Jump to content

ରେଜାଫଙ୍ଗିନ

ଉଇକିପିଡ଼ିଆ‌ରୁ
ରେଜାଫଙ୍ଗିନ
Clinical data
Trade namesRezzayo
SynonymsBiafungin; CD101
data
Chemical and physical data
FormulaC63H85N8O17+
Molar mass1226.4 g/mol

ରେଜାଫଙ୍ଗିନ (ଇଂରାଜୀ ଭାଷାରେ Rezafungin), ବିକ୍ରୟ ନାମ ରେଜ୍ଜାୟୋ, ହେଉଛି ଏକ କବକ ବିରୋଧୀ ବା ଆଣ୍ଟିଫଙ୍ଗାଲ ଔଷଧ ଯାହା ଇନଭେସିଭ କାଣ୍ଡିଡିଆସିସ ଓ କାଣ୍ଡିଡେମିଆ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ନିର୍ଦ୍ଦିଷ୍ଟ ଭାବରେ ଏହା ଅଳ୍ପ କିମ୍ବା କୌଣସି ବିକଳ୍ପ ଚିକିତ୍ସା ନ ଥିବା ବୟସ୍କମାନଙ୍କ କ୍ଷେତ୍ରରେ ଦିଆହୁଏ ।[] [] ଏହା ଏକ ଶିରାରେ ଧୀର ଇଞ୍ଜେକସନ ଆକାରରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ ରକ୍ତ ପୋଟାସିଅମ୍, ଜ୍ୱର, ତରଳ ଝାଡ଼ା, ଅଇ, କମ୍ ମ୍ୟାଗ୍ନେସିୟମ୍, ପେଟ ଯନ୍ତ୍ରଣା ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇନଫ୍ୟୁଜନ୍ ପ୍ରତିକ୍ରିୟା, ସୂର୍ଯ୍ୟ ସମ୍ବେଦନଶୀଳତା ଏବଂ ଯକୃତ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଏକ ଏକିନୋକାଣ୍ଡିନ ଶ୍ରେଣୀର ଔଷଧ ।[] []

୨୦୨୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ରେଜାଫଙ୍ଗିନ ଅନୁମୋଦିତ ହୋଇଥିଲା ।[] ଏହା ୨୦୨୩ର ଗ୍ରୀଷ୍ମ ସମୟରେ ଯୁକ୍ତରାଷ୍ଟ୍ରରେ ଉପଲବ୍ଧ ହେବ ଏବଂ ମହଙ୍ଗା ହେବ ବୋଲି ଆଶା କରାଯାଇଥିଲା ।[] ୨୦୨୧ ମସିହାରେ ୟୁରୋପରେ ଏହାକୁ ଏକ 'ଅନାଥ ଔଷଧର' ନାମ ଦିଆଯାଇଛି ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "DailyMed - REZZAYO- rezafungin injection, powder, lyophilized, for solution". dailymed.nlm.nih.gov. Archived from the original on 2 July 2023. Retrieved 21 June 2023.
  2. "Rezzayo approved by FDA amid rapid Candida auris spread". thepharmaletter.com. March 23, 2023. Archived from the original on July 1, 2023. Retrieved April 4, 2023.
  3. Zhao Y, Perlin DS (September 2020). "Review of the Novel Echinocandin Antifungal Rezafungin: Animal Studies and Clinical Data". Journal of Fungi. 6 (4): 192. doi:10.3390/jof6040192. PMC 7712954. PMID 32998224.
  4. "Rezafungin (Rezzayo)". IDStewardship. 23 March 2023. Archived from the original on 12 May 2023. Retrieved 21 June 2023.
  5. "EU/3/20/2385". European Medicines Agency (in ଇଂରାଜୀ). 18 May 2021. Archived from the original on 1 April 2023. Retrieved 22 June 2023.