଥିଲେ ଜିଲୁର୍ ରହିମିନ୍ । ସେହି ବର୍ଷ ପାକିସ୍ତାନର ପ୍ରଥମ ରଙ୍ଗୀନ ଚଳଚ୍ଚିତ୍ର ସଙ୍ଗମ୍ ମୁକ୍ତିଲାଭ କରିଥିଲା, ଯେଉଁଥିରେ ସେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ ଏବଂ ଜାହିର ରିହାନ୍ ଏହାର ନିର୍ଦ୍ଦେଶନା ଦେଇଥିଲେ ।

ରୋଜୀ ଆଫସାରୀ ତାଙ୍କ ଅଭିନୟ ସମୟରେ ୨୦୦ରୁ ଅଧିକ ବଙ୍ଗାଳୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ସର୍ବଦା ଏକ ସକରାତ୍ମକ ଓ ଦୁଃଖଭରା ଭୂମିକାରେ ଅଭିନୟ କରୁଥିଲେ ।[୨] ବଙ୍ଗଳା ଚଳଚ୍ଚିତ୍ରରେ କାର୍ଯ୍ୟ କରିବା ସହିତ ସେ ୨୫ଟି ଉର୍ଦ୍ଦୁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ ।[୩] ସେ ଜିଆ ସାଙ୍ଗସ୍କୃତ ପରିଷଦର ସଭାପତି ଥିଲେ ।[୪]

ତାଙ୍କ ଅଭିନୟ ଶ୍ରେଷ୍ଠ ଚଳଚ୍ଚିତ୍ର ଗୁଡ଼ିକ ହେଲା ଜୀବନ ଥେକେ ନେୟା (୧୯୭୦), ତିତାସ ଏକଟି ନଦୀର ନାମ (୧୯୭୩), ସୂର୍ଯ୍ୟ ସଂଗ୍ରାମ (୧୯୭୪), ସୂର୍ଯ୍ୟ ଗ୍ରହଣ (୧୯୭୬), ଅଶିକ୍ଷିତ (୧୯୭୮), ଗୋଲାପୀ ଏଖନ ଟ୍ରେନେ (୧୯୭୮) ଓ ଏଇ ଘର ଏଇ ସଂସାର (୧୯୯୬) । ୨୦୦୫ ମସିହାରେ ତାଙ୍କର ଶେଷ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ତାଙ୍କର ଜନ୍ମନାମ ଥିଲା ଶମିମା ଅକ୍ତାର ରୋଜୀ । ସେ ପ୍ରଥମେ ଚଳଚ୍ଚିତ୍ର ନିର୍ମାତା ଅବଦୁସ ସାମାଡ଼ଙ୍କୁ ବିବାହ କରିଥିଲେ । ତା’ପରେ ୧୯୮୧ ମସିହାରେ ସେ ଚଳଚ୍ଚିତ୍ର ନିର୍ମାତା ମଲେକ ଆଫସାରୀଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ସାଙ୍ଗିଆକୁ ରୋଜି ଆଫସାରୀରେ ପରିବର୍ତ୍ତନ କରିଥିଲେ ।[୧]

ପୁରସ୍କାର[ସମ୍ପାଦନା]

  • ୧୯୭୫ - ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର - ଶ୍ରେଷ୍ଠ ସହାୟକ ଅଭିନେତ୍ରୀ
  • ବାକ୍ସା ପୁରସ୍କାର
  • ଜାହିର ରାୟହାନ ପାଦକ
  • ନିଗର ପୁରସ୍କାର[୫]

ମୃତ୍ୟୁ[ସମ୍ପାଦନା]

ରୋଜୀ ୨୦୦୭ ମସିହାର ମାର୍ଚ୍ଚ ମାସ ୯ ତାରିଖରେ ମୃତ୍ୟୁବରଣ କରିଥିଲେ । ସେ ବୃକ୍‌କ ଜନିତ ସମସ୍ୟା ଯୋଗୁଁ ଢାକାସ୍ଥିତ ବାର୍ଡମ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ବୃକ୍‌କ ବିଫଳତାରେ ମୃତ୍ୟୁବରଣ କରିଥିଲେ ।[୬][୭] ୨୩ ଅପ୍ରେଲ ୨୦୧୯ରେ ଏକ ଗୁଗୁଲ୍ ଡୁଡଲ୍ ଆଫସାରୀଙ୍କ ୭୩ ତମ ଜନ୍ମ ବାର୍ଷିକୀକୁ ସ୍ମରଣ କରିଥିଲା ।[୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ "রোজীকে মনে পড়ে". Daily Samakal. March 4, 2010. Retrieved November 4, 2015.[permanent dead link]
  2. "Remembering Rosy Afsari: Departure of a thespian". The Daily Star. March 11, 2007. Archived from the original on January 28, 2016. Retrieved November 4, 2015.
  3. Deepannita Ity (March 8, 2015). "ঋত্বিক ঘটকের 'দ্য বিউটি'- রোজী আফসারী". Bangla Mail. Archived from the original on October 24, 2015. Retrieved November 4, 2015.
  4. "রোজী আফসারী". Priyo News. Retrieved November 4, 2015.
  5. "রোজী আফসারী". Daily Samakal. Archived from the original on December 27, 2015. Retrieved November 4, 2015.
  6. "রোজী আফসারীর অষ্টম মৃত্যুবার্ষিকী আজ - Rosy Afsari's 8th Death Anniversary Today". The Times Info. March 9, 2015. Archived from the original on March 4, 2016. Retrieved November 4, 2015.
  7. Aminul E Shanto (March 9, 2015). "রোজী আফসারীর প্রয়াণ দিবসে শ্রদ্ধাঞ্জলি". Risingbd. Archived from the original on March 13, 2015. Retrieved November 4, 2015.
  8. "Rosy Afsari's 73rd Birthday". Google. 23 April 2019.

ବାହାର ଆଧାର[ସମ୍ପାଦନା]