ରେଙ୍ଗାଳୀ ବନ୍ଧ

ଉଇକିପିଡ଼ିଆ ରୁ
Jump to navigation Jump to search

ରେଙ୍ଗାଳୀ ଡେମ ଭାରତୀୟ ରାଜ୍ୟ ଓଡ଼ିଶାରେ ଅବସ୍ଥିତ । ଏହା ଅନୁଗୁଳ ଜିଲ୍ଲାସ୍ଥ ରେଙ୍ଗାଲି ଗ୍ରାମ ନିକଟରେ ବ୍ରାହ୍ମଣୀ ନଦୀରେ ନିର୍ମିତ ବହୁମୂଖୀ ପ୍ରକଳ୍ପ ।[୧] 

ନିର୍ମାଣ [ସମ୍ପାଦନା]

ଏହି ପ୍ରକଳ୍ପ ୧୯୮୫ରେ ନିର୍ମିତ ହେଇଥିଲା ।[୨] ଏହାର ନିର୍ମାଣ ପୂର୍ବରୁ ଓ ନିର୍ମାନ ଚାଲୁଥିବା ବେଳେ ବହୁ ବିରୋଧର ସମ୍ମୁଖୀନ ହେଇଥିଲା ।[୩] ଏହି ପ୍ରକଳ୍ପଦ୍ବାରା ବିସ୍ଥାପିତ ହେଇଥିବା ୧୦,୭୦୦ ପରିବାର ଓ ସ୍ଥାନୀୟ ନେତୃବୃନ୍ଦ ଏହାକୁ ପ୍ରବଳ ନିରୋଧ କରିଥିଲେ ।[୪] ସରକାରଙ୍କଦ୍ବାରା ଦିଆଯାଇଥିବା ପୁନର୍ବାସ ପ୍ରସ୍ତାବକୁ ନେଇ ମଧ୍ୟ ବିରୋଧ ହେଇଥିଲା । 

ସବିଶେଷ ତଥ୍ୟ[ସମ୍ପାଦନା]

ରେଙ୍ଗାଲି ଡେମର ଉଚ୍ଚତା ୭୦ ମିଟର ହେଇଥିବା ସ୍ଥଳେ ଏହା ୧୦୪୦ ମିଟର ଦୀର୍ଘ । ଡେମଦ୍ବାରା ହେଇଥିବା ଜଳାଶୟର ଆୟତନ ୨୭,୮୪୦ ହେକ୍ଟର ( ପୂର୍ଣ ଜଳଧାରଣ ସମୟରେ ) ଓ ହାରାହାରି ଆୟତନ ୨୮,୦୦୦ ହେକ୍ଟର । ଜଳାଶୟକୁ ଜଳ ପ୍ରଦାନକାରୀ ଅଞ୍ଚଳର ଆୟତନ ୨୫,୨୫୦ ବର୍ଗ କିଲୋମିଟର । ଡେମର ୫ଟି ଜଳବିଦ୍ୟୁତ କେନ୍ଦ୍ରରୁ ୫୦ ମେଗାୱାଟ ପରମାଣ ଲେଖା ବିଦ୍ୟୁତ ଉପ୍ପନ୍ନ ହୁଏ । ଜଳଭଣ୍ଡାରରେ ୩୪୧୨୦ ଲକ୍ଷ୍ୟ ଘନ ମିଟର ଜଳ ସଞ୍ଚିତ ହୁଏ ଓ ଏହା ଓଡ଼ିଶାର ହୀରାକୁଦ ପରେ ଦ୍ବିତୀୟ ବୃହତ ଜଳଭଣ୍ଡାର ।[୧][୫] 

ଜଳସେଚନ [ସମ୍ପାଦନା]

ରେଙ୍ଗାଲି ଡେମର ଉଦବୃତ୍ତ ଜଳକୁ ଧାରଣ କରି ସେଥିରୁ ଚାଷ ପାଇଁ ଜଳସେଚନ ପାଇଁ ଡେମର ତଳ ମୁଣ୍ଡରେ ୩୫ କିଲୋମିଟର ଦୁରତ୍ବରେ ଏକ ବାରେଜ ନିର୍ମିତ ହେଇଛି । ଏହି ବାରେଜ ମଧ୍ୟ ଡେମର ଜଳ ବ୍ୟତୀତ ୪,୭୮୦ ବର୍ଗ କିଲୋମିଟର ଅଞ୍ଚଳର ଜଳକୁ ଧରି ରଖିଥାଏ ଓ କେନାଲ ସବୁଦ୍ବାରା ନିକଟ ବାରଟି ଚାଷ ଜମିରେ ଜଳସେଚନ କରିଥାଏ ।[୧][୬]  

ପରିବେଶ ଉପରେ ପ୍ରଭାବ [ସମ୍ପାଦନା]

ବ୍ରାହ୍ମଣୀ ନଦୀର ତଳ ମୁଣ୍ଡରେ ବଙ୍ଗୋପସାଗର ନିକଟରେ ଥିବା ଭିତର କନିକା ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ଉପରେ ଏହି ରେଙ୍ଗାଲି ବନ୍ଧ ନିର୍ମାଣ ହେଲା ପରେ ପ୍ରଭାବ ପଡିଛି ବୋଲି କୁହାଯାଏ। ପରିବେଶବିଦମାନଙ୍କ ଅନୁସାରେ ଭିତର କନିକାର ବିରଳ ଜାତୀୟ ବୃକ୍ଷସବୁ ପୂର୍ବରୁ ନଦୀରେ ଆସୁଥିବା ପଟୁ ମାଟି ଓ ଧାତବ ଦ୍ରବଣରୁ ସାର ଗ୍ରହଣ କରି ବୃଦ୍ଧି ହଉଥିଲେ । ଡେମ ହେଲାପରେ ସେ ଜଳରୁ ପଟୁମାଟି ଓ ଧାତବ ଲବଣ ସବୁ ଡେମରେ ରହିଯିବାଦ୍ବାରା ତାହା ଭିତର କନିକା ଅରଣ୍ୟକୁ ଉପଲବ୍ଧ ହଉନାହିଁ । ଜଳ ପରିମାଣ ମଧ୍ୟ କମି ଯାଉଛି ।  

ଡେମ ନିର୍ମାଣ ପୂର୍ବରୁ ଆସୁଥିବା ୧୯,୫୧୪ ମିଲିୟନ ଘନ ମିଟର ଜଳ , ବନ୍ଧ ନିର୍ମାଣ ପରେ ୧୭.୩୮୯ ମିଲିୟନକୁ କମିଯାଇଛି । ଭବିଷ୍ୟତରେ ଏହା ଆହୁରି କମି ୧୪,୦୦୦ ମିଲିୟନ ଘନ ମିଟରକୁ ଆସିଯିବା ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଅନୁଧ୍ୟାନ କରିଥିବା ବିଶେଷଜ୍ଞ ମାନେ ।  

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]